ଯୁବତୀଙ୍କୁ ଧୋକା ଦେଲେ ପ୍ରେମିକ: ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ,ଭିଡିଓ ଭାଇରାଲ୍‌

ଭୁବନେଶ୍ୱର,୨୯ା୮(ସତ୍ୟଜିତ୍‌ ରାଉତ): ଫେସବୁକ୍‌ରେରେ ଚିହ୍ନାଜଣା। ପରେ ପ୍ରେମ ସମ୍ପର୍କ। ଏହାପରେ ବଳପୂର୍ବକ ଶାରିରୀକ ସମ୍ପର୍କ ରଖିବା ବେଳେ ଏହାର ଭିଡିଓ ଓ ଫଟୋ ଶୁଟ୍‌ କରି ବ୍ଲାକମେଲ୍‌ କରିଥିଲେ। ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫଶାଇ ଧୋକାବାଜ ପ୍ରେମିକ ଏଭଳି ପ୍ରତାରଣା କରିଛନ୍ତି। ନିର୍ଯାତନା ଅସହସ୍ୟ ହେବାରୁ ପୀଡ଼ିତା ଜଣଙ୍କ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିବା ପରେ ଗୁରୁବାର ଚର୍ଚ୍ଚାକୁ ଆସିଛି। ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଜାରି […] The post ଯୁବତୀଙ୍କୁ ଧୋକା ଦେଲେ ପ୍ରେମିକ: ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ,ଭିଡିଓ ଭାଇରାଲ୍‌ appeared first on Dharitri Odia News.

ଯୁବତୀଙ୍କୁ ଧୋକା ଦେଲେ ପ୍ରେମିକ: ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ,ଭିଡିଓ ଭାଇରାଲ୍‌

ଭୁବନେଶ୍ୱର,୨୯ା୮(ସତ୍ୟଜିତ୍‌ ରାଉତ): ଫେସବୁକ୍‌ରେରେ ଚିହ୍ନାଜଣା। ପରେ ପ୍ରେମ ସମ୍ପର୍କ। ଏହାପରେ ବଳପୂର୍ବକ ଶାରିରୀକ ସମ୍ପର୍କ ରଖିବା ବେଳେ ଏହାର ଭିଡିଓ ଓ ଫଟୋ ଶୁଟ୍‌ କରି ବ୍ଲାକମେଲ୍‌ କରିଥିଲେ। ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫଶାଇ ଧୋକାବାଜ ପ୍ରେମିକ ଏଭଳି ପ୍ରତାରଣା କରିଛନ୍ତି। ନିର୍ଯାତନା ଅସହସ୍ୟ ହେବାରୁ ପୀଡ଼ିତା ଜଣଙ୍କ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିବା ପରେ ଗୁରୁବାର ଚର୍ଚ୍ଚାକୁ ଆସିଛି। ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, କିଛିମାସ ପୂର୍ବରୁ ଭୁବନେଶ୍ୱର ୟୁନିଟ-୯ ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କ ସହ ତାଙ୍କ ଫେସବୁକ୍‌ରେ ଚିହ୍ନାଜଣା ହୋଇଥିଲା। ମେସେଞ୍ଜରରେ ଚାଟ୍‌ ପରେ ନମ୍ବର ଦିଆନିଆ ହୋଇଥିଲା। ଏହାପରେ ଯୁବକ ଜଣଙ୍କ ପ୍ରେମ ନିବେଦନ କରିବାରୁ ଏହି ସମ୍ପର୍କ ଆଗକୁ ବଢ଼ିଥିଲା। ତେବେ ଯୁବକ ଜଣଙ୍କ ଘରକୁ ପ୍ରେମିକାଙ୍କୁ ଡାକି ପରିବାର ଲୋକଙ୍କୁ ଭେଟ କରେଇବାକୁ କହି ଫସାଇଥିଲେ। ଦିନେ ପୀଡ଼ିତା ଘରକୁ ଆସିଥିବା ବେଳେ କେହି ନ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଯୁବକ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇଥିଲେ। ଏହାପରେ ବଳପୂର୍ବକ ଶାରିରୀକ ସମ୍ପର୍କ ରଖି ଏହାର ଫଟୋ ଓ ଭିଡିଓ ଶୁଟ୍‌ କରିଦେଇଥିଲେ।

ଏହା ଜାଣିବା ପରେ ପୀଡ଼ିତା ତାଙ୍କଠୁ ଦୂରେଇବା ଆରମ୍ଭ କରିଥିଲେ। ଏହାପରେ ଯୁବକ ଜଣଙ୍କ ତାଙ୍କୁ ଭିଡିଓ, ଫଟୋ ପଠାଇ ଧମକ ଦେଇଥିଲେ। ତାଙ୍କ କଥାରେ ଯେଉଁଆଡକୁ ଡାକିବେ ସେ ତୁରନ୍ତ ଆସିବେ ବୋଲି ଧମକ ଦେଇଥିଲେ। ନ ହେଲେ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ କରିଦେବେ ବୋଲି କହିଥିଲେ। ଏହପରେ ଯୁବତୀ ତାଙ୍କ କଥାରେ ରାଜି ନ ହେବାରୁ ଅଭିଯୁକ୍ତ ଯୁବକ ତାଙ୍କ ଭିଡିଓ ଓ ଫଟୋକୁ ଭାଇରାଲ କରିଦେଇଥିଲେ। ଯୁବତୀଙ୍କ ସାଙ୍ଗ ଓ ପରିବାର ଲୋକଙ୍କୁ ପଠାଇ ଦେଇଥିଲେ। ଏପରିକି ବିଭିନ୍ନ ସମୟର ତାଙ୍କୁ ଡାକି ମାଡ ମାରିବା ସହ ଏସିଡ୍‌ ପକାଇବାକୁ ଧମକ ଦେଇଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି।

The post ଯୁବତୀଙ୍କୁ ଧୋକା ଦେଲେ ପ୍ରେମିକ: ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ,ଭିଡିଓ ଭାଇରାଲ୍‌ appeared first on Dharitri Odia News.