ପ୍ରେସମିଟ୍ରେ କହିଲେ ପାଣ୍ଡିଆନ, ୨୦୨୪ରେ ବିଜେଡି ହାତେଇବ କେତେ ସିଟ୍?
ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜଧାନୀ ରାଜନୀତି ସରଗରମ ରହିଛି। ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ଖୋଲା ମଞ୍ଚରେ ବିଜେଡିକୁ ଟାର୍ଗେଟ ଦେବା ପରେ ଓଡିଶା ରାଜନୀତି ଉଷ୍ମ ହୋଇଛି। ତେବେ ବୁଧବାର ରାତି ନ ପାହୁଣୁ ପ୍ରେସମିଟ୍ ଡକାଇଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏଥିରେ ସେ ଭାଜପାକୁ ଖୋଲା ଚ୍ୟାଲେଞ୍ଜ କରିବା ସହ ଜୋରଦାର ବର୍ଷିଛନ୍ତି। ଏଥିସହ ନିର୍ବାଚନରେ ବିଜେଡି କେତେ ସିଟ୍ ହାତେଇବ ଏନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି। […] The post ପ୍ରେସମିଟ୍ରେ କହିଲେ ପାଣ୍ଡିଆନ, ୨୦୨୪ରେ ବିଜେଡି ହାତେଇବ କେତେ ସିଟ୍? appeared first on Dharitri Odia News.
ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜଧାନୀ ରାଜନୀତି ସରଗରମ ରହିଛି। ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ଖୋଲା ମଞ୍ଚରେ ବିଜେଡିକୁ ଟାର୍ଗେଟ ଦେବା ପରେ ଓଡିଶା ରାଜନୀତି ଉଷ୍ମ ହୋଇଛି। ତେବେ ବୁଧବାର ରାତି ନ ପାହୁଣୁ ପ୍ରେସମିଟ୍ ଡକାଇଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।
ଏଥିରେ ସେ ଭାଜପାକୁ ଖୋଲା ଚ୍ୟାଲେଞ୍ଜ କରିବା ସହ ଜୋରଦାର ବର୍ଷିଛନ୍ତି। ଏଥିସହ ନିର୍ବାଚନରେ ବିଜେଡି କେତେ ସିଟ୍ ହାତେଇବ ଏନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ବିଜୁ ଜନତା ଦଳ କ୍ଲିନ ସ୍ବିପ କରୁଛି। ଲୋକଙ୍କ ଭଲପାଇବା ଓ ଆଶୀର୍ବାଦ ବଳରେ ବିଜେଡି ବହୁ ପରିମାଣରେ ଭୋଟ ହାତେଇବାକୁ ଯାଉଛି। ସବୁଠାରୁ ଖୁସିର କଥା ହେଉଛି ବିଜେଡିର ମାନିଫେଷ୍ଟୋ ଆସିନାହିଁ କିନ୍ତୁ ମୁଁ ଏ ସମ୍ପର୍କରେ ଗ୍ୟାରେଣ୍ଟି ଦେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଓଡିଶାବାସୀଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରହିଛି ଯାହା ପ୍ରତିଫଳିତ ହେଉଛି। ଏହାର ପ୍ରମାଣ ଆପଣ ଜୁନ୍ ୪ରେ ଦେଖିବାକୁ ପାଇ ପାରିବେ। ଏହି ପ୍ରଥମ ପର୍ଯ୍ୟାୟରେ ଅଧିକାଂଶ ଆସନରେ କଂଗ୍ରେସ ସହ ବିଜେଡିର ଲଡେଇ ହେଉଛି। ପାରଳାଖେମୁଣ୍ଡିର ଗୋଟିଏ ସିଟ୍ରେ ଭାଜପା ସହ ଲଢେଇ ହେଉଥିବାବେଳେ ଗଞ୍ଜାମରେ ଓ୍ବାନ ସାଇଡ୍ ଲଢେଇ ହେଉଛି। କାରଣ ଏଠାରେ ଆମ ମୁଖ୍ୟମନ୍ତ୍ରୀ ମଇଦାନରେ ଓହ୍ଲାଇଛନ୍ତି।
The post ପ୍ରେସମିଟ୍ରେ କହିଲେ ପାଣ୍ଡିଆନ, ୨୦୨୪ରେ ବିଜେଡି ହାତେଇବ କେତେ ସିଟ୍? appeared first on Dharitri Odia News.