ଧାନଫସଲରେ ରୋଗପୋକ, ଚିନ୍ତାରେ ଚାଷୀ
କୋକସରା,୨୪ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ। ଚଳିତ ବର୍ଷ ବ୍ଲକର ୨୨ ପଞ୍ଚାୟତରେ ଖରିଫ ଧାନ ଚାଷ ପାଖାପାଖି ୧୮ହଜାର ୪୫ ହେକ୍ଟରରେ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଛୋଟ କିସମର ଧାନ ଏବେ ଅମଳକ୍ଷମ ଅବସ୍ଥାରେ ରହିଥିବା ବେଳେ ବଡ଼ କିସମର ଧାନ କ୍ଷୀର ଭରିବା ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଏହି ସମୟରେ ଧାନଫସଲରେ ବିପିଏଚ୍ ରୋଗପୋକର ପ୍ରାଦୁର୍ଭାବ ଚାଷୀଙ୍କ ପାଇଁ […] The post ଧାନଫସଲରେ ରୋଗପୋକ, ଚିନ୍ତାରେ ଚାଷୀ appeared first on Dharitri Odia News.
କୋକସରା,୨୪ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ। ଚଳିତ ବର୍ଷ ବ୍ଲକର ୨୨ ପଞ୍ଚାୟତରେ ଖରିଫ ଧାନ ଚାଷ ପାଖାପାଖି ୧୮ହଜାର ୪୫ ହେକ୍ଟରରେ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଛୋଟ କିସମର ଧାନ ଏବେ ଅମଳକ୍ଷମ ଅବସ୍ଥାରେ ରହିଥିବା ବେଳେ ବଡ଼ କିସମର ଧାନ କ୍ଷୀର ଭରିବା ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଏହି ସମୟରେ ଧାନଫସଲରେ ବିପିଏଚ୍ ରୋଗପୋକର ପ୍ରାଦୁର୍ଭାବ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। କୃଷି ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ପରାମର୍ଶ ପରେ କୀଟନାଶକ ପ୍ରୟୋଗ କଲେ ମଧ୍ୟ ବିପିଏଚ୍ ରୋଗ କାବୁ ହେଉ ନ ଥିବା ନେଇ ସିର୍ଲିଗୁଡାର ଲୋକନାଥ ଭଇଁଶାଳ, ଯାଦବ ପୋଢ଼, କୋକସରାର ଚିତ୍ତରଞ୍ଜନ ପଟ୍ଟନାୟକ, ହୃଷୀକେଶ ରାଉତ, ପ୍ରକାଶ ଚନ୍ଦ୍ର ଶବର, ଅଜିତ ପଟ୍ଟନାୟକ, ଗହନାମୁଣ୍ଡା ଗ୍ରାମର ଉଚ୍ଛବ ରାଉତ, ପୀତାମ୍ବର ବିଶି, ଗମ୍ଭାରୀଗୁଡା ଗ୍ରାମର ଚିନ୍ତାମଣି ପଟେଲ, ତପନ ପଟେଲ, ମହୁଳମୁଣ୍ଡାର ଭୀମସେନ ଚିଲାଗୁନ, ଝରିଆଗୁଡାର କେଶରୀ ବଚ୍ଛା, ଗଗନ ପଟ୍ଟନାୟକ ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି। ବିପିଏଚ ରୋଗପୋକ କିଛି ସମୟ ମଧ୍ୟରେ ଧାନ ବିଲକୁ ଚରି ଯାଉଥିବା ବେଳେ ଧାନକୁ ଅଗାଡି କରିଦେଉଛି। କଷ୍ଟ ଉପାର୍ଜିତ ସୁନାର ଫସଲ ନିମିଷକ ମଧ୍ୟରେ ନଷ୍ଟ ହୋଇଯାଉଛି। ଚାଷୀମାନେ ବିଭିନ୍ନ ବ୍ୟାଙ୍କ, କୃଷି ସମବାୟ, ଫାଇନାନ୍ସ କମ୍ପାନୀ, ମହାଜନୀ ଋଣ ନେଇ ଚାଷ କାର୍ଯ୍ୟରେ ବିନିଯୋଗ କରିଥିବା ବେଳେ ବିପିଏଚ ରୋଗପୋକ ସେମାନଙ୍କ ପାଇଁ କାଳ ସାଜିଛି। ଏ ନେଇ କୋକସରା ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝିଙ୍କୁ ପଚାରିବାରୁ ବର୍ତ୍ତମାନ ସୁଦ୍ଧା ବ୍ଲକର ୭୯ ହେକ୍ଟରରେ ବିପିଏଚ୍ ରୋଗର ପ୍ରାଦୁର୍ଭାବ ଦେଖାଦେଇଛି। ସେମଧ୍ୟରୁ ୫୪ ହେକ୍ଟର ନିୟନ୍ତ୍ରଣ ହୋଇ ସାରିଛି ଓ ୨୫ ହେକ୍ଟରରେ କିଛି ମାତ୍ରାରେ ବିପିଏଚ୍ର ପ୍ରଭାବ ରହିଛି ଓ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି।
The post ଧାନଫସଲରେ ରୋଗପୋକ, ଚିନ୍ତାରେ ଚାଷୀ appeared first on Dharitri Odia News.