ଦେଶରେ ୧୯୬ ଜେଏନ୍‌.୧ ମାମଲା

ନୂଆଦିଲ୍ଲୀ,୨।୧(ପି.ଟି.): ଭାରତରେ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ ସଂକ୍ରମଣ ୧୯୬ରେ ପହଞ୍ଚତ୍ଛି। ଆଇଏନ୍‌ଏସ୍‌ଏସିଓଜି ତଥ୍ୟରୁ ଏହା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିିତ ଅଞ୍ଚଳକୁ ଉକ୍ତ ଭାରିଆଣ୍ଟ ସଂକ୍ରମଣ କଲାଣି। କେରଳରେ ସର୍ବାଧିକ ୮୩ ମାମଲା ଚିହ୍ନଟ ହୋଇଥିବାବେଳେ ଗୋଆରେ ୫୧, ଗୁଜରାଟ ୩୪, କର୍ନାଟକ ୮, ମହାରାଷ୍ଟ୍ର ୭, ରାଜସ୍ଥାନରେ ୫, ତାମିଲନାଡୁ ୪, ତେଲଙ୍ଗାନା ୨ ଏବଂ ଓଡ଼ିଶା ଓ ଦିଲ୍ଲୀରେ ଜଣେ ଲେଖାଏ ଜେଏନ୍‌.୧ ଭାରିଆଣ୍ଟ […] The post ଦେଶରେ ୧୯୬ ଜେଏନ୍‌.୧ ମାମଲା appeared first on Dharitri Odia News.

ଦେଶରେ ୧୯୬ ଜେଏନ୍‌.୧ ମାମଲା

ନୂଆଦିଲ୍ଲୀ,୨।୧(ପି.ଟି.): ଭାରତରେ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ ସଂକ୍ରମଣ ୧୯୬ରେ ପହଞ୍ଚତ୍ଛି। ଆଇଏନ୍‌ଏସ୍‌ଏସିଓଜି ତଥ୍ୟରୁ ଏହା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିିତ ଅଞ୍ଚଳକୁ ଉକ୍ତ ଭାରିଆଣ୍ଟ ସଂକ୍ରମଣ କଲାଣି। କେରଳରେ ସର୍ବାଧିକ ୮୩ ମାମଲା ଚିହ୍ନଟ ହୋଇଥିବାବେଳେ ଗୋଆରେ ୫୧, ଗୁଜରାଟ ୩୪, କର୍ନାଟକ ୮, ମହାରାଷ୍ଟ୍ର ୭, ରାଜସ୍ଥାନରେ ୫, ତାମିଲନାଡୁ ୪, ତେଲଙ୍ଗାନା ୨ ଏବଂ ଓଡ଼ିଶା ଓ ଦିଲ୍ଲୀରେ ଜଣେ ଲେଖାଏ ଜେଏନ୍‌.୧ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ନଭେମ୍ବରରେ ୧୭ ମାମଲା ଚିହ୍ନଟ ହୋଇଥିବାବେଳେ ଡିସେମ୍ବରରେ ୧୭୯ ମାମଲା ଠାବ ହୋଇଛି।
ସୋମବାର ସକାଳ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୩୬ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସକ୍ରିୟ ମାମଲା ସଂଖ୍ୟା ୪,୩୯୪ରେ ପହଞ୍ଚତ୍ଛି। ଏଥିସହ ଦିନକରେ କୋଭିଡ୍‌ରେ ୩ ଜଣ ପ୍ରାଣ ହରାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି।

The post ଦେଶରେ ୧୯୬ ଜେଏନ୍‌.୧ ମାମଲା appeared first on Dharitri Odia News.