ସାପ କାମୁଡାରେ ଆଦିବାସୀ ହଷ୍ଟେଲ ଛାତ୍ରୀଙ୍କ ଚାଲିଗଲା ଜୀବନ
ଭଞ୍ଜନଗର,୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦରପଙ୍ଗିଆ ସେବାଶ୍ରମ ସ୍କୁଲର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ସର୍ପ ଦଂଶନରେ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ହେଲେ ସ୍କୁଲ ନିକଟସ୍ଥ ନବଗୋଛା ଗ୍ରାମର ଗୋବର୍ସି ପ୍ରଧାନଙ୍କ ସାନ ଝିଅ ରିଧି ପ୍ରଧାନ (୬)। ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଏଥିସହ ପୋଲିସ ୨୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମରଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ […] The post ସାପ କାମୁଡାରେ ଆଦିବାସୀ ହଷ୍ଟେଲ ଛାତ୍ରୀଙ୍କ ଚାଲିଗଲା ଜୀବନ appeared first on Dharitri Odia News.
ଭଞ୍ଜନଗର,୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦରପଙ୍ଗିଆ ସେବାଶ୍ରମ ସ୍କୁଲର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ସର୍ପ ଦଂଶନରେ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ହେଲେ ସ୍କୁଲ ନିକଟସ୍ଥ ନବଗୋଛା ଗ୍ରାମର ଗୋବର୍ସି ପ୍ରଧାନଙ୍କ ସାନ ଝିଅ ରିଧି ପ୍ରଧାନ (୬)।
ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଏଥିସହ ପୋଲିସ ୨୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମରଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଘଟଣାରୁ ପ୍ରକାଶ ଯେ, ରିଧି ପ୍ରଥମ ଶ୍ରେଣୀ ଛାତ୍ରୀ ହୋଇଥିବା ଯୋଗୁ ଚଳିତ ବର୍ଷ ବିଦ୍ୟାଳୟରେ ନାମ ଲେଖାଇବା ସହ ହଷ୍ଟେଲରେ ରହି ପାଠ ପଢୁଥିଲେ। ରବିବାର ରାତି ପ୍ରାୟ ୩ଟା ସମୟରେ ରିଧି ହଷ୍ଟେଲରେ ଶୋଇଥିବା ବେଳେ
ହଠାତ୍ ଏକ ବିଷଧର ସାପ ତାଙ୍କୁ କାମୁଡି ଥିଲା। ଏହାପରେ ରିଧି ଚିତ୍କାର କରି ଉଠିପଡ଼ିଥିଲେ। ଫଳରେ ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀ ଏବଂ ଅନ୍ୟ ଛାତ୍ରୀମାନେ ଉଠି ଦେଖିବା ବେଳକୁ ଏକ ସାପ ସେଠାରେ ଥିବା ଦେଖିଥିଲେ। ଏହାପରେ ଛାତ୍ରୀମାନେ ସାପକୁ ବାଡେଇ ମାରିଦେଇଥିଲେ। ଏଥିସହ ହଷ୍ଟେଲ କର୍ତ୍ତୃପକ୍ଷ ରିଧିଙ୍କ ବାପାଙ୍କୁ ସୂଚନା ଦେଇଥିଲେ। ଏହାପରେ ତାଙ୍କୁ ଏକ ଅଟୋରେ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ମେଡିକାଲରେ ଡାକ୍ତର ସୋମବାର ସକାଳୁ ରିଧିଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଭଞ୍ଜନଗର ଉପଜିଲାପାଳ ଅନୀଲ କୁମାର ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି, ଛାତ୍ରୀ ଜଣକ ଯେଉଁଭଳି ପରିସ୍ଥିତିରେ ମୃତ୍ୟୁବରଣ କଲେ ସେନେଇ ତଦନ୍ତ ଚାଲିଛି। ଏଥିସହ ସରକାରୀ ନିୟମ ଅନୁସାରେ ତାଙ୍କ ପରିବାରକୁ ଯାହା ସହାୟତା ଅଛି ପ୍ରଦାନ କରାଯିବ।
The post ସାପ କାମୁଡାରେ ଆଦିବାସୀ ହଷ୍ଟେଲ ଛାତ୍ରୀଙ୍କ ଚାଲିଗଲା ଜୀବନ appeared first on Dharitri Odia News.