ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ, ସଂଶୋଧନ ହେବ ରେରା ଆଇନ

ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଆଇନରେ ସଂଶୋଧନ ପାଇଁ ନଗର ଉନ୍ନୟନ ବିଭାଗ ସହ କଥା ହେବୁ। ଆଲୋଚନା ପାଇଁ ଆମେ ନଗର ଉନ୍ନୟନ ବିଭାଗକୁ ଡାକିଛୁ । ଆଇନରେ କଣ ସଂଶୋଧନ ଆବଶ୍ୟକ, ମୋ ବିଭାଗ କଥା ହେବ ବୋଲି କହିଛନ୍ତି ମନ୍ତ୍ରୀ।

ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ, ସଂଶୋଧନ ହେବ ରେରା ଆଇନ

ରେରା ଆଇନରେ ସଂଶୋଧନ ହେବ। ଆଜି ସମ୍ବଲପୁର ଗସ୍ତରେ ଯାଇ କିଛି ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ରେରା ଆଇନରେ ସଂଶୋଧନ ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ। ଏବେ ଏମିତି ପରିସ୍ଥିତି କି ଝିଅ ବାହାଘର ପାଇଁ ଜଣେ ଜମି ବିକିବାକୁ ଚାହିଁ ବି ବିକି ପାରୁନି। ତେଣୁ ଆଇନରେ ପରିଣତ କରିବାକୁ ହେବ।

ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଆଇନରେ ସଂଶୋଧନ ପାଇଁ ନଗର ଉନ୍ନୟନ ବିଭାଗ ସହ କଥା ହେବୁ। ଆଲୋଚନା ପାଇଁ ଆମେ ନଗର ଉନ୍ନୟନ ବିଭାଗକୁ ଡାକିଛୁ । ଆଇନରେ କଣ ସଂଶୋଧନ ଆବଶ୍ୟକ, ମୋ ବିଭାଗ କଥା ହେବ ବୋଲି କହିଛନ୍ତି ମନ୍ତ୍ରୀ। ଖାଲି ଏତିକି ନୁହେଁ ଜମି କ୍ରେତା ଓ ବିକ୍ରେତା ସନ୍ତୁଷ୍ଟ କି ନୁହେଁ ଜାଣିବାକୁ ରହିବେ ରେଜିଷ୍ଟାର୍। ଅସନ୍ତୋଷ୍ଟ ଥିଲେ ଉଭୟ କ୍ରେତା ଓ ବିକ୍ରେତା ଅଭିଯୋଗ କରିପାରିବେ।

ସେହିଭଳି ଦଲାଲ ଚିହ୍ନଟ କରିବାକୁ ବି ପ୍ରକ୍ରିୟା ହେବ ବୋଲି ରାଜସ୍ୱ ମନ୍ତ୍ରୀ ଦୋହରାଇଛନ୍ତି। କାମ ନଥାଇ ବାରମ୍ବାର ଅଫିସ୍ ଆସିଲେ ସିସିଟିଭି ଜରିଆରେ ଚିହ୍ନଟ କରାଯିବ, ଦଲାଲଙ୍କ ବଡ଼ ଫଟୋ ଅଫିସ୍ ବାହାରେ ଲଗାଯିବ କହିଛନ୍ତି ରାଜସ୍ୱ ମନ୍ତ୍ରୀ।