ମହାରାଷ୍ଟ୍ର: ବାରାମତୀରେ ନଣଦ-ଭାଉଜ ମଧ୍ୟରେ ଲଢେଇ, ସୁପ୍ରିୟା ସୁଲେଙ୍କ ବିପକ୍ଷରେ ଅଜିତ୍ ପାୱାରଙ୍କ ପତ୍ନୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବାରାମତୀ ଲୋକସଭା ଆସନରେ ନିର୍ବାଚନ ଏଥର ରୋଚକ ହେବାକୁ ଯାଉଛି । ଏନସିପି (ଅଜିତ୍ ପାୱାର ଗୋଷ୍ଠୀ) ଆଗାମୀ ଲୋକସଭା ନିର୍ବାଚନ ପାଇଁ ବାରାମତୀରୁ ସୁନେତ୍ରା ପାୱାରଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ସୁନେତ୍ରା ପାୱାର ଏନସିପି (ଶରଦ ପାୱାର ଗୋଷ୍ଠୀ)ଙ୍କ ପ୍ରାର୍ଥୀ ସୁପ୍ରିୟା ସୁଲେଙ୍କ ବିରୋଧରେ ନିର୍ବାଚନ ଲଢିବେ । ଉଲ୍ଲେଖଯୋଗ୍ୟ ଯେ ସୁନେତ୍ରା ପାୱାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ପତ୍ନୀ । ଶରଦ ପାୱାର ପୂର୍ବରୁ ବାରାମତୀ ଆସନରୁ ନିଜ ଝିଅ ଏବଂ ତିନି ଥରର ସାଂସଦ ସୁପ୍ରିୟା ସୁଲେଙ୍କୁ ପ୍ରାର୍ଥୀ କରିବା ନେଇ ଘୋଷଣା କରିସାରିଛନ୍ତି । ବାରାମତୀକୁ ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ପାରିବାରିକ ଗଡ଼ ବୋଲି କୁହାଯାଉଛି ।ଏହା ପୂର୍ବରୁ ବାରାମତୀ ଆସନରୁ ନିର୍ଦଳୀୟ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବା ନେଇ ଘୋଷଣା କରିଥିବା ଶିବସେନାର ବିଜୟ ଶିବତାରେ ଶନିବାର ନିଜ ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଶିବତାରେ କହିଛନ୍ତି ଯେ ପୁଣେ ଜିଲ୍ଲାର ବାରାମତୀ ଆସନରୁ ନିର୍ବାଚନ ଲଝିବେ ନାହିଁ । ଏବଂ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କରିବେ । ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରର ୪୮ ଲୋକସଭା ଆସନ ପାଇଁ ପାଞ୍ଚଟି ପର୍ଯ୍ୟାୟରେ ମତଦାନ ହେବ । ବାରାମତୀ ଆସନ ପାଇଁ ମେ ୭ରେ ଭୋଟିଂ ହେବ ଏବଂ ଜୁନ ୪ରେ ଗଣତି ହେବ ।  

ମହାରାଷ୍ଟ୍ର: ବାରାମତୀରେ ନଣଦ-ଭାଉଜ ମଧ୍ୟରେ ଲଢେଇ, ସୁପ୍ରିୟା ସୁଲେଙ୍କ ବିପକ୍ଷରେ ଅଜିତ୍ ପାୱାରଙ୍କ ପତ୍ନୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବାରାମତୀ ଲୋକସଭା ଆସନରେ ନିର୍ବାଚନ ଏଥର ରୋଚକ ହେବାକୁ ଯାଉଛି । ଏନସିପି (ଅଜିତ୍ ପାୱାର ଗୋଷ୍ଠୀ) ଆଗାମୀ ଲୋକସଭା ନିର୍ବାଚନ ପାଇଁ ବାରାମତୀରୁ ସୁନେତ୍ରା ପାୱାରଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ସୁନେତ୍ରା ପାୱାର ଏନସିପି (ଶରଦ ପାୱାର ଗୋଷ୍ଠୀ)ଙ୍କ ପ୍ରାର୍ଥୀ ସୁପ୍ରିୟା ସୁଲେଙ୍କ ବିରୋଧରେ ନିର୍ବାଚନ ଲଢିବେ । ଉଲ୍ଲେଖଯୋଗ୍ୟ ଯେ ସୁନେତ୍ରା ପାୱାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ପତ୍ନୀ । ଶରଦ ପାୱାର ପୂର୍ବରୁ ବାରାମତୀ ଆସନରୁ ନିଜ ଝିଅ ଏବଂ ତିନି ଥରର ସାଂସଦ ସୁପ୍ରିୟା ସୁଲେଙ୍କୁ ପ୍ରାର୍ଥୀ କରିବା ନେଇ ଘୋଷଣା କରିସାରିଛନ୍ତି । ବାରାମତୀକୁ ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ପାରିବାରିକ ଗଡ଼ ବୋଲି କୁହାଯାଉଛି ।

ଏହା ପୂର୍ବରୁ ବାରାମତୀ ଆସନରୁ ନିର୍ଦଳୀୟ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବା ନେଇ ଘୋଷଣା କରିଥିବା ଶିବସେନାର ବିଜୟ ଶିବତାରେ ଶନିବାର ନିଜ ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଶିବତାରେ କହିଛନ୍ତି ଯେ ପୁଣେ ଜିଲ୍ଲାର ବାରାମତୀ ଆସନରୁ ନିର୍ବାଚନ ଲଝିବେ ନାହିଁ । ଏବଂ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କରିବେ । 

ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରର ୪୮ ଲୋକସଭା ଆସନ ପାଇଁ ପାଞ୍ଚଟି ପର୍ଯ୍ୟାୟରେ ମତଦାନ ହେବ । ବାରାମତୀ ଆସନ ପାଇଁ ମେ ୭ରେ ଭୋଟିଂ ହେବ ଏବଂ ଜୁନ ୪ରେ ଗଣତି ହେବ ।