‘ମୋଦି ଜୀଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ…’, ଭାବପ୍ରବଣ ହୋଇ କହିଲେ ରାମଭକ୍ତ
ଲକ୍ଷ୍ନୌ,୧୯।୧: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ। ଅଯୋଧ୍ୟାରେ ଏହି ମହାନ ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ନେଇ ଅଯୋଧ୍ୟାବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି। ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ରାମଭକ୍ତମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଉଛନ୍ତି। ଏହି ସମୟରେ ଏଭଳି ଜଣେ ଭକ୍ତ ଅଛନ୍ତି, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ। ଜଣେ ବୃଦ୍ଧା ମହିଳା ଭାବପ୍ରବଣ ହୋଇ କହିଛନ୍ତି ଯେ […] The post ‘ମୋଦି ଜୀଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ…’, ଭାବପ୍ରବଣ ହୋଇ କହିଲେ ରାମଭକ୍ତ appeared first on Dharitri Odia News.
ଲକ୍ଷ୍ନୌ,୧୯।୧: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ। ଅଯୋଧ୍ୟାରେ ଏହି ମହାନ ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ନେଇ ଅଯୋଧ୍ୟାବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି। ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ରାମଭକ୍ତମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଉଛନ୍ତି। ଏହି ସମୟରେ ଏଭଳି ଜଣେ ଭକ୍ତ ଅଛନ୍ତି, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ।
ଜଣେ ବୃଦ୍ଧା ମହିଳା ଭାବପ୍ରବଣ ହୋଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ମୋ ଜୀବନ ତ୍ୟାଗ କରିଦେବି। ଆମେ ମୋଦିଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ। ମନ୍ଦିର ସେଠାରେ ୫୦୦ ବର୍ଷ ଧରି ପଡ଼ି ରହିଥିଲା। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର କରିବାକୁ ଆସିଥିଲେ ଆମେ ଏଠାରେ ଥିଲୁ। ସେ କହିଛନ୍ତି, ମୋର ପୂରା ଆୟୁଷ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲାଗୁ। ତେବେ ବୃଦ୍ଧା ମହିଳା ଜଣଙ୍କ ଅଯୋଧ୍ୟାରେ ଏକ ଧର୍ମଶାଳାରେ ରୁହନ୍ତି।
The post ‘ମୋଦି ଜୀଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ…’, ଭାବପ୍ରବଣ ହୋଇ କହିଲେ ରାମଭକ୍ତ appeared first on Dharitri Odia News.