ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବନ୍ଧାହେଲେ ପୋଲିସ ଭ୍ୟାନ୍ ଡ୍ରାଇଭର
ପୁରୁଷୋତ୍ତମପୁର,୧୪ା୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ୧୧୨ ପୋଲିସ ଭ୍ୟାନ୍ ଡ୍ରାଇଭର କୁନାଲ ବେହେରା ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ପୋଲିସ କେସ୍ ନଂ ୮୧/୨୪ ବିଭିନ୍ନ ଦଫାରେ ମହିଳା ଓ ଶିଶୁ ଡେକ୍ସ ଅଧିକାରୀ ପ୍ରିୟଙ୍କା ବେହେରା ଘଟଣାର ତଦନ୍ତ କରିବା ସହ ବୁଧବାର ଅଭିଯୁକ୍ତ କୁନାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି ବିପିନ ବିହାରୀ ହୋତା କହିଛନ୍ତି। ଏହାସହ ଉଭୟ କୁନାଲ […] The post ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବନ୍ଧାହେଲେ ପୋଲିସ ଭ୍ୟାନ୍ ଡ୍ରାଇଭର appeared first on Dharitri Odia News.
ପୁରୁଷୋତ୍ତମପୁର,୧୪ା୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ୧୧୨ ପୋଲିସ ଭ୍ୟାନ୍ ଡ୍ରାଇଭର କୁନାଲ ବେହେରା ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ପୋଲିସ କେସ୍ ନଂ ୮୧/୨୪ ବିଭିନ୍ନ ଦଫାରେ ମହିଳା ଓ ଶିଶୁ ଡେକ୍ସ ଅଧିକାରୀ ପ୍ରିୟଙ୍କା ବେହେରା ଘଟଣାର ତଦନ୍ତ କରିବା ସହ ବୁଧବାର ଅଭିଯୁକ୍ତ କୁନାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି ବିପିନ ବିହାରୀ ହୋତା କହିଛନ୍ତି। ଏହାସହ ଉଭୟ କୁନାଲ ଓ ନାବାଳିକାଙ୍କର ଡାକ୍ତରୀ ମାଇନା ମଧ୍ୟ କରାଯାଇଛି।
ସୂଚନାଯୋଗ୍ୟ, ରବିବାର ନାବାଳିକାଙ୍କ ବାଡ଼ିପଟ କବାଟ ବାଡ଼େଇବାର ଶବ୍ଦ ହୋଇଥିଲା। କେହି ଡାକୁଥିବାର ନେଇ ନାବାଳିକା ଜଣକ ଯାଇ କବାଟ ଖୋଲିବା ବେଳେ କୁନାଲ ଜୋରଜବରଦସ୍ତ ବାହାରକୁ ଟାଣି ନେଇଥିଲେ। ତାଙ୍କ ପାଟିକୁ ଚାପି ଧରି ଧମକ ଦେଇ ବଳାତ୍କାର ଉଦ୍ୟମ କରିଥିଲେ। ଏପରିକି ପୂର୍ବରୁ ମଧ୍ୟ ଏହି ନାବାଳିକା ଜଣକ କଲେଜରୁ ଫେରିବା ବେଳେ ଘରେ ଛାଡ଼ିଦେବାର କହି ବାଇକ୍ରେ ଏକ ସ୍ଥାନକୁ ନେଇ ଧମକ ଦେଇ ବଳାତ୍କାର କରିଥିଲେ। ଏହାକୁ ନେଇ ମଙ୍ଗଳବାର ନାବାଳିକା ଜଣକ ପୁରୁଷୋତ୍ତମପୁର ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ।
The post ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବନ୍ଧାହେଲେ ପୋଲିସ ଭ୍ୟାନ୍ ଡ୍ରାଇଭର appeared first on Dharitri Odia News.