ଆଉନାହାନ୍ତି ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲ, ଶୋକ ବ୍ୟକ୍ତ କଲେ ନବୀନ

ନୂଆଦିଲ୍ଲୀ : ଆଉନାହାନ୍ତି ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲ । ୯୦ ବର୍ଷ ବୟସରେ ଆଖିବୁଜିଛନ୍ତି କିମ୍ବଦନ୍ତୀ ଫିଲ୍ମ... The post ଆଉନାହାନ୍ତି ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲ, ଶୋକ ବ୍ୟକ୍ତ କଲେ ନବୀନ appeared first on .

ଆଉନାହାନ୍ତି ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲ, ଶୋକ ବ୍ୟକ୍ତ କଲେ ନବୀନ

ନୂଆଦିଲ୍ଲୀ : ଆଉନାହାନ୍ତି ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲ । ୯୦ ବର୍ଷ ବୟସରେ ଆଖିବୁଜିଛନ୍ତି କିମ୍ବଦନ୍ତୀ ଫିଲ୍ମ ନିର୍ମାତା। ସେ ଦୀର୍ଘଦିନ ଧରି କିଡନୀଜନିତ ରୋଗରେ ଥିଲେ ପୀଡ଼ିତ ଥିଲେ । ଶ୍ୟାମ ବେନେଗଲଙ୍କ ମୃତ୍ୟୁ  ନେଇ ସୂଚନା ଦେଲେ କନ୍ୟା ପିୟା ବେନେଗଲ। ଗତ ଡିସେମ୍ବର ୧୪ରେ ସେ ୯୦ତମ ଜନ୍ମଦିବସ ପାଳିଥିଲେ। ୱେଲକମ ଟୁ ସଜ୍ଜନପୁର ଫିଲ୍ମର ନିର୍ମାତା ଭାବେ ଅର୍ଜନ କରିଥିଲେ ଖ୍ଯାତି। ୧୯୭୬ରେ ଶ୍ଯାମଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧିରେ ଭୂଷିତ କରାଯାଇଥିଲା। ୧୯୯୧ରେ ଶ୍ୟାମଙ୍କୁ ମିଳିଥିଲା ପଦ୍ମ ବିଭୂଷଣ ସମ୍ମାନ। ତାଙ୍କର ସଫଳ ଫିଲ୍ମ ମଧ୍ୟରେ ରହିଛି ମନ୍ଥନ, ଜୁବେଦା ଓ ସର୍ଦ୍ଦାରୀ ବେଗମ। ୧୯୩୪ ଡିସେମ୍ବର ୧୪ରେ ହାଇଦ୍ରାବାଦରେ ତାଙ୍କର ହୋଇଥିଲା ଜନ୍ମ। ମାତ୍ର ୧୨ ବର୍ଷ ବୟସରେ ନିଜର ପ୍ରଥମ ଫିଲ୍ମ ନିର୍ମାଣ କରିଥିଲେ ଶ୍ୟାମ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଦି ଫରଗଟନ ହିରୋ, ୱେଲଡନ ଆବା ଆଦି ଫିଲ୍ମର ନିର୍ମାଣ କରିଥିଲେ ଶ୍ୟାମ ବେନେଗଲ। ସେ ୨୦୦୬ରୁ ୨୦୧୨ ଥିଲେ ରାଜ୍ୟସଭା ସଦସ୍ୟ । ତାଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ଯକ୍ତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ୟାମ ବେନେଗଲଙ୍କ ବିୟୋଗ ଭାରତୀୟ ସିନେମା ଶିଳ୍ପ ପ୍ରତି ଅପୂରଣୀୟ କ୍ଷତି ବୋଲି କହିଛନ୍ତି ନବୀନ।

The post ଆଉନାହାନ୍ତି ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ଶ୍ୟାମ ବେନେଗଲ, ଶୋକ ବ୍ୟକ୍ତ କଲେ ନବୀନ appeared first on .