୧୬୦ କୋଟିର ଫିଲ୍ମ ରିଲିଜ ହେବା ପୂର୍ବରୁ ଡିସଚାର୍ଜ ହେଲେ ରଜନୀକାନ୍ତ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ମୁଭି ‘ବୈତାୟାନ’ର ରିଲିଜ ପୂର୍ବରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଅକ୍ଟୋବର ୩ତାରିଖ ରାତି ପ୍ରାୟ ୧୧ଟା ସମୟରେ ଚେନ୍ନାଇର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ତାଙ୍କ ହୃଦୟର ମୁଖ୍ୟ ରକ୍ତବାହୀ (ଆର୍ଟା) ରେ ଫୁଲା ଦେଖାଗଲା, ଯାହା ଏକ ନନ ସର୍ଜିକାଲ ଟ୍ରାନ୍ସକାଥେଟର୍‌ ପ୍ରଣାଳୀ ମାଧ୍ୟମରେ ଚିକିତ୍ସା କରାଯାଉଥିଲା। ସିନିୟର ଇଣ୍ଟରଭେନସନାଲ ହୃଦରୋଗ ବିଶେଷଜ୍ଞ ଡାକ୍ଟର ସାଇ ସତୀଶ ଆର୍ଟାରରେ ଏକ ଷ୍ଟେଣ୍ଟ ରଖି ଫୁଲାକୁ ସଂପୂର୍ଣ୍ଣ ହ୍ରାସ କରିଥିଲେ। ତାଙ୍କର ଚିକିତ୍ସା ସଫଳ […] The post ୧୬୦ କୋଟିର ଫିଲ୍ମ ରିଲିଜ ହେବା ପୂର୍ବରୁ ଡିସଚାର୍ଜ ହେଲେ ରଜନୀକାନ୍ତ appeared first on Dharitri Odia News.

୧୬୦ କୋଟିର ଫିଲ୍ମ ରିଲିଜ ହେବା ପୂର୍ବରୁ ଡିସଚାର୍ଜ ହେଲେ ରଜନୀକାନ୍ତ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ମୁଭି ‘ବୈତାୟାନ’ର ରିଲିଜ ପୂର୍ବରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଅକ୍ଟୋବର ୩ତାରିଖ ରାତି ପ୍ରାୟ ୧୧ଟା ସମୟରେ ଚେନ୍ନାଇର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ତାଙ୍କ ହୃଦୟର ମୁଖ୍ୟ ରକ୍ତବାହୀ (ଆର୍ଟା) ରେ ଫୁଲା ଦେଖାଗଲା, ଯାହା ଏକ ନନ ସର୍ଜିକାଲ ଟ୍ରାନ୍ସକାଥେଟର୍‌ ପ୍ରଣାଳୀ ମାଧ୍ୟମରେ ଚିକିତ୍ସା କରାଯାଉଥିଲା। ସିନିୟର ଇଣ୍ଟରଭେନସନାଲ ହୃଦରୋଗ ବିଶେଷଜ୍ଞ ଡାକ୍ଟର ସାଇ ସତୀଶ ଆର୍ଟାରରେ ଏକ ଷ୍ଟେଣ୍ଟ ରଖି ଫୁଲାକୁ ସଂପୂର୍ଣ୍ଣ ହ୍ରାସ କରିଥିଲେ। ତାଙ୍କର ଚିକିତ୍ସା ସଫଳ ହୋଇଥିଲା। ୧ ଅକ୍ଟୋବରରେ ସେ ଏକ ଅପରେସନ କରିଥିଲେ ଏବଂ ତାଙ୍କୁ ୨ ଦିନ ଅବଜରଭେଶନରେ ରଖାଯାଇଥିଲା।
ସୂଚନାନୁସାରେ, ରଜନୀକାନ୍ତଙ୍କୁ ତାଙ୍କ ଡାକ୍ତରମାନେ କିଛି ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ୧୬୦ କୋଟି ଟଙ୍କାରେ ନିର୍ମିତ ଫିଲ୍ମ ’ବୈତାୟାନ’ର ପ୍ରମୋସନ କରିପାରିବେ ନାହିଁ। ଅକ୍ଟୋବର ୧୦ରେ ପ୍ରେକ୍ଷାଳୟରେ ଏହି ମୁଭି ମୁକ୍ତିଲାଭ କରିବ। ଏହା ଏକ ପ୍ୟାନ ଇଣ୍ଡିଆ ଚଳଚ୍ଚିତ୍ର, ଯେଉଁଥିରେ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିଛନ୍ତି। ଏହାର ଟ୍ରେଲର ରିଲିଜ ହେବା ପରଠାରୁ ଫିଲ୍ମକୁ ନେଇ ଉତ୍ସାହ ଦେଖାଦେଇଛି ।

The post ୧୬୦ କୋଟିର ଫିଲ୍ମ ରିଲିଜ ହେବା ପୂର୍ବରୁ ଡିସଚାର୍ଜ ହେଲେ ରଜନୀକାନ୍ତ appeared first on Dharitri Odia News.