ତୁଟିଲା ଆଉ ଏକ ଯାତ୍ରା କଳି, ଓଏମ୍‌ଏ ସଭାପତିଙ୍କୁ କ୍ଷମା ମାଗିଲେ ଯାତ୍ରା ଅଭିନେତା ଦୟା

ଭଦ୍ରକ ୨୧।୬: ତୁଟିଲା ଆଉ ଏକ ଯାତ୍ରା କଳି । ଦୟାଙ୍କ କ୍ଷମା ପ୍ରାର୍ଥନା ପରେ ହଟିଲା ନିଲମ୍ବନ ।   ପ୍ରଥମେ କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ ଲାଗିଥିବା ବେଳେ ଏବେ ପୁଣି ଗତ କିଛି ମାସ ହେବ ଯାତ୍ରା କଳାକାର ଓ ଯାତ୍ରା ଗୁରୁ ମାନଙ୍କ ମଧ୍ୟରେ ବିବାଦ ପୁରା ଅପେରା ଜଗତରେ ଗୋଟିଏ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା ।ଯାତ୍ରା କଳାକାର ଦୟା ଗତ ଖଣ୍ଡଗିରି ଯାତ୍ରାରେ ଯାତ୍ରା ଗୁରୁ ମାନଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଯାତ୍ରା ଲେଖକ ଓ ନିର୍ଦ୍ଦେଶକଙ୍କ ଭିତରେ ଝଡ଼ ସୃଷ୍ଟି ହୋଇଥିଲା । ଏହି ଝଡ଼ ଧିରେ ଧିରେ ବଢ଼ିବାରେ ଲାଗିଥିଲା । ଏବେ ଯାତ୍ରା ଅଭିନେତା ତଥା କଳାକାର ଦୟା ମଧ୍ୟରାତ୍ରିରେ ଅପେରା ମାଷ୍ଟର ସଙ୍ଘ ସଭାପତି ବିଜୟ ଦାସଙ୍କ ଭଦ୍ରକ ସ୍ଥିତ ବାସଭବନ ଠାରେ ପହଞ୍ଚି ତାଙ୍କୁ ଭୁଲ ମାଗିଛନ୍ତି ।ପରବର୍ତ୍ତୀ ସମୟରେ ଓମାର ସାଧାରଣ ବୈଠକରେ ଯାଇ ତାଙ୍କ ପକ୍ଷ ରଖି ଭୁଲ ମାଗିବେ ବୋଲି ଯାତ୍ରା କଳାକାର ଦୟା କହିଛନ୍ତି । ତେଣୁ ଦୟାଙ୍କ ଉପରୁ କଟକଣା ଉଠିଲା ବୋଲି ସଙ୍ଘ ସଭାପତି ବିଜୟ ଦାସ କହିବା ସହିତ ଯାତ୍ରା କଳାକାର ଓ ନିର୍ଦ୍ଦେଶକ ଏବଂ ଲେଖକଙ୍କ ମଧ୍ୟରେ ସବୁବେଳେ ଭଲ ସମ୍ପର୍କ ଓ ସମ୍ମାନ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । You Can Read:ଖାଳଝରି ସ୍ଲୁଇସ୍ ଗେଟ୍‌ରେ ଫାଟ, ୩ଟି ଗେଟ୍ ଦେଇ ଗାଁରେ ପଶିଲା ବନ୍ୟାଜଳ

ତୁଟିଲା ଆଉ ଏକ ଯାତ୍ରା କଳି, ଓଏମ୍‌ଏ ସଭାପତିଙ୍କୁ କ୍ଷମା ମାଗିଲେ ଯାତ୍ରା ଅଭିନେତା ଦୟା

ଭଦ୍ରକ ୨୧।୬: ତୁଟିଲା ଆଉ ଏକ ଯାତ୍ରା କଳି । ଦୟାଙ୍କ କ୍ଷମା ପ୍ରାର୍ଥନା ପରେ ହଟିଲା ନିଲମ୍ବନ ।   ପ୍ରଥମେ କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ ଲାଗିଥିବା ବେଳେ ଏବେ ପୁଣି ଗତ କିଛି ମାସ ହେବ ଯାତ୍ରା କଳାକାର ଓ ଯାତ୍ରା ଗୁରୁ ମାନଙ୍କ ମଧ୍ୟରେ ବିବାଦ ପୁରା ଅପେରା ଜଗତରେ ଗୋଟିଏ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା ।

ଯାତ୍ରା କଳାକାର ଦୟା ଗତ ଖଣ୍ଡଗିରି ଯାତ୍ରାରେ ଯାତ୍ରା ଗୁରୁ ମାନଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଯାତ୍ରା ଲେଖକ ଓ ନିର୍ଦ୍ଦେଶକଙ୍କ ଭିତରେ ଝଡ଼ ସୃଷ୍ଟି ହୋଇଥିଲା । ଏହି ଝଡ଼ ଧିରେ ଧିରେ ବଢ଼ିବାରେ ଲାଗିଥିଲା । ଏବେ ଯାତ୍ରା ଅଭିନେତା ତଥା କଳାକାର ଦୟା ମଧ୍ୟରାତ୍ରିରେ ଅପେରା ମାଷ୍ଟର ସଙ୍ଘ ସଭାପତି ବିଜୟ ଦାସଙ୍କ ଭଦ୍ରକ ସ୍ଥିତ ବାସଭବନ ଠାରେ ପହଞ୍ଚି ତାଙ୍କୁ ଭୁଲ ମାଗିଛନ୍ତି ।ପରବର୍ତ୍ତୀ ସମୟରେ ଓମାର ସାଧାରଣ ବୈଠକରେ ଯାଇ ତାଙ୍କ ପକ୍ଷ ରଖି ଭୁଲ ମାଗିବେ ବୋଲି ଯାତ୍ରା କଳାକାର ଦୟା କହିଛନ୍ତି । 

ତେଣୁ ଦୟାଙ୍କ ଉପରୁ କଟକଣା ଉଠିଲା ବୋଲି ସଙ୍ଘ ସଭାପତି ବିଜୟ ଦାସ କହିବା ସହିତ ଯାତ୍ରା କଳାକାର ଓ ନିର୍ଦ୍ଦେଶକ ଏବଂ ଲେଖକଙ୍କ ମଧ୍ୟରେ ସବୁବେଳେ ଭଲ ସମ୍ପର୍କ ଓ ସମ୍ମାନ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । 

You Can Read:

ଖାଳଝରି ସ୍ଲୁଇସ୍ ଗେଟ୍‌ରେ ଫାଟ, ୩ଟି ଗେଟ୍ ଦେଇ ଗାଁରେ ପଶିଲା ବନ୍ୟାଜଳ