ଫ୍ରାଞ୍ଚାଇଜ୍କୁ ଲାଗିବ ଝଟକା, ୮ ଖେଳାଳୀ IPLକୁ କରିବେ ବାଏ ବାଏ
ନୂଆଦିଲ୍ଲୀ ୦୪।୦୫: ଫ୍ରାଞ୍ଚାଇଜ୍କୁ ଲାଗିବ ଝଟକା । ଆଇପିଏଲ୍କୁ ବାଏ ବାଏ କରିବେ ୮ ଖେଳାଳୀ । ରାଜସ୍ଥାନ-କେକେଆରକୁ ଲାଗିବ ଶକ୍ତ ଝଟକା । କେକେଆର, ସିଏସ୍କେ, ଆରଆର୍, ଆରସିବି ଏବଂ ପଞ୍ଜାବ କିଙ୍ଗ୍ସଙ୍କୁ ଲାଗିବ ବଡ ଝଟକା । ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ର ୮ ପ୍ଲେୟର ଛାଡିବେ ଟିମ୍ । ଏଥିପାଇଁ ସବୁ ଫ୍ରାଞ୍ଚାଇଜ୍କୁ ଘାରିଛି ଚିନ୍ତା । ଚାଲିଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୪ । ଏହା ପଛକୁ ଆରମ୍ଭ ହୋଇଯିବ ଟି-୨୦ ଓ୍ବାର୍ଲକପ୍ ୨୦୨୪ । ଓ୍ବାର୍ଲ୍ଡକପ୍ ପାଇଁ ସବୁ ଟିମ୍ ନିଜର ପ୍ଲେୟରଙ୍କ ନାଁ ଘୋଷଣା କରିଛନ୍ତି । ଏଥିପାଇଁ ଆଇପିଏଲ୍ରେ ଖେଳୁଥିବା କିଛି ପ୍ଲେୟର ନ୍ୟାସନାଲ୍ ଟିମ୍ ପାଇଁ ଫେରିବେ । ମୁସ୍ତାଫିଜୁର ରହମାନ ଆଇପିଏଲ୍ ମଧ୍ୟରୁ ହିଁ ନିଜ ଦେଶ ବାଂଲାଦେଶ ପାଇଁ ଯାଇ ସାରିଛନ୍ତି । ସେହିପରି ଅନ୍ୟ ଟିମ୍ର ପ୍ଲେୟର ଆଇପିଏଲ୍ ଛାଡି ନିଜ ଟିମ୍ ସହ ଯୋଡିହେବେ । କିନ୍ତୁ ଆଇପିଏଲ୍କୁ ସବୁଠାରୁ ବଡ ଝଟକା ଇଂଲଣ୍ଡ ପ୍ଲେୟର ଦେବେ । ବାସ୍ତବରେ ଆଇପିଏଲ୍ ଖେଳୁଛନ୍ତି ଇଂଲଣ୍ଡର ୮ ଖେଳାଳୀ । ଆଉ ଏମାନେ ଆଇପିଏଲ୍ ଛାଡି ନିଜ ଦେଶର ଟିମ୍ ସହ ଯୋଡିହେବେ । ୩୦ ଏପ୍ରିଲ୍ରେ ଇଂଲଣ୍ଡ କ୍ରିକେଟ ବୋର୍ଟ ଟି-୨୦ ପାଇଁ ଟିମ୍ ଘୋଷଣା କରିଛି । ECB ନିର୍ଦ୍ଦେଶ ଦେଇଛି କି ଯେଉଁ ଖେଳାଳୀ ଟି-୨୦ ପାଇଁ ଚୟନ ହୋଇଛନ୍ତି ଏବଂ ଆଇପିଏଲ୍ ଖେଳୁଛନ୍ତି, ସେମାନଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଫେରିବାକ
ନୂଆଦିଲ୍ଲୀ ୦୪।୦୫: ଫ୍ରାଞ୍ଚାଇଜ୍କୁ ଲାଗିବ ଝଟକା । ଆଇପିଏଲ୍କୁ ବାଏ ବାଏ କରିବେ ୮ ଖେଳାଳୀ । ରାଜସ୍ଥାନ-କେକେଆରକୁ ଲାଗିବ ଶକ୍ତ ଝଟକା । କେକେଆର, ସିଏସ୍କେ, ଆରଆର୍, ଆରସିବି ଏବଂ ପଞ୍ଜାବ କିଙ୍ଗ୍ସଙ୍କୁ ଲାଗିବ ବଡ ଝଟକା । ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ର ୮ ପ୍ଲେୟର ଛାଡିବେ ଟିମ୍ । ଏଥିପାଇଁ ସବୁ ଫ୍ରାଞ୍ଚାଇଜ୍କୁ ଘାରିଛି ଚିନ୍ତା ।

ଚାଲିଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୪ । ଏହା ପଛକୁ ଆରମ୍ଭ ହୋଇଯିବ ଟି-୨୦ ଓ୍ବାର୍ଲକପ୍ ୨୦୨୪ । ଓ୍ବାର୍ଲ୍ଡକପ୍ ପାଇଁ ସବୁ ଟିମ୍ ନିଜର ପ୍ଲେୟରଙ୍କ ନାଁ ଘୋଷଣା କରିଛନ୍ତି । ଏଥିପାଇଁ ଆଇପିଏଲ୍ରେ ଖେଳୁଥିବା କିଛି ପ୍ଲେୟର ନ୍ୟାସନାଲ୍ ଟିମ୍ ପାଇଁ ଫେରିବେ । ମୁସ୍ତାଫିଜୁର ରହମାନ ଆଇପିଏଲ୍ ମଧ୍ୟରୁ ହିଁ ନିଜ ଦେଶ ବାଂଲାଦେଶ ପାଇଁ ଯାଇ ସାରିଛନ୍ତି । ସେହିପରି ଅନ୍ୟ ଟିମ୍ର ପ୍ଲେୟର ଆଇପିଏଲ୍ ଛାଡି ନିଜ ଟିମ୍ ସହ ଯୋଡିହେବେ ।

କିନ୍ତୁ ଆଇପିଏଲ୍କୁ ସବୁଠାରୁ ବଡ ଝଟକା ଇଂଲଣ୍ଡ ପ୍ଲେୟର ଦେବେ । ବାସ୍ତବରେ ଆଇପିଏଲ୍ ଖେଳୁଛନ୍ତି ଇଂଲଣ୍ଡର ୮ ଖେଳାଳୀ । ଆଉ ଏମାନେ ଆଇପିଏଲ୍ ଛାଡି ନିଜ ଦେଶର ଟିମ୍ ସହ ଯୋଡିହେବେ । ୩୦ ଏପ୍ରିଲ୍ରେ ଇଂଲଣ୍ଡ କ୍ରିକେଟ ବୋର୍ଟ ଟି-୨୦ ପାଇଁ ଟିମ୍ ଘୋଷଣା କରିଛି । ECB ନିର୍ଦ୍ଦେଶ ଦେଇଛି କି ଯେଉଁ ଖେଳାଳୀ ଟି-୨୦ ପାଇଁ ଚୟନ ହୋଇଛନ୍ତି ଏବଂ ଆଇପିଏଲ୍ ଖେଳୁଛନ୍ତି, ସେମାନଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଫେରିବାକୁ ପଡିବ । ଏହି ସିରିଜ୍ ୨୨ ମଇରେ ହେଡିଙ୍ଗଲିରେ ଆରମ୍ଭ ହେବ ।

ଯାହା ଫଳରେ ଇଂଲଣ୍ଡ ଖେଳାଳୀ କ୍ବାଲିଫାୟର, ଏଲିମିନେଟର ଏବଂ ଫାଇନାଲ୍ ମୁକାବିଲା ଖେଳିପାରିବେନି । ୧୯ ମଇରେ ଆଇପିଏଲ୍ର ଲିଗ୍ ମ୍ୟାଚ୍ ହେବ । ଏହାପରେ ପ୍ଲେଅଫ୍ ମ୍ୟାଚ୍ । ପ୍ଲେଅଫ୍ ପାଇଁ ୨୧ ମଇରେ ପ୍ରଥମ କ୍ବାଲିଫାୟର ମ୍ୟାଚ୍, ୨୨ରେ ଏଲିମିନେଟର, ୨୪ରେ କ୍ବାଲିଫାୟର ୨ ମ୍ୟାଚ୍ ହେବ । ୨୬ ମଇକୁ ଆଇପିଏଲ୍ ୨୦୨୪ର ଫାଇନାଲ୍ ମ୍ୟାଚ୍ । ତେବେ ୨୧ ମଇ ପରେ ହେବାକୁ ଥିବା ମ୍ୟାଚ୍ରେ ଇଂଲଣ୍ଡ ଟିମ୍ର ଖେଳାଳୀ ଆଇପିଏଲ୍ ଖେଳିପାରିବେନି ।

ଆଇପିଏଲ୍ର ୫ଟିମ୍ର ୮ ଖେଳାଳୀ ପ୍ଲେଅପ୍ ମ୍ୟାଚ୍ରୁ ହିଁ ବାଦ ପଡିବେ । ଟି-୨୦ରେ ନିଜ ଟିମ୍ ପାଇଁ ଆଇପିଏଲ୍ରୁ ବାଦ ପଡିବେ କୋଲକତା ନାଇଟ୍ ରାଇଡର୍ସର ଫିଲ୍ ସଲ୍ଟ । ସେହିପରି ଚେନ୍ନାଇ ସୁପରକିଙ୍ଗସର ମୋଇନ୍ ଅଲ୍ଲି ନିଜ ଦେଶ ପାଇଁ ଫେରିସାରିଛନ୍ତି ଏବଂ ରାଜସ୍ଥାନ ରୟାଲ୍ସର ଜୋସ୍ ବଟଲର୍ ଫେରିବେ ନିଜ ଟିମ୍କୁ ।

ତେବେ ସବୁଠାରୁ ଅଧିକ ଝଟକା ଲାଗିବ ପଞ୍ଜାବ କିଙ୍ଗସକୁ । ଫ୍ରାଞ୍ଚାଇଜ୍ରୁ ବାହାରିବେ ୩ ପ୍ଲେୟର୍ । ସାମ୍ କୁରାନ୍, ଜନି ବେୟାରଷ୍ଟୋ, ଲିଆମ୍ ଲିଭିଙ୍ଗଷ୍ଟନ୍ । ସେହିପରି ଆରସିବି ଟିମ୍ ଛାଡିବେ ୱିଲ୍ ଜ୍ୟାକ୍ସ, ରିସ୍ ଟୋପଲି । ଏମାନେ ଆଇପିଏଲ୍ ମଝିରେ ହିଁ ନିଜ ଟିମ୍ରେ ଯୋଗଦେବେ । ଯାହା ଆଇପିଏଲ୍ ଫ୍ରାଞ୍ଚାଇଜ୍ ପାଇଁ କୌଣସି ଝଟକା ଠାରୁ କମ୍ ନୁହେଁ ।