ବାଂଲାଦେଶୀଙ୍କ ପ୍ରତି କଡ଼ା ନଜର ରଖିଛୁ, ସୀମାବର୍ତ୍ତୀ ୩ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି-ଡିଜିପି

ଭୁବନେଶ୍ୱର ୦୮।୦୮ : ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ । ଖାସ୍‌ କରି ତଟବର୍ତ୍ତୀ ଅଞ୍ଚଳର ପୋଲିସ ଷ୍ଟେସନ୍‌କୁ ହାଇଆଲର୍ଟରେ ରଖାଯାଇଛି । ପୋଲିସ ଡିଜି ଅରୁଣ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ,  ବାଂଲାଦେଶୀ ଅନୁପ୍ରବେଶକୁ ନଜରରେ ରଖିବାକୁ ତଟବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ଖାସ୍‌ କରି ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡା ଅଧିନରେ ଥିବା ୯ଟି ସମୁଦ୍ର ତଟବର୍ତ୍ତୀ ଥାନାକୁ ସ୍ବତନ୍ତ୍ର ଫୋର୍ସ ବ୍ୟବସ୍ଥାର କରାଯାଇଛି । ସେହିପରି ତଟବର୍ତ୍ତୀ ଅଞ୍ଚଳରେ କିପରି ସୁରକ୍ଷା ବ୍ୟବସ୍ଥା ରହିଛି । ସେନେଇ ଆଜି ଗୃହ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଯେଉଁଠାରେ ଏହି ସମ୍ବେଦନଶୀଳ ବିଷୟ ଉପରେ ଆଲୋଚନା ହେବ । ଏହି ବୈଠକ ପୋଲିସ ଡିଜି ଅରୁଣ ଷଢ଼ଙ୍ଗୀ ଯୋଗଦେବେ । ସେହିପରି ପୁରୀ ଶ୍ରୀମନ୍ଦିର ଉପରେ ଆକ୍ରମଣ ଖବରକୁ ନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହାଛଡା ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ଉପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଛି ପୋଲିସ । କେନ୍ଦ୍ର ଗୃହ ମନ୍ତ୍ରାଳୟ ସହିତ ଲଗାତର ଭାବେ ଯୋଗାଯୋଗରେ ରହିଛି ଓଡିଶା ପୋଲିସ । 

ବାଂଲାଦେଶୀଙ୍କ ପ୍ରତି କଡ଼ା ନଜର ରଖିଛୁ, ସୀମାବର୍ତ୍ତୀ ୩ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି-ଡିଜିପି

ଭୁବନେଶ୍ୱର ୦୮।୦୮ : ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ । ଖାସ୍‌ କରି ତଟବର୍ତ୍ତୀ ଅଞ୍ଚଳର ପୋଲିସ ଷ୍ଟେସନ୍‌କୁ ହାଇଆଲର୍ଟରେ ରଖାଯାଇଛି । ପୋଲିସ ଡିଜି ଅରୁଣ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ,  ବାଂଲାଦେଶୀ ଅନୁପ୍ରବେଶକୁ ନଜରରେ ରଖିବାକୁ ତଟବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ଖାସ୍‌ କରି ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡା ଅଧିନରେ ଥିବା ୯ଟି ସମୁଦ୍ର ତଟବର୍ତ୍ତୀ ଥାନାକୁ ସ୍ବତନ୍ତ୍ର ଫୋର୍ସ ବ୍ୟବସ୍ଥାର କରାଯାଇଛି । ସେହିପରି ତଟବର୍ତ୍ତୀ ଅଞ୍ଚଳରେ କିପରି ସୁରକ୍ଷା ବ୍ୟବସ୍ଥା ରହିଛି । ସେନେଇ ଆଜି ଗୃହ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଯେଉଁଠାରେ ଏହି ସମ୍ବେଦନଶୀଳ ବିଷୟ ଉପରେ ଆଲୋଚନା ହେବ । ଏହି ବୈଠକ ପୋଲିସ ଡିଜି ଅରୁଣ ଷଢ଼ଙ୍ଗୀ ଯୋଗଦେବେ । 

ସେହିପରି ପୁରୀ ଶ୍ରୀମନ୍ଦିର ଉପରେ ଆକ୍ରମଣ ଖବରକୁ ନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହାଛଡା ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ଉପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଛି ପୋଲିସ । କେନ୍ଦ୍ର ଗୃହ ମନ୍ତ୍ରାଳୟ ସହିତ ଲଗାତର ଭାବେ ଯୋଗାଯୋଗରେ ରହିଛି ଓଡିଶା ପୋଲିସ ।