ସମସ୍ତ ୫୦ ମାମଲାରେ ନାଚିକା ଲିଙ୍ଗା ନିର୍ଦ୍ଦୋଷ ପ୍ରମାଣିତ
କୋରାପୁଟ,୧।୮ ( ଅମିତାଭ ବେହେରା): କୋରାପୁଟ ଜିଲାର ଚାଷୀ ମୂଲିଆ ଆଦିବାସୀ ସଂଘ ସଭାପତି ନାଚିକା ଲିଙ୍ଗା ବୁଧବାର ନାରାୟଣପାଟଣା ଥାନା ଆକ୍ରମଣ ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି। ତାଙ୍କ ନାମରେ ମୋଟ ୫୦ଟି ମାମଲା ରହିଥିଲା। ପୂର୍ବରୁ ସେ ଗୋଟିଏ ପରେ ଗୋଟିଏ କରି ୪୯ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ୫୦ତମ ମାମଲାରେ କୋରାପୁଟ ସହକାରୀ ଦୌରାଜଜ୍ ବୁଧବାର ୩୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିିକରି ତାଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିଛନ୍ତି ବୋଲି ତାଙ୍କ […] The post ସମସ୍ତ ୫୦ ମାମଲାରେ ନାଚିକା ଲିଙ୍ଗା ନିର୍ଦ୍ଦୋଷ ପ୍ରମାଣିତ appeared first on Dharitri Odia News.
କୋରାପୁଟ,୧।୮ ( ଅମିତାଭ ବେହେରା): କୋରାପୁଟ ଜିଲାର ଚାଷୀ ମୂଲିଆ ଆଦିବାସୀ ସଂଘ ସଭାପତି ନାଚିକା ଲିଙ୍ଗା ବୁଧବାର ନାରାୟଣପାଟଣା ଥାନା ଆକ୍ରମଣ ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି। ତାଙ୍କ ନାମରେ ମୋଟ ୫୦ଟି ମାମଲା ରହିଥିଲା। ପୂର୍ବରୁ ସେ ଗୋଟିଏ ପରେ ଗୋଟିଏ କରି ୪୯ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ୫୦ତମ ମାମଲାରେ କୋରାପୁଟ ସହକାରୀ ଦୌରାଜଜ୍ ବୁଧବାର ୩୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିିକରି ତାଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିଛନ୍ତି ବୋଲି ତାଙ୍କ ଓକିଲ ଗୁପ୍ତେଶ୍ୱର ପାଣିଗ୍ରାହୀ କହିଛନ୍ତି। ଏହି ଅବସରରେ ନାଚିକା ସତ୍ୟ ଓ ନ୍ୟାୟର ଜୟ ହେଲା ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେ ୨୦୧୪ରେ ଗିରଫ ହୋଇ କୋରାପୁଟ ଜେଲରେ ଥିଲେ। ୨୦୨୦ ନଭେମ୍ବରରେ ସୁପ୍ରିମକୋର୍ଟରୁ ଜାମିନ ପାଇ ଜେଲରୁ ଖଲାସ ହୋଇଥିଲେ। ଏବେ ସେ ନିଜ ନାରାୟଣପାଟଣା ଥାନା ଅଧୀନ ଗ୍ରାମ ଭାଲିଆପୁଟରେ ରହୁଛନ୍ତି।
The post ସମସ୍ତ ୫୦ ମାମଲାରେ ନାଚିକା ଲିଙ୍ଗା ନିର୍ଦ୍ଦୋଷ ପ୍ରମାଣିତ appeared first on Dharitri Odia News.