ବିଧାୟକଙ୍କ ମାଡ ଅଭିଯୋଗ ଘଟଣା: ଆଜିଠୁ କଲମ ଛାଡ ଆନ୍ଦୋଳନ

ଯାଜପୁର ଟାଉନ,୬।୫ (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଏପ୍ରିଲ ୨୮ରେ ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଓ ତାଙ୍କର କର୍ମୀମାନେ ବରି ବ୍ଲକରେ କାର୍ଯ୍ୟରତ ଦୁଇଜଣ ଅମଲା କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ବିଷୟରେ ବରି ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହେବା ସହ ଜ଼ିଲା ପ୍ରଶାସନକୁ ଜ଼ିଲା ଅମଲା ସଙ୍ଘ ଅଭିଯୋଗ କରିଥିଲେ। ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅମଲା ସଙ୍ଘ ଜ଼ିଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଜଣାଇଥିଲେ। ମାତ୍ର […] The post ବିଧାୟକଙ୍କ ମାଡ ଅଭିଯୋଗ ଘଟଣା: ଆଜିଠୁ କଲମ ଛାଡ ଆନ୍ଦୋଳନ appeared first on Dharitri Odia News.

ବିଧାୟକଙ୍କ ମାଡ ଅଭିଯୋଗ ଘଟଣା: ଆଜିଠୁ କଲମ ଛାଡ ଆନ୍ଦୋଳନ

ଯାଜପୁର ଟାଉନ,୬।୫ (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଏପ୍ରିଲ ୨୮ରେ ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଓ ତାଙ୍କର କର୍ମୀମାନେ ବରି ବ୍ଲକରେ କାର୍ଯ୍ୟରତ ଦୁଇଜଣ ଅମଲା କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ବିଷୟରେ ବରି ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହେବା ସହ ଜ଼ିଲା ପ୍ରଶାସନକୁ ଜ଼ିଲା ଅମଲା ସଙ୍ଘ ଅଭିଯୋଗ କରିଥିଲେ। ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅମଲା ସଙ୍ଘ ଜ଼ିଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଜଣାଇଥିଲେ। ମାତ୍ର ପୋଲିସ ଓ ଜ଼ିଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଆକ୍ରମଣକାରୀଙ୍କ ବିରୋଧରେ ନ ନେବାରୁ ଯାଜପୁର ଜ଼ିଲା ଅମଲା ସଂଘ ଡାକରାରେ ଆଜି ଅମଲା କର୍ମଚାରୀମାନେ କଲମ ଛାଡ଼ କରି ଜ଼ିଲାପାଳଙ୍କ କାର୍ଯ୍ୟଳୟ ସମୁଖରେ ଅନିଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି।

The post ବିଧାୟକଙ୍କ ମାଡ ଅଭିଯୋଗ ଘଟଣା: ଆଜିଠୁ କଲମ ଛାଡ ଆନ୍ଦୋଳନ appeared first on Dharitri Odia News.