ଆହୁରି ୪୮ ଘଣ୍ଟା ଶୀତ ଲହରୀ, ୧୭ରୁ ବଦଳିବ ପାଣିପାଗ; ଏସବୁ ଜିଲ୍ଲାରେ ବର୍ଷିବ
ଭୁବନେଶ୍ୱର: ଜାଡରେ ଥରୁଛି ସାରା ଓଡିଶା। ୧୦ ଡିଗ୍ରୀ ତଳେ ୩ ସହରର ତାପମାତ୍ରା ରହିଥିବା ବେଳେ ରାଜ୍ୟରେ ଆହୁରି ୪୮ ଘଣ୍ଟା ଯାଏ ଶୀତ ଲହରୀ ବା କୋଲଡ ୱେଭ ଚେତାବନୀ ଦେଇଛି ପାଣିପାଗ ବିଭାଗ। ଆଗାମୀ ୨ ଦିନ ଯାଏ ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳ। । ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା ଓ ସୁନ୍ଦରଗଡକୁ କୋଲଡ ୱେଭ ପାଇଁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ସୋମବାର ମଧ୍ୟ ଝାରସୁଗୁଡା , ଅନୁଗୁଳ ଓ ସୁନ୍ଦରଗଡ ଏହି ୩ ଜିଲ୍ଲାରେ ଶୀତର ଲହରୀ ପାଇଁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଆସନ୍ତା ୨୪ ଘଣ୍ଟାରେ କଲାହାଣ୍ଡି,ବଲାଙ୍ଗୀର, ସୁନ୍ଦରଗଡ ଓ କନ୍ଧମାଳରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ରହିଛି। ସେପଟେ ଆଗାମୀ ୨ ଦିନ ପାଇଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବାର ନାହିଁ। ପରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ଅଛି।ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ। ଯାହା ଆସନ୍ତା ୧୨ ଘଣ୍ଟାରେ ନେବ ଲଘୁଚାପର ରୂପ। ଯଦିଓ ବି ଓଡିଶା ଉପରେ ଏହାର ପ୍ରଭାବ ବିଶେଷ ନାହିଁ କିନ୍ତୁ ଏହାର ପ୍ରଭାବରେ ୧୭ ତାରିଖରୁ ଓଡ଼ିଶାରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ୧୭ ତାରିଖରେ ଗଜପତି , ଗଂଜାମ, ପୁରୀ ,ରାୟଗଡା ଓ କୋରାପୁଟ ଜିଲ୍ଲାଗୁ
ଭୁବନେଶ୍ୱର: ଜାଡରେ ଥରୁଛି ସାରା ଓଡିଶା। ୧୦ ଡିଗ୍ରୀ ତଳେ ୩ ସହରର ତାପମାତ୍ରା ରହିଥିବା ବେଳେ ରାଜ୍ୟରେ ଆହୁରି ୪୮ ଘଣ୍ଟା ଯାଏ ଶୀତ ଲହରୀ ବା କୋଲଡ ୱେଭ ଚେତାବନୀ ଦେଇଛି ପାଣିପାଗ ବିଭାଗ। ଆଗାମୀ ୨ ଦିନ ଯାଏ ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳ। । ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା ଓ ସୁନ୍ଦରଗଡକୁ କୋଲଡ ୱେଭ ପାଇଁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
ସେହିପରି ସୋମବାର ମଧ୍ୟ ଝାରସୁଗୁଡା , ଅନୁଗୁଳ ଓ ସୁନ୍ଦରଗଡ ଏହି ୩ ଜିଲ୍ଲାରେ ଶୀତର ଲହରୀ ପାଇଁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଆସନ୍ତା ୨୪ ଘଣ୍ଟାରେ କଲାହାଣ୍ଡି,ବଲାଙ୍ଗୀର, ସୁନ୍ଦରଗଡ ଓ କନ୍ଧମାଳରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ରହିଛି। ସେପଟେ ଆଗାମୀ ୨ ଦିନ ପାଇଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବାର ନାହିଁ। ପରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ଅଛି।
ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ। ଯାହା ଆସନ୍ତା ୧୨ ଘଣ୍ଟାରେ ନେବ ଲଘୁଚାପର ରୂପ। ଯଦିଓ ବି ଓଡିଶା ଉପରେ ଏହାର ପ୍ରଭାବ ବିଶେଷ ନାହିଁ କିନ୍ତୁ ଏହାର ପ୍ରଭାବରେ ୧୭ ତାରିଖରୁ ଓଡ଼ିଶାରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ୧୭ ତାରିଖରେ ଗଜପତି , ଗଂଜାମ, ପୁରୀ ,ରାୟଗଡା ଓ କୋରାପୁଟ ଜିଲ୍ଲାଗୁଡ଼ିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ।
ସେହିପରି ୧୮ ତାରିଖରେ ଗଜପତି ,ଗଂଜାମ ,ପୁରୀ ରାୟଗଡା, ଖୋର୍ଦ୍ଧା ,ନୟାଗଡ ,କୋରାପୁଟ ଓ ମାଲକାନଗିରି ଜିଲ୍ଲା ଏବଂ ୧୯ ତାରିଖରେ ଗଂଜାମ, ଗଜପତି, ରାୟଗଡା ,ନବରଙ୍ଗପୁର ,କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାଗୁଡ଼ିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପୁଣି ୨୦ ତାରିଖ ପରଠୁ ପାଗରେ ଶୁଖିଲା ଆସିବା ବୋଲି ପୂର୍ବାନୁମାନ କରିଛି ପାଣିପାଗ ।
ଅନ୍ୟପଟେ ଗତ ୨୪ ଘଂଟାରେ ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ା ଓ ରାଉରକେଲାରେ ୬.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଜି ଉଦୟଗିରିରେ ୬.୦୬ ଡିଗ୍ରୀ ସେଲସିୟସ ରହିଛି । ସେହିପରି ଭୁବନେଶ୍ଵରରେ ୧୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କଟକରେ ୧୧.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଫୁଲବାଣୀ ଓ ଦାରିଙ୍ଗବାଡି ୮.୫ ଡିଗ୍ରୀ ସେଲସିୟସ , ଅନୁଗୁଳ ୯.୦ , କେଉଁଝର ୯.୨ , ସୁନ୍ଦରଗଡ଼ ଓ ଭବାନୀପାଟଣା ୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ୧୦ ଡିଗ୍ରୀ ତଳେ ଟିଟିଲାଗଡରେ ୨.୬, ଜଗତସିଂହପୁରରେ ୨.୨, ଦାରିଙ୍ଗବାଡି ୨.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।