ଅବତରଣ ବେଳେ ଅଘଟଣ: ରନୱେ ବାହାରକୁ ଚାଲିଗଲା ବିମାନ, ଫାଟିଗଲା ୩ ଟାୟାର

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଆଉ ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। କୋଚିରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆର ବିମାନ AI-2744ର A320 ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବାର ଥିଲା। ପ୍ରବଳ ବର୍ଷା ଯୋଗୁଁ ଅବତରଣ ସମୟରେ ଏହା ଖସିପଡ଼ି ରନୱେ ବାହାରକୁ ଚାଲିଯାଇଥିଲା। ଲ୍ୟାଣ୍ଡିଂ କରିବା ମାତ୍ରେ ବିମାନର ଟାୟାର ରନୱେ ବାହାରକୁ ବାହାରି ଯାଇଥିଲା। ଯଦିଓ ପାଇଲଟ୍ ଟାୟାରକୁ ରନଓ୍ୱେକୁ ଆଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ସଫଳ ହୋଇନଥିଲେ। ବିମାନବନ୍ଦର କର୍ମଚାରୀ ବିମାନକୁ ଡକ କରି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।ଆଜି ମୁମ୍ବାଇ ବିମାନବନ୍ଦରରେ ଘଟିଥିବା ଘଟଣା ଉପରେ ଏୟାର ଇଣ୍ଡିଆ ସ୍ପଷ୍ଟୀକରଣ ଦେଇଛି। ଏୟାର ଇଣ୍ଡିଆ କହିଛି ଯେ କୋଚିରୁ ମୁମ୍ବାଇ ଯାଉଥିବା ବିମାନ AI-2744ର ଅବତରଣ ସମୟରେ ପ୍ରବଳ ବର୍ଷା ହୋଇଥିଲା। ଯାହା ଯୋଗୁଁ ଅବତରଣ ସମୟରେ ରନୱେରେ ବିମାନର ସନ୍ତୁଳନରେ ସମସ୍ୟା ଆସିଥିଲା। ବିମାନର ଗୋଟିଏ ଚକ ରନୱେ ବାହାରକୁ ଚାଲିଯାଇଥିଲା। ବିମାନଟି ସୁରକ୍ଷିତ ଭାବରେ ଗେଟରେ ପହଞ୍ଚିଛି। ସମସ୍ତ ଯାତ୍ରୀ, ପାଇଲଟ୍ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ବିମାନର ଯାଞ୍ଚ କରାଯିବ।ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ମୁଖପାତ୍ର କହିଛନ୍ତି ଯେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଅବତରଣ କରିବା ସମୟରେ ବିମାନ ଖସିପଡ଼ିଲା। ପ୍ରବଳ ବର୍ଷା ଯୋଗୁଁ ଏହି ଘଟଣା ଘଟିଛି, କ

ଅବତରଣ ବେଳେ ଅଘଟଣ: ରନୱେ ବାହାରକୁ ଚାଲିଗଲା ବିମାନ, ଫାଟିଗଲା ୩ ଟାୟାର

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଆଉ ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। କୋଚିରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆର ବିମାନ AI-2744ର A320 ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବାର ଥିଲା। ପ୍ରବଳ ବର୍ଷା ଯୋଗୁଁ ଅବତରଣ ସମୟରେ ଏହା ଖସିପଡ଼ି ରନୱେ ବାହାରକୁ ଚାଲିଯାଇଥିଲା। ଲ୍ୟାଣ୍ଡିଂ କରିବା ମାତ୍ରେ ବିମାନର ଟାୟାର ରନୱେ ବାହାରକୁ ବାହାରି ଯାଇଥିଲା। ଯଦିଓ ପାଇଲଟ୍ ଟାୟାରକୁ ରନଓ୍ୱେକୁ ଆଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ସଫଳ ହୋଇନଥିଲେ। ବିମାନବନ୍ଦର କର୍ମଚାରୀ ବିମାନକୁ ଡକ କରି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।

ଆଜି ମୁମ୍ବାଇ ବିମାନବନ୍ଦରରେ ଘଟିଥିବା ଘଟଣା ଉପରେ ଏୟାର ଇଣ୍ଡିଆ ସ୍ପଷ୍ଟୀକରଣ ଦେଇଛି। ଏୟାର ଇଣ୍ଡିଆ କହିଛି ଯେ କୋଚିରୁ ମୁମ୍ବାଇ ଯାଉଥିବା ବିମାନ AI-2744ର ଅବତରଣ ସମୟରେ ପ୍ରବଳ ବର୍ଷା ହୋଇଥିଲା। ଯାହା ଯୋଗୁଁ ଅବତରଣ ସମୟରେ ରନୱେରେ ବିମାନର ସନ୍ତୁଳନରେ ସମସ୍ୟା ଆସିଥିଲା। ବିମାନର ଗୋଟିଏ ଚକ ରନୱେ ବାହାରକୁ ଚାଲିଯାଇଥିଲା। ବିମାନଟି ସୁରକ୍ଷିତ ଭାବରେ ଗେଟରେ ପହଞ୍ଚିଛି। ସମସ୍ତ ଯାତ୍ରୀ, ପାଇଲଟ୍ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ବିମାନର ଯାଞ୍ଚ କରାଯିବ।

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ମୁଖପାତ୍ର କହିଛନ୍ତି ଯେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଅବତରଣ କରିବା ସମୟରେ ବିମାନ ଖସିପଡ଼ିଲା। ପ୍ରବଳ ବର୍ଷା ଯୋଗୁଁ ଏହି ଘଟଣା ଘଟିଛି, କିନ୍ତୁ ଭୟଭୀତ ହେବାର କିଛି ନାହିଁ, ସବୁକିଛି ଠିକ୍ ଅଛି। ଅବତରଣ ସମୟରେ ବିମାନର ୩ଟି ଟାୟାର ଫାଟିଯାଇଥିଲା। ଏୟାର ଇଣ୍ଡିଆ ବିମାନର ଇଞ୍ଜିନ୍ କ୍ଷତିଗ୍ରସ୍ତ ହେଲା। ରନୱେ ମରାମତି କାମ ଆରମ୍ଭ ହୋଇଛି।

ପ୍ରକାଶଥାଉକି- ରବିବାର ଏକ ବିମାନର ଇଞ୍ଜିନରେ ନିଆଁ ଲାଗିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଉଡ଼ାଣଟି ଡେଲ୍ଟା ଏୟାରଲାଇନ୍ସର ଥିଲା। ଏହି ବିମାନଟି ଯାହା ଆଟଲାଣ୍ଟା ଯାଉଥିଲା। ବିମାନର ଇଞ୍ଜିନରୁ ନିଆଁ ବାହାରୁଥିବା ଦେଖି ପାଇଲଟ ଲସ୍ ଆଞ୍ଜେଲସ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲେ।