ଏହି ଜିଲାରେ ସୋମବାର ସମସ୍ତ ସ୍କୁଲ୍ ଛୁଟି, ୩ ଦିନ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ
ମୟୂରଭଞ୍ଜ,୨୯।୬: ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସୋମବାର ରାଜ୍ୟର ଚାରି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲାରେ ଆସନ୍ତାକାଲି (ଜୁନ୍ ୩୦, ୨୦୨୫) ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ ନିଷ୍ପତ୍ତି ଅନୁସାରେ, ଜିଲାରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଆଗାମୀ ୩ ଦିନ ପାଇଁ ବନ୍ଦ ରହିବ। ଏହି ନିଷ୍ପତ୍ତି […] The post ଏହି ଜିଲାରେ ସୋମବାର ସମସ୍ତ ସ୍କୁଲ୍ ଛୁଟି, ୩ ଦିନ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ appeared first on Dharitri Odia News.
ମୟୂରଭଞ୍ଜ,୨୯।୬: ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସୋମବାର ରାଜ୍ୟର ଚାରି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲାରେ ଆସନ୍ତାକାଲି (ଜୁନ୍ ୩୦, ୨୦୨୫) ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି।
ଜିଲ୍ଲାପାଳଙ୍କ ନିଷ୍ପତ୍ତି ଅନୁସାରେ, ଜିଲାରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଆଗାମୀ ୩ ଦିନ ପାଇଁ ବନ୍ଦ ରହିବ। ଏହି ନିଷ୍ପତ୍ତି ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ନିଆଯାଇଛି। ଜିଲା ପ୍ରଶାସନ ସୂଚନା ଦେଇଛି ଯେ, ବର୍ଷା ଜନିତ ଅସୁବିଧାକୁ ଏଡ଼ାଇବା ପାଇଁ ଏହା ଏକ ପୂର୍ବପ୍ରସ୍ତୁତି ପଦକ୍ଷେପ।
The post ଏହି ଜିଲାରେ ସୋମବାର ସମସ୍ତ ସ୍କୁଲ୍ ଛୁଟି, ୩ ଦିନ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ appeared first on Dharitri Odia News.