ମୋଦିଙ୍କ ରାସନ ଗ୍ୟାରେଣ୍ଟି ଉପରେ ରୋକ, ଦିଆଯିବନି କ୍ୟାରି ବ୍ୟାଗ୍‌, ଦୋକାନରୁ ହଟିବ ପାର୍ଟିର ବ୍ୟାନର-ପୋଷ୍ଟର

ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବିଭାଗ ଆଦର୍ଶ ଆଚରଣ ବିଧି ପାଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଯୋଗାଣ ବିଭାଗ ମଧ୍ୟ ପଛରେ ନାହିଁ। ପେଟ୍ରୋଲ ପମ୍ପ ଏବଂ ସର୍ବସାଧାରଣ ବିତରଣ ପ୍ରଣାଳୀ ଦୋକାନରେ ଆଚରଣ ବିଧି ଉଲ୍ଲଂଘନ ଯେପରି ନ ହୁଏ, ସେନେଇ ବିଭାଗ ସମସ୍ତ ଡିଏମଙ୍କୁ ଚିଠି ପଠାଇଛି। ବାସ୍ତବରେ ଆରଜେଡି ରାଜ୍ୟ ଉପାଧ୍ୟକ୍ଷ ଅମରେନ୍ଦ୍ର କୁମାର ଅନେକ ପ୍ରସଙ୍ଗରେ ଯୋଗାଣ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଉପରେ […] The post ମୋଦିଙ୍କ ରାସନ ଗ୍ୟାରେଣ୍ଟି ଉପରେ ରୋକ, ଦିଆଯିବନି କ୍ୟାରି ବ୍ୟାଗ୍‌, ଦୋକାନରୁ ହଟିବ ପାର୍ଟିର ବ୍ୟାନର-ପୋଷ୍ଟର appeared first on Dharitri Odia News.

ମୋଦିଙ୍କ ରାସନ ଗ୍ୟାରେଣ୍ଟି ଉପରେ ରୋକ, ଦିଆଯିବନି କ୍ୟାରି ବ୍ୟାଗ୍‌, ଦୋକାନରୁ ହଟିବ ପାର୍ଟିର ବ୍ୟାନର-ପୋଷ୍ଟର

ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବିଭାଗ ଆଦର୍ଶ ଆଚରଣ ବିଧି ପାଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଯୋଗାଣ ବିଭାଗ ମଧ୍ୟ ପଛରେ ନାହିଁ। ପେଟ୍ରୋଲ ପମ୍ପ ଏବଂ ସର୍ବସାଧାରଣ ବିତରଣ ପ୍ରଣାଳୀ ଦୋକାନରେ ଆଚରଣ ବିଧି ଉଲ୍ଲଂଘନ ଯେପରି ନ ହୁଏ, ସେନେଇ ବିଭାଗ ସମସ୍ତ ଡିଏମଙ୍କୁ ଚିଠି ପଠାଇଛି। ବାସ୍ତବରେ ଆରଜେଡି ରାଜ୍ୟ ଉପାଧ୍ୟକ୍ଷ ଅମରେନ୍ଦ୍ର କୁମାର ଅନେକ ପ୍ରସଙ୍ଗରେ ଯୋଗାଣ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଉପରେ ଯୋଗାଣ ସଚିବ ଏନ୍‌. ଶବ୍ରଣ କୁମାର ରାଜ୍ୟର ସମସ୍ତ ଡିଏମଙ୍କୁ ଏକ ଚିଠି ପଠାଇ କହିଛନ୍ତି ଯେ ଜନ ବିତରଣ ପ୍ରଣାଳୀର ଦୋକାନରେ ସମସ୍ତ ବ୍ୟାନର / ପୋଷ୍ଟର / ସେଲଫି ପଏଣ୍ଟକୁ ତୁରନ୍ତ ପ୍ରଭାବ ସହିତ ହଟାଯିବା ଉଚିତ୍‌।

ଯୋଗାଣ ସଚିବ କହିଛନ୍ତି ଯେ କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତିବିଶେଷଙ୍କ ଫଟୋ ସରକାରୀ ରାସନ ଦୋକାନରେ ଲଗାଯିବ ନାହିଁ । ଯଦି ଏଭଳି ହୋଇଛି, ତେବେ ଏହାକୁ ତୁରନ୍ତ ହଟାଇ ଦିଆଯିବା ଉଚିତ୍‌। କ୍ୟାରି ବ୍ୟାଗ୍‌ ଏବଂ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ରାସନର ଯେକୌଣସି ବ୍ୟାଗକୁ ବଣ୍ଟନ କରିବାକୁ ବାରଣ କରାଯାଇଛି।

ନିର୍ବାଚନ ବିଭାଗର ଚିଠିକୁ ଉଦ୍ଧୃତ କରି ଯୋଗାଣ ସଚିବ ଡିଏମଙ୍କୁ କହିଛନ୍ତି , ଯଦି କୌଣସି ପେଟ୍ରୋଲ ପମ୍ପରେ କୌଣସି ରାଜନୈତିକ ଦଳର ବଡ ହୋଡିଂ ପୋଷ୍ଟର ଥାଏ, ତେବେ ତୁରନ୍ତ ଏହାକୁ ହଟାଇବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବା ଉଚିତ୍‌।

 

The post ମୋଦିଙ୍କ ରାସନ ଗ୍ୟାରେଣ୍ଟି ଉପରେ ରୋକ, ଦିଆଯିବନି କ୍ୟାରି ବ୍ୟାଗ୍‌, ଦୋକାନରୁ ହଟିବ ପାର୍ଟିର ବ୍ୟାନର-ପୋଷ୍ଟର appeared first on Dharitri Odia News.