ୟୁଟ୍ୟୁବ୍‌ରେ ଶେୟାର କଲେ ମୟୂର ମାଂସର ତରକାରୀ, ଆଉ ତା’ ପରେ…

ହାଇଦ୍ରାବାଦ,୧୧ା୮: ତେଲଙ୍ଗାନାର ଜଣେ ୟୁଟ୍ୟୁବର୍‌ଙ୍କୁ ଖାଦ୍ୟ ଭିଡିଓ ଶେୟାର କରିବା ମହଙ୍ଗା ପଡ଼ିଛି। ବାସ୍ତବରେ ୟୁଟ୍ୟୁବର କୋଡମ ପ୍ରଣୟ କୁମାର ତାଙ୍କ ଚ୍ୟାନେଲରେ ‘ପାରମ୍ପାରିକ ମୟୂର କରି’ର ରେସିପି ଅପଲୋଡ୍‌ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏହି ଭିଡିଓ ଭାଇରାଲ ହେବାର କିଛି ସମୟ ପରେ ସେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ପରିସ୍ଥିତି ଏପରି ସ୍ଥିତିରେ ପହଞ୍ଚିଛି ଯେ, ବର୍ତ୍ତମାନ ଭାରତର ଜାତୀୟ ପକ୍ଷୀକୁ ବେଆଇନ ହତ୍ୟାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ପ୍ରଣୟଙ୍କ […] The post ୟୁଟ୍ୟୁବ୍‌ରେ ଶେୟାର କଲେ ମୟୂର ମାଂସର ତରକାରୀ, ଆଉ ତା’ ପରେ… appeared first on Dharitri Odia News.

ୟୁଟ୍ୟୁବ୍‌ରେ ଶେୟାର କଲେ ମୟୂର ମାଂସର ତରକାରୀ, ଆଉ ତା’ ପରେ…

ହାଇଦ୍ରାବାଦ,୧୧ା୮: ତେଲଙ୍ଗାନାର ଜଣେ ୟୁଟ୍ୟୁବର୍‌ଙ୍କୁ ଖାଦ୍ୟ ଭିଡିଓ ଶେୟାର କରିବା ମହଙ୍ଗା ପଡ଼ିଛି। ବାସ୍ତବରେ ୟୁଟ୍ୟୁବର କୋଡମ ପ୍ରଣୟ କୁମାର ତାଙ୍କ ଚ୍ୟାନେଲରେ ‘ପାରମ୍ପାରିକ ମୟୂର କରି’ର ରେସିପି ଅପଲୋଡ୍‌ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ତେବେ ଏହି ଭିଡିଓ ଭାଇରାଲ ହେବାର କିଛି ସମୟ ପରେ ସେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ପରିସ୍ଥିତି ଏପରି ସ୍ଥିତିରେ ପହଞ୍ଚିଛି ଯେ, ବର୍ତ୍ତମାନ ଭାରତର ଜାତୀୟ ପକ୍ଷୀକୁ ବେଆଇନ ହତ୍ୟାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ପ୍ରଣୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପ୍ରଣୟ ସିର୍‌ସିଲା ଜିଲାର ଟାଙ୍ଗଲାପାଲ୍ଲୀର ମୂଳ ବାସିନ୍ଦା।

ଯଦିଓ ଏହି ଭିଡିଓକୁ ଚ୍ୟାନେଲରୁ ହଟାଇ ଦିଆଯାଇଛି, ପ୍ରାଣୀ ଅଧିକାର କର୍ମୀମାନେ ପ୍ରଣୟ କୁମାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାପୂର୍ବରୁ ସେ ନିଜ ଚ୍ୟାନେଲରେ ବଣୁଆ ଘୁଷୁରୀ ରାନ୍ଧିବା ଭିଡିଓ ବି ଶେୟାର କରିଥିଲେ।

ସିର୍‌ସିଲା ଏସପି ଅଖିଲ ମହାଜନ ଟ୍ବିଟରରେ ଲେଖିଛନ୍ତି ଯେ, ସମ୍ପୃକ୍ତ ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଣୟ କୁମାରଙ୍କୁ ରିମାଣ୍ଡରେ ପଠାଯିବ ବୋଲି ସେ ଆଉ ଏକ ପୋଷ୍ଟରେ କହିଛନ୍ତି। ପୋଲିସ ବର୍ତ୍ତମାନ ପ୍ରଣୟ କୁମାରଙ୍କୁ ଖୋଜୁଛି। ଭାରତୀୟ ନିୟମ ଅନୁଯାୟୀ, ମୟୂରର ମାଲିକାନା କିମ୍ବା ଧରିବା ଭାରତରେ ବେଆଇନ ଅଟେ ଏବଂ ଏହାକୁ ଉଲ୍ଲଂଘନ କଲେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି।

The post ୟୁଟ୍ୟୁବ୍‌ରେ ଶେୟାର କଲେ ମୟୂର ମାଂସର ତରକାରୀ, ଆଉ ତା’ ପରେ… appeared first on Dharitri Odia News.