ଭାଜପା ସମୀକ୍ଷା ବୈଠକରେ ହାତାହାତି ହେଲେ କର୍ମୀ, ଭିଡିଓ ଭାଇରାଲ
ସିଦ୍ଧାର୍ଥନଗର,୨୩।୬: ଲୋକ ସଭା ନିର୍ବାଚନକୁ ନେଇ ଉତ୍ତର ପ୍ରଦେଶ ସିଦ୍ଧାର୍ଥନଗର ଜିଲାର ଏଟାୱା ବିଧାନସଭା ନିର୍ବାଚନମଣ୍ଡଳୀର ଜୁନ ୨୦ ସାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାର ଥିଲା। ଭାଜପାର ବରିଷ୍ଠ ନେତାଙ୍କ ସହ ବହୁ ସଂଖ୍ୟକ କର୍ମୀ ଉପସ୍ଥିତ ଥିଲେ। ବୈଠକ ଆରମ୍ଭ ହେବା ପୂର୍ବରୁ ଭାଜପା କର୍ମୀମାନେ ପରସ୍ପର ସହ ସଂଘର୍ଷ କରି ପରସ୍ପରକୁ ଦୋଷାରୋପ କରି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଘଟଣା ଏତେ ବଢିଗଲା ଯେ ଉଭୟ ଗୋଷ୍ଠୀ ନିଜ ମଧ୍ୟରେ […] The post ଭାଜପା ସମୀକ୍ଷା ବୈଠକରେ ହାତାହାତି ହେଲେ କର୍ମୀ, ଭିଡିଓ ଭାଇରାଲ appeared first on Dharitri Odia News.
ସିଦ୍ଧାର୍ଥନଗର,୨୩।୬: ଲୋକ ସଭା ନିର୍ବାଚନକୁ ନେଇ ଉତ୍ତର ପ୍ରଦେଶ ସିଦ୍ଧାର୍ଥନଗର ଜିଲାର ଏଟାୱା ବିଧାନସଭା ନିର୍ବାଚନମଣ୍ଡଳୀର ଜୁନ ୨୦ ସାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାର ଥିଲା। ଭାଜପାର ବରିଷ୍ଠ ନେତାଙ୍କ ସହ ବହୁ ସଂଖ୍ୟକ କର୍ମୀ ଉପସ୍ଥିତ ଥିଲେ। ବୈଠକ ଆରମ୍ଭ ହେବା ପୂର୍ବରୁ ଭାଜପା କର୍ମୀମାନେ ପରସ୍ପର ସହ ସଂଘର୍ଷ କରି ପରସ୍ପରକୁ ଦୋଷାରୋପ କରି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ।
ଘଟଣା ଏତେ ବଢିଗଲା ଯେ ଉଭୟ ଗୋଷ୍ଠୀ ନିଜ ମଧ୍ୟରେ ଝଗଡା ଆରମ୍ଭ କରି ଦେଇଥିଲେ। କେହି କେହି ଏହି ଝଗଡା ଏବଂ ଗଣ୍ଡଗୋଳର ଭିଡିଓ ପ୍ରସ୍ତୁତ କରି ଏହାକୁ ଭାଇରାଲ କରିଥିଲେ। ଯାହାକି ଆଲୋଚନାର ବିଷୟ ହୋଇଛି। ତେବେ ଏହି ଭାଇରାଲ ଭିଡିଓର ସତ୍ୟତାକୁ ନିଶ୍ଚିତ କରାଯାଇ ନାହିଁ।
The post ଭାଜପା ସମୀକ୍ଷା ବୈଠକରେ ହାତାହାତି ହେଲେ କର୍ମୀ, ଭିଡିଓ ଭାଇରାଲ appeared first on Dharitri Odia News.