ଯଶୋବନ୍ତ ସଭାପତି , ଜଗନ୍ନାଥ ସମ୍ପାଦକ

ଛତ୍ରପୁର,୩୧ା୮(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଥିବା ଓଏସ୍‌ଏପି ଅଷ୍ଟମ ବାଟାଲିୟନର ହାବିଲଦାର ଓ ସିପାହୀ ସଂଘ ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇ ଶନିବାର ଫଳାଫଳ ଘୋଷଣା ହୋଇଛି l ସଂଘ ସଭାପତି ଭାବେ ଯଶୋବନ୍ତ ସ୍ବାଇଁ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ବିଶ୍ୱନାଥ ସେଠୀ, ସମ୍ପାଦକ ଜଗନ୍ନାଥ ସେଠୀ, ସହ ସମ୍ପାଦକ(କ) କେ. ହେମାନନ୍ଦ ରେଡ୍ଡି, ସହ ସମ୍ପାଦକ (ଖ) ଆର୍‌. ସତ୍ୟମ ରେଡ୍ଡି, କୋଷାଧ୍ୟକ୍ଷ ଭାବେ ମରୁତ କୁମାର ପରିଡା ନିର୍ବାଚିତ ହୋଇଛନ୍ତି। ସେହିପରି […] The post ଯଶୋବନ୍ତ ସଭାପତି , ଜଗନ୍ନାଥ ସମ୍ପାଦକ appeared first on Dharitri Odia News.

ଯଶୋବନ୍ତ ସଭାପତି , ଜଗନ୍ନାଥ ସମ୍ପାଦକ

ଛତ୍ରପୁର,୩୧ା୮(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଥିବା ଓଏସ୍‌ଏପି ଅଷ୍ଟମ ବାଟାଲିୟନର ହାବିଲଦାର ଓ ସିପାହୀ ସଂଘ ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇ ଶନିବାର ଫଳାଫଳ ଘୋଷଣା ହୋଇଛି l ସଂଘ ସଭାପତି ଭାବେ ଯଶୋବନ୍ତ ସ୍ବାଇଁ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ବିଶ୍ୱନାଥ ସେଠୀ, ସମ୍ପାଦକ ଜଗନ୍ନାଥ ସେଠୀ, ସହ ସମ୍ପାଦକ(କ) କେ. ହେମାନନ୍ଦ ରେଡ୍ଡି, ସହ ସମ୍ପାଦକ (ଖ) ଆର୍‌. ସତ୍ୟମ ରେଡ୍ଡି, କୋଷାଧ୍ୟକ୍ଷ ଭାବେ ମରୁତ କୁମାର ପରିଡା ନିର୍ବାଚିତ ହୋଇଛନ୍ତି।

ସେହିପରି ସଂଘର କାର୍ଯ୍ୟକାରିଣୀ ସଭ୍ୟ ଭାବେ ସାହେବ ଦାସ, ରତିକାନ୍ତ ସାହୁ, ଲକ୍ଷ୍ମଣ ସାହୁ, ଜୟଧର ଶବର ଓ ଏସ. ଜଗନ୍ନାଥ ରେଡ୍ଡି ମନୋନୀତ ହୋଇଛନ୍ତି। ଆଗାମୀ ଦିନରେ ସଂଘ ସଦସ୍ୟଙ୍କ ବିଭିନ୍ନ ଦାବିଗୁଡିକୁ ଉପରିସ୍ଥ ଅଧିକାରୀଙ୍କ ନିକଟରେ ପହଞ୍ଚଇବାକୁ ଚେଷ୍ଟା କରିବେ ବୋଲି ନବ ନିର୍ବାଚିତ କର୍ମକର୍ତ୍ତାମାନେ କହିଛନ୍ତି। ନିର୍ବାଚନ ଅଧିକାରୀ ଭାବେ ଅଷ୍ଟମ ବାଟାଲିୟନର ଦୁର୍ଗପତି ଶାରଦା ପ୍ରସାଦ ଦାସ ଓ ରିଟନିଂ ଅଫିସର ଭାବେ ଉପଦୁର୍ଗପତି ପ୍ରଫୁଲ୍ଲ କୁମାର ସିଂ ଦାୟିତ୍ୱ ତୁଲାଇଥିଲେ।

 

The post ଯଶୋବନ୍ତ ସଭାପତି , ଜଗନ୍ନାଥ ସମ୍ପାଦକ appeared first on Dharitri Odia News.