ହାତୀ ହାବୁଡରେ ପଡ଼ିଗଲେ ବାପ-ଝିଅ: ଆଉ ତା’ପରେ…

ଭଞ୍ଜନଗର,୧୨ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ରେଞ୍ଜରେ ରବିବାର ହାତୀ ଆକ୍ରମଣରେ ବାପ, ଝିଅ ଆହତ ହୋଇଛନ୍ତି। ସେମାନେ ହେଲେ ସରପଡ଼ା ଗ୍ରାମର ତ୍ରିଲୋଚନ ମନ୍ତ୍ରୀ ଓ ତାଙ୍କ ଝିଅ ଖୁସି ମନ୍ତ୍ରୀ(୮)। ଉଭୟେ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ହାତୀପଲ ବିଲରେ ଧାନ ଖାଇବା ପାଇଁ ଭୋର୍‌ରେ ସରପଡ଼ା ଗାଁ ମୁହାଁ ହୋଇଥିଲେ। ପଲରୁ ଗୋଟିଏ ହାତୀ ଆସି […] The post ହାତୀ ହାବୁଡରେ ପଡ଼ିଗଲେ ବାପ-ଝିଅ: ଆଉ ତା’ପରେ… appeared first on Dharitri Odia News.

ହାତୀ ହାବୁଡରେ ପଡ଼ିଗଲେ ବାପ-ଝିଅ: ଆଉ ତା’ପରେ…

ଭଞ୍ଜନଗର,୧୨ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ରେଞ୍ଜରେ ରବିବାର ହାତୀ ଆକ୍ରମଣରେ ବାପ, ଝିଅ ଆହତ ହୋଇଛନ୍ତି। ସେମାନେ ହେଲେ ସରପଡ଼ା ଗ୍ରାମର ତ୍ରିଲୋଚନ ମନ୍ତ୍ରୀ ଓ ତାଙ୍କ ଝିଅ ଖୁସି ମନ୍ତ୍ରୀ(୮)। ଉଭୟେ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି।

ହାତୀପଲ ବିଲରେ ଧାନ ଖାଇବା ପାଇଁ ଭୋର୍‌ରେ ସରପଡ଼ା ଗାଁ ମୁହାଁ ହୋଇଥିଲେ। ପଲରୁ ଗୋଟିଏ ହାତୀ ଆସି ତ୍ରିଲୋଚନଙ୍କ ଘର ଭାଙ୍ଗିବା ଆରମ୍ଭ କରିଥିଲା। ହାତୀ ଦେଖି କୁକୁର ଭୁକିବାରୁ ଘରେ ଥିବା ତ୍ରିଲୋଚନ ଓ ତାଙ୍କ ସ୍ତ୍ରୀ ଜାଣିପାରି ପାଟି କରିଥିଲେ। ସ୍ତ୍ରୀ ପ୍ରଥମେ ଘରୁ ବାହାରି ଆସିଥିଲେ। ପରେ ଝିଅକୁ ଧରି ତ୍ରିଲୋଚନ ପଳାଉଥିବା ବେଳେ ହାତୀଟି ଶୁଣ୍ଢରେ ସେମାନଙ୍କୁ ଠେଲି ଦେଇଥିଲା। ଫଳରେ ବାପଝିଅ ଆହତ ହୋଇ ଚିତ୍କାର କରିଥିଲେ। ଗ୍ରାମବାସୀ ପହଞ୍ଚି ହୋହଲ୍ଲା କରିବାରୁ ହାତୀପଲ ପଳାଇଥିଲେ।

ହାତୀପଲକୁ ନିୟନ୍ତ୍ରଣ କରିବାରେ ବନ ବିଭାଗ କର୍ମଚାରୀ ବିଫଳ ହେଉଛନ୍ତି। ତେଣୁ ବାରମ୍ବାର ହାତୀ ଆକ୍ରମଣକୁ ନେଇ ସାଧାରଣରେ ଅସନ୍ତୋଷ ବଢୁଛି। ଏ ନେଇ ରେଞ୍ଜର ବିମ୍ବାଧର ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଆହତମାନଙ୍କୁ ସରକାରୀ ନିୟମ ଅନୁସାରେ ଯାହା ସୁବିଧା ଅଛି ଯୋଗାଇ ଦିଆଯିବ ବୋଲି କହିଛନ୍ତି।

The post ହାତୀ ହାବୁଡରେ ପଡ଼ିଗଲେ ବାପ-ଝିଅ: ଆଉ ତା’ପରେ… appeared first on Dharitri Odia News.