ଜର୍ମାନୀ ଚାନ୍‌ସେଲରଙ୍କ ଅଚାନକ ୟୁକ୍ରେନ୍ ଗସ୍ତ, ୬୫୦ ନିୟୁତ ୟୁରୋ ସାମରିକ ସହାୟତା ଯୋଗାଇଦେବେ

କିବ୍: ଯୁଦ୍ଧଗ୍ରସ୍ତ ଦେଶର ପ୍ରମୁଖ ସହଯୋଗୀ ଭାବେ କିବ୍‌ ପ୍ରତି ନିଜର ସମର୍ଥନ ଦୋହରାଇବା ପାଇଁ ଜର୍ମାନୀ ଚାନ୍‌ସେଲର ଓଲାଫ୍ ସ୍କୋଲ୍‌ଜ ଅଚାନକ୍‌ ୟୁକ୍ରେନ ଗସ୍ତ କରିଛନ୍ତି। ଜାନୁଆରିରେ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍‌କୁ ଫେରିବା ପରେ ଭବିଷ୍ୟତରେ ଆମେରିକାର ସମର୍ଥନକୁ ନେଇ ଆଶଙ୍କା ମଧ୍ୟରେ ୟୁକ୍ରେନ୍ ପ୍ରତି ସମର୍ଥନକୁ ଦୋହରାଇଛନ୍ତି ସ୍କୋଲ୍‌ଜ। ସ୍କୋଲ୍‌ଜଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ରୁଷ୍ ଆକାଶମାର୍ଗରୁ ଆଉ ଏକ ଡ୍ରୋନ୍ ମାଡ଼ କରିଥିଲା, ଯେଉଁଥିରେ ପଶ୍ଚିମ ୟୁକ୍ରେନର ଟେର୍ନୋପିଲ୍ ସହରରେ […]

ଜର୍ମାନୀ ଚାନ୍‌ସେଲରଙ୍କ ଅଚାନକ ୟୁକ୍ରେନ୍ ଗସ୍ତ, ୬୫୦ ନିୟୁତ ୟୁରୋ ସାମରିକ ସହାୟତା ଯୋଗାଇଦେବେ

କିବ୍: ଯୁଦ୍ଧଗ୍ରସ୍ତ ଦେଶର ପ୍ରମୁଖ ସହଯୋଗୀ ଭାବେ କିବ୍‌ ପ୍ରତି ନିଜର ସମର୍ଥନ ଦୋହରାଇବା ପାଇଁ ଜର୍ମାନୀ ଚାନ୍‌ସେଲର ଓଲାଫ୍ ସ୍କୋଲ୍‌ଜ ଅଚାନକ୍‌ ୟୁକ୍ରେନ ଗସ୍ତ କରିଛନ୍ତି। ଜାନୁଆରିରେ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍‌କୁ ଫେରିବା ପରେ ଭବିଷ୍ୟତରେ ଆମେରିକାର ସମର୍ଥନକୁ ନେଇ ଆଶଙ୍କା ମଧ୍ୟରେ ୟୁକ୍ରେନ୍ ପ୍ରତି ସମର୍ଥନକୁ ଦୋହରାଇଛନ୍ତି ସ୍କୋଲ୍‌ଜ। ସ୍କୋଲ୍‌ଜଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ରୁଷ୍ ଆକାଶମାର୍ଗରୁ ଆଉ ଏକ ଡ୍ରୋନ୍ ମାଡ଼ କରିଥିଲା, ଯେଉଁଥିରେ ପଶ୍ଚିମ ୟୁକ୍ରେନର ଟେର୍ନୋପିଲ୍ ସହରରେ ଜଣେ ମୃତ ଓ ତିନି ଜଣ ଆହତ ହୋଇଥିଲେ। ସ୍କୋଲ୍‌ଜ କହିଛନ୍ତି ଯେ ସେ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କୁ ଭେଟିବେ ଏବଂ ବର୍ଷ ଶେଷ ସୁଦ୍ଧା ୬୫୦ ନିୟୁତ ୟୁରୋ (୬୮୦ ନିୟୁତ ଡଲାର)ର ସାମରିକ ସହାୟତାର ଆଉ ଏକ ପ୍ୟାକେଜ୍ ଦେବାକୁ ଘୋଷଣା କରିବେ। ଗତ ମାସରେ ତାଙ୍କ ମେଣ୍ଟ ଭାଙ୍ଗିବା ପରେ ଫେବ୍ରୁଆରି ମାସରେ ନୂଆ ନିର୍ବାଚନର ସମ୍ମୁଖୀନ ହୋଇଥିବା ସ୍କୋଲ୍‌ଜ କହିଛନ୍ତି, ମୁଁ ଏଠାରେ ସ୍ପଷ୍ଟ କରିବାକୁ ଚାହୁଛି ଯେ ଜର୍ମାନୀ ୟୁରୋପରେ ୟୁକ୍ରେନର ସବୁଠାରୁ ଶକ୍ତିଶାଳୀ ସମର୍ଥକ ରହିବ।