ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ; ୫ ଶିଶୁଙ୍କ ସମେତ ୭ ମୃତ
ବାଲୁଚିସ୍ତାନ: ବାଲୁଚିସ୍ତାନର ମାସ୍ତୁଙ୍ଗ୍ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଶିଶୁ, ଜଣେ ପୁଲିସ ଅଧିକାରୀଙ୍କ ସମେତ ୭ ଜଣଙ୍କ ମୃତ୍ୟୁଘଟିଛି। ଏକ ପୁଲିସଭ୍ୟାନ୍କୁ ଟାର୍ଗେଟ୍ କରି ରିମୋଟ୍ କଣ୍ଟ୍ରୋଲ୍ ଯୋଗେ ଏହି ବିସ୍ଫୋରଣ ଘଟାଯାଇଥିବା ଜଣାଯାଇଛି। ଜିଲ୍ଲା ପୁଲିସ ଅଧିକାରୀ (ଡିପିଓ) ମିଆଁଦାଦ୍ ଉମରାନୀଙ୍କ ସୂଚନାନୁସାରେ, ସିଭିଲ୍ ହସ୍ପିଟାଲ୍ ଚୌକ ନିକଟରେ ଥିବା ଏକ ପୁଲିସ ଭ୍ୟାନ୍କୁ ଟାର୍ଗେଟ୍ କରି ବିସ୍ଫୋରଣ ଘଟାଯାଇଥିଲା। ମୃତ ଶିଶୁଙ୍କ ବୟସ ୫ରୁ ୧୩ ବର୍ଷ ମଧ୍ୟରେ। ଏହି ଆକ୍ରମଣରେ ୪ […]

ବାଲୁଚିସ୍ତାନ: ବାଲୁଚିସ୍ତାନର ମାସ୍ତୁଙ୍ଗ୍ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଶିଶୁ, ଜଣେ ପୁଲିସ ଅଧିକାରୀଙ୍କ ସମେତ ୭ ଜଣଙ୍କ ମୃତ୍ୟୁଘଟିଛି। ଏକ ପୁଲିସଭ୍ୟାନ୍କୁ ଟାର୍ଗେଟ୍ କରି ରିମୋଟ୍ କଣ୍ଟ୍ରୋଲ୍ ଯୋଗେ ଏହି ବିସ୍ଫୋରଣ ଘଟାଯାଇଥିବା ଜଣାଯାଇଛି। ଜିଲ୍ଲା ପୁଲିସ ଅଧିକାରୀ (ଡିପିଓ) ମିଆଁଦାଦ୍ ଉମରାନୀଙ୍କ ସୂଚନାନୁସାରେ, ସିଭିଲ୍ ହସ୍ପିଟାଲ୍ ଚୌକ ନିକଟରେ ଥିବା ଏକ ପୁଲିସ ଭ୍ୟାନ୍କୁ ଟାର୍ଗେଟ୍ କରି ବିସ୍ଫୋରଣ ଘଟାଯାଇଥିଲା। ମୃତ ଶିଶୁଙ୍କ ବୟସ ୫ରୁ ୧୩ ବର୍ଷ ମଧ୍ୟରେ। ଏହି ଆକ୍ରମଣରେ ୪ ପୁଲିସ ଅଧିକାରୀଙ୍କ ସହ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ଅନୁସନ୍ଧାନରେ ଭ୍ୟାନ୍ ନିକଟରେ ଏକ ବିସ୍ଫୋରକ ଭର୍ତ୍ତି ମୋଟରସାଇକଲକୁ ରିମୋଟ୍ କଣ୍ଟ୍ରୋଲ୍ ଯୋଗେ ବିସ୍ଫୋରଣ କରାଯାଇଥିଲା। ବିସ୍ଫୋରଣ ଯୋଗୁଁ ପୁଲିସ ଭ୍ୟାନ୍ ସହ ନିକଟରେ ଥିବା ଏକାଧିକ ଅଟୋରିକ୍ସା କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ପରେ ସିଭିଲ୍ ହସ୍ପିଟାଲ୍ଏ ବିଏମ୍ସି ହସ୍ପିଟାଲ୍ ସମେତ କ୍ବେଟାର ସମସ୍ତ ହସ୍ପିଟାଲ୍ରେ ଜରୁରୀ ସ୍ଥିତି ଘୋଷଣା କରାଯାଇଛି। ଆହତଙ୍କୁ ତୁରନ୍ତ ଓ ଉପଯୁକ୍ତ ଚିକିତ୍ସା ଦେବା ପାଇଁ ବାଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ୍ ବୁଗ୍ତି ନିର୍ଦ୍ଦେଶ ଦେଇଛନ୍ତି।