ସଂଜୟ ବର୍ମା ମହାରାଷ୍ଟ୍ରର ନୂଆ ପୁଲିସ ମହାନିର୍ଦ୍ଦେଶକ
ମୁମ୍ବାଇ: ନିର୍ବାଚନ କମିସନଙ୍କ ପକ୍ଷରୁ ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ସଂଜୟ ବର୍ମାଙ୍କୁ ମହାରାଷ୍ଟ୍ରର ନୂଆ ପୁଲିସ ମୁଖ୍ୟ ନିଯୁକ୍ତ କରିଛନ୍ତି। ମହାରାଷ୍ଟ୍ରର ପୂର୍ବତନ ଡିଜିପି ରଶ୍ମି ଶୁକ୍ଳାଙ୍କ ସ୍ଥାନରେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି। ଉଲ୍ଲେଖଯୋଗ୍ୟ, ଫୋନ୍ ଟ୍ୟାପିଂ ଅଭିଯୋଗରେ ରଶ୍ମି ଶୁକ୍ଳାଙ୍କୁ ନଭେମ୍ବର ୪ ତାରିଖରେ ବଦଳି କରାଯାଇଥିଲା। ଏହାର ଦିନକ ପରେ ଲିଗାଲ୍ ଏବଂ ଟେକନିକାଲ୍ ଡିଜି ଦାୟିତ୍ବରେ ଥିବା ସଂଜୟ ବର୍ମାଙ୍କୁ ମହାରାଷ୍ଟ୍ରର ଡିଜିପି ନିଯୁକ୍ତ କରାଯାଇଛି। ମହାରାଷ୍ଟ୍ର କଂଗ୍ରେସ ସଭାପତି […]

ମୁମ୍ବାଇ: ନିର୍ବାଚନ କମିସନଙ୍କ ପକ୍ଷରୁ ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ସଂଜୟ ବର୍ମାଙ୍କୁ ମହାରାଷ୍ଟ୍ରର ନୂଆ ପୁଲିସ ମୁଖ୍ୟ ନିଯୁକ୍ତ କରିଛନ୍ତି। ମହାରାଷ୍ଟ୍ରର ପୂର୍ବତନ ଡିଜିପି ରଶ୍ମି ଶୁକ୍ଳାଙ୍କ ସ୍ଥାନରେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି। ଉଲ୍ଲେଖଯୋଗ୍ୟ, ଫୋନ୍ ଟ୍ୟାପିଂ ଅଭିଯୋଗରେ ରଶ୍ମି ଶୁକ୍ଳାଙ୍କୁ ନଭେମ୍ବର ୪ ତାରିଖରେ ବଦଳି କରାଯାଇଥିଲା। ଏହାର ଦିନକ ପରେ ଲିଗାଲ୍ ଏବଂ ଟେକନିକାଲ୍ ଡିଜି ଦାୟିତ୍ବରେ ଥିବା ସଂଜୟ ବର୍ମାଙ୍କୁ ମହାରାଷ୍ଟ୍ରର ଡିଜିପି ନିଯୁକ୍ତ କରାଯାଇଛି। ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ୍ ଅକ୍ଟୋବର ୩୧ ତାରିଖରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କୁ ଚିଠି ଲେଖି ରଶ୍ମି ଶୁକ୍ଳାଙ୍କୁ ତାଙ୍କ ପଦରୁ ହଟାଇବାପାଇଁ ଅନୁରୋଧ କରିଥିଲେ। ଶୁକ୍ଳା ରାଜ୍ୟରେ ବିରୋଧୀ ଦଳଙ୍କ ବିରୋଧରେ ପକ୍ଷପାତିତା କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ, ସଂଜୟ ବର୍ମା ୨୦୨୮ ଏପ୍ରିଲରେ ଅବସର ନେବେ।