ପାରିବାରିକ ବିବାଦରୁ ଏସିଡମାଡ଼ ୫ ଆହତ
ଖଡ଼ିଆଳ : ଦୁଇ ପରିବାର ମଧ୍ୟରେ ବିବାଦରୁ ଏସିଡ ମାଡ଼ I ଏସିଡ଼ ମାଡ଼ରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ସୂଚନାନୁସାରେ,ଖଡ଼ିଆଳ ଡୁଆଝର ଗ୍ରାମରେ ରହନ୍ତି ଦୁଇ ସୁନା କାରିଗର ପରିବାର I ଏମାନେ ସ୍ଥାନୀୟ ଚି଼ନ୍ଦIଗୁଡା ଗାଁରେ ସୁନା କାରିଗର ଦୋକାନ କରି ଆସୁଥିଲେ […]

ଖଡ଼ିଆଳ : ଦୁଇ ପରିବାର ମଧ୍ୟରେ ବିବାଦରୁ ଏସିଡ ମାଡ଼ I ଏସିଡ଼ ମାଡ଼ରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାନୁସାରେ,ଖଡ଼ିଆଳ ଡୁଆଝର ଗ୍ରାମରେ ରହନ୍ତି ଦୁଇ ସୁନା କାରିଗର ପରିବାର I ଏମାନେ ସ୍ଥାନୀୟ ଚି଼ନ୍ଦIଗୁଡା ଗାଁରେ ସୁନା କାରିଗର ଦୋକାନ କରି ଆସୁଥିଲେ I ତେବେ ଏହି ଦୋକାନକୁ ନେଇ ପୂର୍ବରୁ ଉଭୟ ପରିବାର ମଧ୍ୟରେ ବିବାଦ ରହିଥିଲା I ଘଟଣା କ୍ରମେ ଖଡ଼ିଆଳ ଥାନାକୁ ଯାଇ ବିବାଦର ସମାଧାନ ହୋଇଥିଲା I ଗୁରୁବାର ଦିନ ପୂର୍ବାହ୍ନରେ ପୁଣି ବାବଦ ଉଗ୍ରରୂପ ନେଇଥିଲା I ଏଥିରେ ଉଭୟ ପରିବାର ପରସ୍ପର ଉପରକୁ ଏସିଡ ଆକ୍ରମଣ କରିଥିଲେ I ଏଥିରେ ଉଭୟ ପରିବାରରୁ ୫ଜଣ ଆହତ ହୋଇଥିଲେ I ଆହତ ମାନେ ହେଲେ ମନିଜର ସରାଫ ଓ ତାଙ୍କ ଦୁଇ ପୁଅ ବିଜୟ ଓ ଧନଞ୍ଜୟ । ସେହିପରି ଅନ୍ୟ ପରିବାରର ଘନଶ୍ୟାମ ସରାଫ ଓ ତାଙ୍କ ସ୍ତ୍ରୀ ସନ୍ତୋଷୀ ସରାଫ । ଘଟଣାପରେ ଆହତମାନଙ୍କୁ ପରିବାର ଲୋକ ପ୍ରଥମେ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।