ବିଧାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ
ଖୋର୍ଦ୍ଧା : ବିଧାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ୪ ଆହତ । ଜଙ୍କିଆ ଥାନା ବଡ଼ପୋଖରିଆ ଛକରେ ଏକ ଅଟୋକୁ ଧକ୍କା ଦେଇଛି ବିଧାୟକଙ୍କ କାର । ଆଜି ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଖାଲ୍ଲିକୋଟରୁ ଭୁବନେଶ୍ୱର ଆସୁଥିବାବେଳେ କାର ଜଙ୍କିଆ ଥାନା ବଡ଼ ପୋଖରିଆ ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ପଛପଟୁ ଧକ୍କା ଦେବାରୁ ଅଟୋ ଡ୍ରାଇଭର ସମେତ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ […]

ଖୋର୍ଦ୍ଧା : ବିଧାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ୪ ଆହତ । ଜଙ୍କିଆ ଥାନା ବଡ଼ପୋଖରିଆ ଛକରେ ଏକ ଅଟୋକୁ ଧକ୍କା ଦେଇଛି ବିଧାୟକଙ୍କ କାର । ଆଜି ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଖାଲ୍ଲିକୋଟରୁ ଭୁବନେଶ୍ୱର ଆସୁଥିବାବେଳେ କାର ଜଙ୍କିଆ ଥାନା ବଡ଼ ପୋଖରିଆ ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ପଛପଟୁ ଧକ୍କା ଦେବାରୁ ଅଟୋ ଡ୍ରାଇଭର ସମେତ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ବିଧାୟକଙ୍କର ଗାଡ଼ିର ସାମ୍ନା ପଟ ଭାଙ୍ଗି ଯାଇଥିବା ବେଳେ ବିଧାୟକ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରେ ଜଙ୍କିଆ ଥାନା ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।
ଅନ୍ୟପଟେ ଆଜି ଭୁବନେଶ୍ୱର ଓମଫେଡ ଛକରେ ଦୁର୍ଘଟଣା ଘଟିଛି । ୨ଟି ଅଟୋକୁ ଧକ୍କା ଦେଇଛି ଓମଫେଡ ଗାଡି । ସୋମବାର ଦିନ ୧୨ ଟା ସମୟରେ ଓମଫେଡ ଗାଡିଟି ୨ଟି ଅଟୋ ଉପରେ ଚଢିଯିବାରୁ ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟରେ ଜଣେ ଅଟୋ ଚାଳକ ଗୁରୁତର ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହେବା ସହ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରୁଛି । ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ଏହି ରାସ୍ତାରେ ଟ୍ରାଫିକ୍ ଜାମ୍ ରହିବା ସହ ଏବେ ପରିସ୍ଥିତି ଧିରେ ଧିରେ ସ୍ୱଭାବିକ ହୋଇଛି ।