କେଏଲ୍ ଶର୍ମାଙ୍କୁ ବରିଷ୍ଠ କଂଗ୍ରେସ ନେତାଙ୍କ ପ୍ରଶଂସା, ଆମେଥିରେ ସତ୍ୟୟ ବିଜୟ ହୋଇଛି
ନୂଆଦିଲ୍ଲୀ : ଆମେଥିରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ହରାଇ ବରିଷ୍ଠ କଂଗ୍ରେସ ନେତା କେ ଏଲ୍ ଶର୍ମା ବିଜୟ ହାସଲ କରିବାପରେ କଂଗ୍ରେସ ଦଳ ତାଙ୍କୁ ଭୂ୍ୟସୀ ପ୍ରଶଂସା କରିଛି। କଂଗ୍ରେସ କହିଛି, ଆମେଥିରେ ସତ, ସେବା ଏବଂ ସମର୍ପଣ ଭାବନାର ଜୟ ହୋଇଛି। ଏକ୍ସରେ ଏକ ପୋଷ୍ଟ୍ କରି କଂଗ୍ରେସ ଆଜି ଏହି ମନ୍ତବ୍ୟ ରଖିଛି। ଏଥିସହ କିଶୋରୀ ଲାଲ୍ ଶର୍ମା ତାଙ୍କ ବିଜୟ ସାର୍ଟିଫିକେଟ୍ ଧରି ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ […]

ନୂଆଦିଲ୍ଲୀ : ଆମେଥିରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ହରାଇ ବରିଷ୍ଠ କଂଗ୍ରେସ ନେତା କେ ଏଲ୍ ଶର୍ମା ବିଜୟ ହାସଲ କରିବାପରେ କଂଗ୍ରେସ ଦଳ ତାଙ୍କୁ ଭୂ୍ୟସୀ ପ୍ରଶଂସା କରିଛି। କଂଗ୍ରେସ କହିଛି, ଆମେଥିରେ ସତ, ସେବା ଏବଂ ସମର୍ପଣ ଭାବନାର ଜୟ ହୋଇଛି। ଏକ୍ସରେ ଏକ ପୋଷ୍ଟ୍ କରି କଂଗ୍ରେସ ଆଜି ଏହି ମନ୍ତବ୍ୟ ରଖିଛି। ଏଥିସହ କିଶୋରୀ ଲାଲ୍ ଶର୍ମା ତାଙ୍କ ବିଜୟ ସାର୍ଟିଫିକେଟ୍ ଧରି ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସହ ଠିଆ ହୋଇଥିବା ଫଟୋ ଏଥିରେ ଯୋଡ଼ା ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଆମେଥି ଆସନରେ ସ୍ମୃତି ହାରିଯିବା ବିଜେପି ପାଇଁ ଏକ ଶକ୍ତ ଝଟ୍କା। ଲକ୍ଷେ ୬୬ ହଜାର ଭୋଟ୍ ବ୍ୟବଧାନରେ ସ୍ମୃତି କିଶୋରୀ ଲାଲ୍ଙ୍କଠାରୁ ହାରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରେ ତାଙ୍କ ମା’ ସୋନିଆଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ରାହୁଲ ରାଏବରେଲିରେ ୩.୯୦ ଲକ୍ଷ ଭୋଟ୍ ବ୍ୟବଧାନରେ ଜିତିଛନ୍ତି।