ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ପ୍ରାଣୀ ଚିକିତ୍ସକ

ଭୁବନେଶ୍ୱର : ସରକାରଙ୍କ ପ୍ରତିଶ୍ରୁତି ପରେ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ । ପର୍ଯ୍ୟାୟ କ୍ରମେ ସମସ୍ତ ଦାବି ପୂରଣ କରାଯିବ ବୋଲି ମିଳିଛି ପ୍ରତିଶୃତି I ଏନେଇ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘର ସଭାପତି ଡାକ୍ତର ଜଗନ୍ନାଥ ପରିଡ଼ା ଓ ସାଧାରଣ ସମ୍ପାଦକ ଡାକ୍ତର ଶଙ୍କର୍ଷଣ ମାହୁନ୍ତ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,ଗତ ୧୮ ତାରିଖରୁ ସାରା ରାଜ୍ୟରେ୧୩୦୦ ପ୍ରାଣୀ ଚିକିତ୍ସକ ସମୂହ ଛୁଟି ନେଇ ଧାରଣାରେ ବସିଥିଲେ I ପ୍ରାଣୀ ବିଭାଗର ପୂର୍ଣ୍ଣାଙ୍ଗ ରୂପାନ୍ତରଣ, […]

ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ପ୍ରାଣୀ ଚିକିତ୍ସକ
ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ପ୍ରାଣୀ ଚିକିତ୍ସକ

ଭୁବନେଶ୍ୱର : ସରକାରଙ୍କ ପ୍ରତିଶ୍ରୁତି ପରେ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ । ପର୍ଯ୍ୟାୟ କ୍ରମେ ସମସ୍ତ ଦାବି ପୂରଣ କରାଯିବ ବୋଲି ମିଳିଛି ପ୍ରତିଶୃତି I ଏନେଇ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘର ସଭାପତି ଡାକ୍ତର ଜଗନ୍ନାଥ ପରିଡ଼ା ଓ ସାଧାରଣ ସମ୍ପାଦକ ଡାକ୍ତର ଶଙ୍କର୍ଷଣ ମାହୁନ୍ତ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ,ଗତ ୧୮ ତାରିଖରୁ ସାରା ରାଜ୍ୟରେ୧୩୦୦ ପ୍ରାଣୀ ଚିକିତ୍ସକ ସମୂହ ଛୁଟି ନେଇ ଧାରଣାରେ ବସିଥିଲେ I ପ୍ରାଣୀ ବିଭାଗର ପୂର୍ଣ୍ଣାଙ୍ଗ ରୂପାନ୍ତରଣ, କ୍ୟାଡର ପୁନର୍ଗଠନ ଏବଂ କେନ୍ଦ୍ର ସରକାରୀ ସେବା ଅଧୀନରେ ପ୍ରାଣୀ ଚିକିତ୍ସକଙ୍କ କ୍ଷେତ୍ରରେ ଡିଏସିପି ଦୃଷ୍ଟିରୁ ସମାନତା ଆଣିବା ଏବଂ ଅଣ ପ୍ରାକ୍ଟିସିଂ ଭତ୍ତା ପ୍ରଦାନ ଆଦି ଦାବିରେ ରାଜ୍ୟରେ ଚାକିରୀ କରିଥିବା ସମସ୍ତ ପ୍ରାଣୀ ଚିକିତ୍ସକ ଜାନୁଆରୀ ୧୮ରୁ ସମୂହ ଛୁଟିରେ ରହିଥିଲେ। ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଥିଲେ ଶତାଧିକ ପଶୁପକ୍ଷୀ I ଯାହାକୁ ନେଇ ଜନ ଅସନ୍ତୋଷ I

ଅନ୍ୟପଟେ ଓଡ଼ିଶାର ପ୍ରାଣୀ ଚିକିତ୍ସକ ସଂଘର ଦାବି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଜି ସକାରାତ୍ମକ ଆଲୋଚନା ହୋଇଛି। ପର୍ଯ୍ୟାୟକ୍ରମେ ସମସ୍ତ ଦାବି ଖୁବ ଶୀଘ୍ର ପୂରଣ ହେବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଛନ୍ତି ସଂଘର ସଭାପତି ଏବଂ ସମ୍ପାଦକ I