ଜେଲ୍‌ରୁ ବାହାରି ମୋଦୀ ସରକାରଙ୍କ ନୂଆ କାଶ୍ମୀର ବିରୋଧରେ ଗର୍ଜିଲେ ଇଞ୍ଜିନିୟର ରଶିଦ

ନୂଆଦିଲ୍ଲୀ: ଜେଲ୍‌ରୁ ବାହାରିବା ମାତ୍ରେ ମୋଦୀ ସରକାରଙ୍କ ବିରୋଧରେ ବର୍ଷିଲେ ସାଂସଦ ଇଞ୍ଜିନିୟର ରଶିଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ କାଶ୍ମୀର ଏଜେଣ୍ଡା ବିରୋଧରେ ଲଢ଼େଇ କରିବେ ବୋଲି ଶପଥ ନେଇଛନ୍ତି ରଶିଦ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ଇଞ୍ଜିନିୟର ରଶିଦ ଗତକାଲି ବେଲ୍ ପାଇଁ ଆଜି ଜେଲ୍‌ରୁ ମୁକୁଳିଛନ୍ତି। ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଦିଲ୍ଲୀ କୋର୍ଟ ରଶିଦଙ୍କୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି। ଜେଲ୍‌ରୁ ମୁକୁଳିବା ପରେ ରିପୋର୍ଟରମାନଙ୍କୁ ପ୍ରତକ୍ରିୟା ଦେଇ ରଶିଦ କହିଛନ୍ତି “ଜେଲରେ ସାଢ଼େ ୫ ବର୍ଷ ରହିବା ପରେ ମୁଁ ନିଜକୁ ମଜଭୁତ କରିଛି ଓ ମୋ ଲୋକଙ୍କ ପାଇଁ ମୁଁ ଗର୍ବ ଅନୁଭବ କରୁଛି। ମୁଁ ମୋ ଲୋକଙ୍କୁ ହତାଶ କରିବି ନାହିଁ ବୋଲି ପ୍ରତିଶ୍ରୁତି ଦେଉଛି।  ଜାମ୍ମୁ କାଶ୍ମୀରରେ ମୋଦୀଙ୍କ 'ନୟା କାଶ୍ମୀର' ଏଜେଣ୍ଡା ବିରୋଧରେ ଲଢ଼େଇ କରିବି। ମୋଦୀ ସରକାର ୫ ଅଗଷ୍ଟ ୨୦୧୯ରେ ଯାହା କରିଥିଲେ ତାହା ଲୋକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି।”ତିହାର ଜେଲ୍‌ର ଅଫିସରଙ୍କ ସୂଚନା ଅନୁସାରେ ରଶିଦ ଅପରାହ୍ନ ୪.୧୫ ମିନିଟ୍‌ରେ ଜେଲ୍‌ରୁ ବାହାରିଥିଲେ। ସେ ୨୦୧୭ରରେ ହୋଇଥିବା ଟେରର ଫଣ୍ଡି ମାମଲାରେ ୨୦୧୯ରୁ ଗିରଫ ହୋଇ ଜେଲ୍‌ରେ ଥିଲେ। ବେଆଇନ କାର୍ଯ୍ୟାକଳାପ ନିରୋଧକ ଆଇନରେ ଇଞ୍ଜିନୟର ରଶିଦାଙ୍କୁ ଗିରଫ କରିଥିଲା ଜ

ଜେଲ୍‌ରୁ ବାହାରି ମୋଦୀ ସରକାରଙ୍କ ନୂଆ କାଶ୍ମୀର ବିରୋଧରେ ଗର୍ଜିଲେ ଇଞ୍ଜିନିୟର ରଶିଦ

ନୂଆଦିଲ୍ଲୀ: ଜେଲ୍‌ରୁ ବାହାରିବା ମାତ୍ରେ ମୋଦୀ ସରକାରଙ୍କ ବିରୋଧରେ ବର୍ଷିଲେ ସାଂସଦ ଇଞ୍ଜିନିୟର ରଶିଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ କାଶ୍ମୀର ଏଜେଣ୍ଡା ବିରୋଧରେ ଲଢ଼େଇ କରିବେ ବୋଲି ଶପଥ ନେଇଛନ୍ତି ରଶିଦ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ଇଞ୍ଜିନିୟର ରଶିଦ ଗତକାଲି ବେଲ୍ ପାଇଁ ଆଜି ଜେଲ୍‌ରୁ ମୁକୁଳିଛନ୍ତି। ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଦିଲ୍ଲୀ କୋର୍ଟ ରଶିଦଙ୍କୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି। 

ଜେଲ୍‌ରୁ ମୁକୁଳିବା ପରେ ରିପୋର୍ଟରମାନଙ୍କୁ ପ୍ରତକ୍ରିୟା ଦେଇ ରଶିଦ କହିଛନ୍ତି “ଜେଲରେ ସାଢ଼େ ୫ ବର୍ଷ ରହିବା ପରେ ମୁଁ ନିଜକୁ ମଜଭୁତ କରିଛି ଓ ମୋ ଲୋକଙ୍କ ପାଇଁ ମୁଁ ଗର୍ବ ଅନୁଭବ କରୁଛି। ମୁଁ ମୋ ଲୋକଙ୍କୁ ହତାଶ କରିବି ନାହିଁ ବୋଲି ପ୍ରତିଶ୍ରୁତି ଦେଉଛି।  ଜାମ୍ମୁ କାଶ୍ମୀରରେ ମୋଦୀଙ୍କ 'ନୟା କାଶ୍ମୀର' ଏଜେଣ୍ଡା ବିରୋଧରେ ଲଢ଼େଇ କରିବି। ମୋଦୀ ସରକାର ୫ ଅଗଷ୍ଟ ୨୦୧୯ରେ ଯାହା କରିଥିଲେ ତାହା ଲୋକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି।”

ତିହାର ଜେଲ୍‌ର ଅଫିସରଙ୍କ ସୂଚନା ଅନୁସାରେ ରଶିଦ ଅପରାହ୍ନ ୪.୧୫ ମିନିଟ୍‌ରେ ଜେଲ୍‌ରୁ ବାହାରିଥିଲେ। ସେ ୨୦୧୭ରରେ ହୋଇଥିବା ଟେରର ଫଣ୍ଡି ମାମଲାରେ ୨୦୧୯ରୁ ଗିରଫ ହୋଇ ଜେଲ୍‌ରେ ଥିଲେ। ବେଆଇନ କାର୍ଯ୍ୟାକଳାପ ନିରୋଧକ ଆଇନରେ ଇଞ୍ଜିନୟର ରଶିଦାଙ୍କୁ ଗିରଫ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍‌ଆଇଏ।  

ଜେଲ୍‌ରେ ଥିବା ବେଳେ ଇଞ୍ଜିନିୟର ରଶିଦ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିଥିଲେ। ବାରାମୁଲା ଆସନରୁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅଦୁଲ୍ଲାଙ୍କୁ ପରାସ୍ତ କରିଥିଲେ। ଧାରା ୩୭୦ ହଟିବା ପରେ ଜାମ୍ମୁ-କାଶ୍ମୀରରେ ପ୍ରଥମ ଥର ପାଇଁ ଲୋକାଲ ଇଲେକ୍ସନ ହୋଇଥିଲା। ଯେଉଁଥିରେ ରଶିଦ ବିଜୟ ହୋଇଥିଲେ। 

ସୂଚନ ଥାଉକି ଜାମ୍ମୁ-କାଶ୍ମୀର ଇଲେକ୍ସନ ୩ଟି ପର୍ଯ୍ୟାୟରେ ହେବ। ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ପଡିବାକୁ ଥିବା ବେଳେ ସେପ୍ଟେମ୍ବର ୨୫ ତାରିଖରେ ଦ୍ୱତୀୟ, ଅକ୍ଟୋବର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ ପଡ଼ିବ। ଏହି ନିର୍ବାଚନରେ ଫାଇଟ୍ କରିବାକୁ ଇଞ୍ଜିନିୟର ରଶିଦଙ୍କ ଦଳ ଆୱାମୀ ଇତ୍ତେହାଦ ପାର୍ଟି(ଏଆଇପି) ପ୍ରସ୍ତୁତି ଆରମ୍ଭ କରିଦେଇଛି। 

ଅତିରିକ୍ତ ସେସନ ଜଜ୍ ଚନ୍ଦେର ଜିତ ସିଂହ ରାଶିଦଙ୍କୁ ଜାମିନ ପ୍ରଦାନ କରିଥିଲେ। ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଓ ୨ ଲକ୍ଷ ଟଙ୍କାର ସୁନିଶ୍ଚିତ ରାଶି ଦେବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ ତାଙ୍କ ବିରୋଧରେ ହୋଇଥିବା ଟେରର କେସ୍‌ ସମ୍ପର୍କରେ ମିଡିଆରେ କୌଣସି ବୟାନ ନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।