ଜୟ ଶାହ ICC ଚେୟାରମ୍ୟାନ ପରେ ବଦଳିଲା ପାକିସ୍ତାନର ଆଭିମୁଖ୍ୟ; ଚାମ୍ପିଅନ୍ସ ଟ୍ରଫିକୁ ନେଇ କଲା ଖାସ୍ ଅପିଲ୍
ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜନ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟରେ ମୋଟ୍ ୮ଟି ଦଳ ଅଂଶଗ୍ରହଣ କରିବେ। ଆଇସିସି କ୍ରୀଡ଼ାସୂଚୀ ଉପରେ ମୋହର ମାରି ସାରିଛି। ମାତ୍ର ଭାରତ ଏ ପର୍ଯ୍ୟନ୍ତ ପାକିସ୍ତାନ ଯିବା ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ନାହିଁ। ଜୟ ଶାହଙ୍କୁ ନିକଟରେ ଆଇସିସି ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି, ଯାହାଙ୍କ କାର୍ଯ୍ୟକାଳ ଡିସେମ୍ବର ୧ରୁ ଆରମ୍ଭ ହେବ। ଏବେ ପାକିସ୍ତାନର ବରିଷ୍ଠ ଖେଳାଳି ୟୁନୁସ୍ ଖାନ ଖାସ୍ ଅପିଲ୍ କରିଛନ୍ତି।ୟୁନୁସ ଖାନଙ୍କ କହିବା କଥା ଜୟ ଶାହ ଆଇସିସି ଚେୟାରମ୍ୟାନ ହେବା ପରେ ଖେଳୁଆଡ଼ ମନୋଭାବ ଦେଖାଇବା ଉଚିତ୍। ଜୟ ଶାହ ଆଇସିସି ଚେୟାରମ୍ୟାନ ଭାବେ କ୍ରିକେଟ୍ର ଉନ୍ନତି ପାଇଁ ନୂତନ ଉଦ୍ୟମ କରିବା ଦରକାର। ଏଠାରେ ଶାହଙ୍କୁ ସକରାତ୍ମକ ଖେଳୁଆଡ଼ ମନୋଭାବ ଦେଖାଇବା ଉଚିତ୍। ଜଣେ ଚେୟାରମ୍ୟାନ ଭାବେ ଭଲ ପଦକ୍ଷେପ ଏହା ହେବା ଉଚିତ୍ ଯେ, ଭାରତ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଆସୁ। ଅନ୍ୟପକ୍ଷେ ପାକିସ୍ତାନ ଦଳ ଭାରତ ଖେଳିବାକୁ ଯାଉ।ଭାରତ ଓ ପାକିସ୍ତାନ ଗତ ଦୁଇ ଦଶନ୍ଧିରେ ଅନେକ ଥର ମୁହାଁମୁହିଁ ହୋଇଛନ୍ତି। ମାତ୍ର ଭାରତୀୟ ଦଳ ୨୦୦୮ ଏସିଆ କପ୍ ପରେ କ୍ରିକେଟ୍ ଖେଳିବାକୁ ପାକିସ୍ତାନ ଗସ୍ତ କରିନି। ୟୁନୁସ ଖାନଙ୍କ ସ୍ପଷ୍ଟ କହିବା କଥା ଜୟ ଶାହ ଏବେ ବିସିସିଆଇ ସଚିବ ନାହାନ୍ତି ଏବଂ ଜଣେ ଆଇସିସି ଚେୟାରମ୍ୟାନ ଭାବେ କ୍ରିକେଟ୍ ଜରିଆରେ ଦେ
ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜନ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟରେ ମୋଟ୍ ୮ଟି ଦଳ ଅଂଶଗ୍ରହଣ କରିବେ। ଆଇସିସି କ୍ରୀଡ଼ାସୂଚୀ ଉପରେ ମୋହର ମାରି ସାରିଛି। ମାତ୍ର ଭାରତ ଏ ପର୍ଯ୍ୟନ୍ତ ପାକିସ୍ତାନ ଯିବା ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ନାହିଁ। ଜୟ ଶାହଙ୍କୁ ନିକଟରେ ଆଇସିସି ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି, ଯାହାଙ୍କ କାର୍ଯ୍ୟକାଳ ଡିସେମ୍ବର ୧ରୁ ଆରମ୍ଭ ହେବ। ଏବେ ପାକିସ୍ତାନର ବରିଷ୍ଠ ଖେଳାଳି ୟୁନୁସ୍ ଖାନ ଖାସ୍ ଅପିଲ୍ କରିଛନ୍ତି।
ୟୁନୁସ ଖାନଙ୍କ କହିବା କଥା ଜୟ ଶାହ ଆଇସିସି ଚେୟାରମ୍ୟାନ ହେବା ପରେ ଖେଳୁଆଡ଼ ମନୋଭାବ ଦେଖାଇବା ଉଚିତ୍। ଜୟ ଶାହ ଆଇସିସି ଚେୟାରମ୍ୟାନ ଭାବେ କ୍ରିକେଟ୍ର ଉନ୍ନତି ପାଇଁ ନୂତନ ଉଦ୍ୟମ କରିବା ଦରକାର। ଏଠାରେ ଶାହଙ୍କୁ ସକରାତ୍ମକ ଖେଳୁଆଡ଼ ମନୋଭାବ ଦେଖାଇବା ଉଚିତ୍। ଜଣେ ଚେୟାରମ୍ୟାନ ଭାବେ ଭଲ ପଦକ୍ଷେପ ଏହା ହେବା ଉଚିତ୍ ଯେ, ଭାରତ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଆସୁ। ଅନ୍ୟପକ୍ଷେ ପାକିସ୍ତାନ ଦଳ ଭାରତ ଖେଳିବାକୁ ଯାଉ।
ଭାରତ ଓ ପାକିସ୍ତାନ ଗତ ଦୁଇ ଦଶନ୍ଧିରେ ଅନେକ ଥର ମୁହାଁମୁହିଁ ହୋଇଛନ୍ତି। ମାତ୍ର ଭାରତୀୟ ଦଳ ୨୦୦୮ ଏସିଆ କପ୍ ପରେ କ୍ରିକେଟ୍ ଖେଳିବାକୁ ପାକିସ୍ତାନ ଗସ୍ତ କରିନି। ୟୁନୁସ ଖାନଙ୍କ ସ୍ପଷ୍ଟ କହିବା କଥା ଜୟ ଶାହ ଏବେ ବିସିସିଆଇ ସଚିବ ନାହାନ୍ତି ଏବଂ ଜଣେ ଆଇସିସି ଚେୟାରମ୍ୟାନ ଭାବେ କ୍ରିକେଟ୍ ଜରିଆରେ ଦେଶର ଦ୍ଵିପାକ୍ଷିକ ସଂପର୍କକୁ ଉନ୍ନତ କରିବା ଦିଗରେ ପ୍ରୟାସ କରିବା ଉଚିତ୍।