ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, କଟକ ବଡ଼ ମେଡିକାଲରେ ଚାଲିଛି ଚିକିତ୍ସା
କଟକ ୧୩।୦୩ : ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ । ପଦ୍ମଶ୍ରୀ କମଳା ପୂଜାରୀ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ ଜୟପୁର ଜିଲ୍ଲା ଚିକିତ୍ସାଳୟ ଓ ପରେ ସୋମବାର ରାତିରେ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। କମଳାଙ୍କ ଅଵସ୍ଥା ଗୁରୁତର ହେଵାରୁ ଏବେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସେପଟେ କଟକ ମେୟର ସୁବାସ ସିଂହ ବଡ ଡାକ୍ତରଖାନା ଯାଇ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ସାକ୍ଷାତ କରି ତାଙ୍କର ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ସହିତ ପରାମର୍ଶ କରିଛନ୍ତି । ପଦ୍ମଶ୍ରୀ କମଳା ପୂଜାରୀଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଛି। ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏହି ଟିମରେ ମେଡ଼ିସିନ ଵିଭାଗର ଡାକ୍ତର ବିଜୟ କୁମାର ବେହେରା , ନେଫ୍ରୋଲୋଜି ବିଭାଗର ମୁଖ୍ୟ, ନିଉରୋଲୋଜି ବିଭାଗର ଡାକ୍ତର ଅଶୋକ ମଲ୍ଲିକ ପ୍ରମୁଖ ଅଛନ୍ତି । ପଦ୍ମଶ୍ରୀ କମଳା ପୂଜାରୀ କୀଡନୀ ଜନିତ ସମସ୍ୟାରେ ଆକ୍ରାନ୍ତ ଅଛନ୍ତି।
କଟକ ୧୩।୦୩ : ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ । ପଦ୍ମଶ୍ରୀ କମଳା ପୂଜାରୀ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ ଜୟପୁର ଜିଲ୍ଲା ଚିକିତ୍ସାଳୟ ଓ ପରେ ସୋମବାର ରାତିରେ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। କମଳାଙ୍କ ଅଵସ୍ଥା ଗୁରୁତର ହେଵାରୁ ଏବେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।
ସେପଟେ କଟକ ମେୟର ସୁବାସ ସିଂହ ବଡ ଡାକ୍ତରଖାନା ଯାଇ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ସାକ୍ଷାତ କରି ତାଙ୍କର ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ସହିତ ପରାମର୍ଶ କରିଛନ୍ତି । ପଦ୍ମଶ୍ରୀ କମଳା ପୂଜାରୀଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଛି। ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏହି ଟିମରେ ମେଡ଼ିସିନ ଵିଭାଗର ଡାକ୍ତର ବିଜୟ କୁମାର ବେହେରା , ନେଫ୍ରୋଲୋଜି ବିଭାଗର ମୁଖ୍ୟ, ନିଉରୋଲୋଜି ବିଭାଗର ଡାକ୍ତର ଅଶୋକ ମଲ୍ଲିକ ପ୍ରମୁଖ ଅଛନ୍ତି । ପଦ୍ମଶ୍ରୀ କମଳା ପୂଜାରୀ କୀଡନୀ ଜନିତ ସମସ୍ୟାରେ ଆକ୍ରାନ୍ତ ଅଛନ୍ତି।