ରଜରେ ରକ୍ତର ଛିଟା: ହତ୍ୟାକଲେ ପୋଖରୀରେ ଫିଙ୍ଗିଦେଲେ, ଛଅ ଜଣଙ୍କୁ…
ପାଟଣା,୧୫।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗ୍ରାମ ମୁଣ୍ଡାସାହି ପୋଖରୀରୁ ରବିବାର ସକାଳୁ ଜଣେ ୫୦ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ମିଳିଛି। ତାଙ୍କୁ ପୋଖରୀ ପାଖରେ ମଦ ବିକ୍ରି କରୁଥିବା ଏକ ପରିବାର ଲୋକେ ସଂଘବଦ୍ଧ ଭାବେ ହତ୍ୟା କରି ପୋଖରିରେ ଫିଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି। ମୃତକ ଜଣକ ହେଉଛନ୍ତି ପାଟଣାବ୍ଲକ କଣ୍ଟିଆପଡ଼ା ବେହେରା ସାହିର ମିତ୍ର ବେହେରାଙ୍କ ପୁଅ ରୟା। ରୟା କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରେସର […] The post ରଜରେ ରକ୍ତର ଛିଟା: ହତ୍ୟାକଲେ ପୋଖରୀରେ ଫିଙ୍ଗିଦେଲେ, ଛଅ ଜଣଙ୍କୁ… appeared first on Dharitri Odia News.
ପାଟଣା,୧୫।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗ୍ରାମ ମୁଣ୍ଡାସାହି ପୋଖରୀରୁ ରବିବାର ସକାଳୁ ଜଣେ ୫୦ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ମିଳିଛି। ତାଙ୍କୁ ପୋଖରୀ ପାଖରେ ମଦ ବିକ୍ରି କରୁଥିବା ଏକ ପରିବାର ଲୋକେ ସଂଘବଦ୍ଧ ଭାବେ ହତ୍ୟା କରି ପୋଖରିରେ ଫିଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି। ମୃତକ ଜଣକ ହେଉଛନ୍ତି ପାଟଣାବ୍ଲକ କଣ୍ଟିଆପଡ଼ା ବେହେରା ସାହିର ମିତ୍ର ବେହେରାଙ୍କ ପୁଅ ରୟା। ରୟା କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରେସର ଭାବେ କାର୍ଯ୍ୟ କରୁଥିଲେ। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ପୋଲିସ ଘଟଣା ଘଟିଥିବା ପାଖ ଘରର ପ୍ରଥମେ ୨ଜଣ ଲୋକଙ୍କୁ ନେଉଥିବା ବେଳେ ଉତ୍ୟକ୍ତ ଲୋକ ତାଙ୍କୁ ମାଡ଼ ମାରିବା ସହ ଘୋଷାଡି ଥିଲେ। ପରେ ୪ଜଣ ଙ୍କୁ ପୋଲିସ ଉଠାଇ ନେଇଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଏନେଇ ତୁରୁମୁଙ୍ଗା ଥାନା ଅଧିକାରୀ ଦିପ୍ତିରରଂଜନ ସାହୁଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି। ୬ଜଣ ବ୍ୟକ୍ତିଙ୍କୁ ପୋଲିସ ଥାନାକୁ ଆଣି ପଚରା ଉଚରା କରି ତଦନ୍ତ ଜାରି ରଖିଛି।
The post ରଜରେ ରକ୍ତର ଛିଟା: ହତ୍ୟାକଲେ ପୋଖରୀରେ ଫିଙ୍ଗିଦେଲେ, ଛଅ ଜଣଙ୍କୁ… appeared first on Dharitri Odia News.