ଛାତ୍ରୀନିବାସ ଅଛି ହେଲେ ଛାତ୍ରୀ ନାହାଁନ୍ତି, ବିଲ୍ଡିଂ ଅଛି, ହେଲେ ପାଣି ନାହିଁ କି ବିଜୁଳି ନାହିଁ

ଭୁବନେଶ୍ୱର ୨୪/୦୯: ଛାତ୍ରୀନିବାସ ଥାଇ ବି ଦୂରରୁ ଆସୁଛନ୍ତି ପିଲା । କାହା ଘର ୧୦ କିଲୋମିଟର ତ ଆଉ କାହାର ୩୦ କିଲୋମିଟର । ସେତିକି ନୁହେଁ ପାଠପଢା ଖର୍ଚ୍ଚଠୁ ବଳିଯାଉଛି ଯାଆସ ଖର୍ଚ୍ଚ । ଘରୋଇ ବସ୍ ଓ ଟ୍ୟାକ୍ସି କରି ପିଲାଙ୍କୁ ପଠାଉଛନ୍ତି ଅଭିଭାବକ । ରାଜ୍ୟରେ ଅଧାରୁ ଅଧିକ ସ୍ଥାନରେ ଅବସ୍ଥା ଏପରି । ବିଭିନ୍ନ ସ୍ଥାନରେ ଆଦର୍ଶ ବିଦ୍ୟାଳୟ ଥାଇ ବି ସୁବିଧା ସୁଯୋଗରୁ ବଞ୍ଚିତ ଛାତ୍ରଛାତ୍ରୀ । ଅଭିଯୋଗ ମାଳ ମାଳ ହେଲେ ଶୁଣିବାକୁ କେହି ନାହିଁ । ବିଶେଷ କରି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅଧୀନରେ ଥିବା ୨୧ଟି ପଞ୍ଚାୟତର ଛାତ୍ରଛାତ୍ରୀ ଭାରି ହନ୍ତସନ୍ତ । ସେହିପରି ଭୁବନେଶ୍ୱରରୁ ଦୂରରେ ଥିବା ଷଣ୍ଢପୁରରେ ଅବସ୍ଥା ବି ସମାନ ।ରାଜ୍ୟରେ ୩୧୪ ବ୍ଲକ୍‌ରେ ଅଛି ଅନେକ ଆଦର୍ଶ ବିଦ୍ୟାଳୟ । ସେଥିରୁ ୨୨୨ଟି ଛାତ୍ରୀନିବାସର ସରିଛି ନିର୍ମାଣ କାର୍ଯ୍ୟ । ଆହୁରି ଶହେରୁ ଅଧିକ ଛାତ୍ରୀନିବାସ ହୋଇପାରିନି କାର୍ଯ୍ୟକ୍ଷମ । କେଉଁଠି ବିଜୁଳି ସଂଯୋଗ ନାହିଁ ତ ଆଉ କେଉଁଠି ପିଇବା ପାଣିର ବ୍ୟବସ୍ଥା ନାହିଁ । ହଷ୍ଟେଲ ଚାଲିବା ପାଇଁ ଆବଶ୍ୟକ ଆସବାବପତ୍ର ବି ମିଳିନି । ଚକାଚକ୍‌ ବିଲଡିଂ ହୋଇଛି, କର୍ମଚାରୀ ନିଯୁକ୍ତ କରାଯାଉନି ।  ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ବରିଷ୍ଠ ଅଧିକାରୀଙ୍କ କହିବା କଥା ଛାତ୍ରୀନିବାସ କାର୍ଯ୍ୟକ୍ଷମ ଲାଗି ସରକାରଙ୍କୁ ଦିଆଯାଇଛି । ଆଗକୁ ଏ ନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମତ ରଖିଛନ୍ତି ଅଧିକା

ଛାତ୍ରୀନିବାସ ଅଛି ହେଲେ ଛାତ୍ରୀ ନାହାଁନ୍ତି, ବିଲ୍ଡିଂ ଅଛି, ହେଲେ ପାଣି ନାହିଁ କି ବିଜୁଳି ନାହିଁ

ଭୁବନେଶ୍ୱର ୨୪/୦୯: ଛାତ୍ରୀନିବାସ ଥାଇ ବି ଦୂରରୁ ଆସୁଛନ୍ତି ପିଲା  କାହା ଘର ୧୦ କିଲୋମିଟର ତ ଆଉ କାହାର ୩୦ କିଲୋମିଟର  ସେତିକି ନୁହେଁ ପାଠପଢା ଖର୍ଚ୍ଚଠୁ ବଳିଯାଉଛି ଯାଆସ ଖର୍ଚ୍ଚ  ଘରୋଇ ବସ୍ ଓ ଟ୍ୟାକ୍ସି କରି ପିଲାଙ୍କୁ ପଠାଉଛନ୍ତି ଅଭିଭାବକ  

ରାଜ୍ୟରେ ଅଧାରୁ ଅଧିକ ସ୍ଥାନରେ ଅବସ୍ଥା ଏପରି  ବିଭିନ୍ନ ସ୍ଥାନରେ ଆଦର୍ଶ ବିଦ୍ୟାଳୟ ଥାଇ ବି ସୁବିଧା ସୁଯୋଗରୁ ବଞ୍ଚିତ ଛାତ୍ରଛାତ୍ରୀ  ଅଭିଯୋଗ ମାଳ ମାଳ ହେଲେ ଶୁଣିବାକୁ କେହି ନାହିଁ  ବିଶେଷ କରି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅଧୀନରେ ଥିବା ୨୧ଟି ପଞ୍ଚାୟତର ଛାତ୍ରଛାତ୍ରୀ ଭାରି ହନ୍ତସନ୍ତ  ସେହିପରି ଭୁବନେଶ୍ୱରରୁ ଦୂରରେ ଥିବା ଷଣ୍ଢପୁରରେ ଅବସ୍ଥା ବି ସମାନ 

ରାଜ୍ୟରେ ୩୧୪ ବ୍ଲକ୍‌ରେ ଅଛି ଅନେକ ଆଦର୍ଶ ବିଦ୍ୟାଳୟ  ସେଥିରୁ ୨୨୨ଟି ଛାତ୍ରୀନିବାସର ସରିଛି ନିର୍ମାଣ କାର୍ଯ୍ୟ  ଆହୁରି ଶହେରୁ ଅଧିକ ଛାତ୍ରୀନିବାସ ହୋଇପାରିନି କାର୍ଯ୍ୟକ୍ଷମ  କେଉଁଠି ବିଜୁଳି ସଂଯୋଗ ନାହିଁ ତ ଆଉ କେଉଁଠି ପିଇବା ପାଣିର ବ୍ୟବସ୍ଥା ନାହିଁ । ହଷ୍ଟେଲ ଚାଲିବା ପାଇଁ ଆବଶ୍ୟକ ଆସବାବପତ୍ର ବି ମିଳିନି  


ଚକାଚକ୍‌ ବିଲଡିଂ ହୋଇଛିକର୍ମଚାରୀ ନିଯୁକ୍ତ କରାଯାଉନି ।  ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ବରିଷ୍ଠ ଅଧିକାରୀଙ୍କ କହିବା କଥା ଛାତ୍ରୀନିବାସ କାର୍ଯ୍ୟକ୍ଷମ ଲାଗି ସରକାରଙ୍କୁ ଦିଆଯାଇଛି  ଆଗକୁ ଏ ନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମତ ରଖିଛନ୍ତି ଅଧିକାରୀ  

୨୦୧୬ରେ ପ୍ରତି ବ୍ଲକ୍ ମୁଖ୍ୟାଳୟରେ ଉଚ୍ଚମାନର ଇଂରାଜୀ ମାଧ୍ୟମ ସ୍କୁଲ୍‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କରିବାକୁ ହୋଇଥିଲା ଘୋଷଣା । ୨୦୧୬-୧୭ ଶିକ୍ଷା ବର୍ଷରେ ୧୦୦ଟି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ କରାଯାଇଥିଲା । ସେହିଭଳି ୨୦୧୭-୧୮ ବର୍ଷରେ ୬୦ଟି୨୦୧୮-୧୯ରେ ଆଉ ୩୦ଟି ବିଦ୍ୟାଳୟ କରାଯାଇଥିଲା କାର୍ଯ୍ୟକ୍ଷମ । 

ପର୍ଯ୍ୟାୟକ୍ରମେ ୩୧୪ ବ୍ଲକ୍‌ରେ ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରହିଥିବା ବେଳେ କୋଟିଆରେ ଗୋଟିଏ ଆଦର୍ଶ ବିଦ୍ୟାଳୟ ରହିଛି । ସେହିପରି ୫ଟି ମାଇନିଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ରାଜ୍ୟରେ ରହିଛି ମୋଟ୍‌ ୩୨୦ ଆଦର୍ଶ ବିଦ୍ୟାଳୟ । ସମସ୍ତ ବିଦ୍ୟାଳୟ କେନ୍ଦ୍ରୀୟ ମାଧ୍ୟମିକ ବୋର୍ଡ ପରିଷଦ ଅନୁବନ୍ଧିତ ସହ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର ବ୍ୟବସ୍ଥା ବି ରହିଛି । ପ୍ରତି କ୍ଲାସ୍‌ରେ ୮୦ ପିଲା ପଢ଼ିବା କ୍ଷମତା ରହିଛି । 

ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହ ଉଭୟ ଛାତ୍ରାବାସ ଓ ଛାତ୍ରୀନିବାସ ନିର୍ମାଣ ଏଠାରେ ରହିବା କଥା । ୩୧୪ଟି ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ୨୯୭ଟିର ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଏପର୍ଯ୍ୟନ୍ତ ଆହୁରି ୧୭ଟି ସ୍କୁଲର ନିର୍ମାଣ କାର୍ଯ୍ୟ ଶେଷ ହୋଇନି । ତେବେ ଯେତିକି ତିଆରି ହୋଇଛିସବୁଥିରେ ଛାତ୍ରୀ ରହୁନାହାନ୍ତି ।