ପିତାଙ୍କ ହତ୍ୟା ପରେ ଭାରତରେ ନେଇଥିଲେ ଶରଣ; ଏବେ ପୁଣି ଭାରତ ଭରଷା

ନୂଆଦିଲ୍ଲୀ,୫।୮: ବାଂଲାଦେଶରେ ବିଦ୍ରୋହ କାରଣରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିଜ ପଦରୁ ଇସ୍ତଫା ଦେବା ସହିତ ଦେଶ ଛାଡ଼ିବାକୁ ପଡିଛି। ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ହସିନା ଭାରତରେ ଆସି ପହଞ୍ଚିଥିବା ବିଭିନ୍ନ ମିଡ଼ିଆ ସୂତ୍ରରୁ ଜଣ ପଡିଛି। ଅଗରତାଲାରେ ତାଙ୍କର ହେଲିକପ୍ଟର ଲ୍ୟାଣ୍ଡ କରିବା ପରେ ହସିନା ଲଣ୍ଡନ ଯାଇ ପାରନ୍ତି ବୋଲି ଏକ ରିପୋର୍ଟରୁ ଜଣ ପଡିଛି। ଛାତ୍ରନେତା ଭାବେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ଏହି ସମୟରେ ସେ ଧକା ୟୁନିଭର୍ସିଟିରେ ଛାତ୍ର […] The post ପିତାଙ୍କ ହତ୍ୟା ପରେ ଭାରତରେ ନେଇଥିଲେ ଶରଣ; ଏବେ ପୁଣି ଭାରତ ଭରଷା appeared first on Dharitri Odia News.

ପିତାଙ୍କ ହତ୍ୟା ପରେ ଭାରତରେ ନେଇଥିଲେ ଶରଣ; ଏବେ ପୁଣି ଭାରତ ଭରଷା

ନୂଆଦିଲ୍ଲୀ,୫।୮: ବାଂଲାଦେଶରେ ବିଦ୍ରୋହ କାରଣରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିଜ ପଦରୁ ଇସ୍ତଫା ଦେବା ସହିତ ଦେଶ ଛାଡ଼ିବାକୁ ପଡିଛି। ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ହସିନା ଭାରତରେ ଆସି ପହଞ୍ଚିଥିବା ବିଭିନ୍ନ ମିଡ଼ିଆ ସୂତ୍ରରୁ ଜଣ ପଡିଛି। ଅଗରତାଲାରେ ତାଙ୍କର ହେଲିକପ୍ଟର ଲ୍ୟାଣ୍ଡ କରିବା ପରେ ହସିନା ଲଣ୍ଡନ ଯାଇ ପାରନ୍ତି ବୋଲି ଏକ ରିପୋର୍ଟରୁ ଜଣ ପଡିଛି।

ଛାତ୍ରନେତା ଭାବେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ଏହି ସମୟରେ ସେ ଧକା ୟୁନିଭର୍ସିଟିରେ ଛାତ୍ର ରାଜନୀତିରେ ସକ୍ରିୟ ରହିଥିଲେ। ଲୋକମାନଙ୍କଠାରୁ ପ୍ରଶଂସା ମିଳିବା ପରେ ଆୱାମି ଲିଗର ଷ୍ଟୁଡେଣ୍ଟ ୱଙ୍ଗ ସମ୍ଭାଳୁଥିଲେ। ପାର୍ଟିରେ ଦାୟିତ୍ୱ ସମ୍ଭାଳିବା ପରେ ହସିନାଙ୍କୁ ଭୟଙ୍କର ଖରାପ ସମୟ ଦେଇ ଗତି କରିବାକୁ ପଡିଥିଲା। ଯେତେବେଳେ ତାଙ୍କର ପିତା-ମତ ସମେତ ତିନି ଭାଇଙ୍କୁ ହତ୍ୟା କରି ଦିଆଯାଇଥିଲା। ବର୍ଷ ୧୯୭୫ ସମୟରେ ସେନା ଦେଶରେ କ୍ଷମତା ଅକ୍ତିଆର କରିଥିଲା। ଏହି ସମୟରେ ହସିନାଙ୍କ ବାପା ଓ ଭାଇ ଜୀବନ ହରାଇଥିଲା ବେଳେ ସେ ତାଙ୍କର ସ୍ୱାମୀ ୱାଜିଦ ମିଆଁ ଏବଂ ସାନ ଭଉଣୀ ବଞ୍ଚି ଯାଇଥିଲେ।

ତାଙ୍କ ପରିବାର ଲୋକ ଚାଲିଯିବା ପରେ ଶେଖ ହସିନା କିଛି ସମୟ ପାଇଁ ଜର୍ମାନୀ ଯାଇଥିଲେ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ଶେଖ ହସିନାଙ୍କର ଭଲ ସମ୍ପର୍କ ଥିଲା। ଜର୍ମାନୀ ପରେ ଇନ୍ଦିରା ଗାନ୍ଧୀ ଶେଖ ହସିନାଙ୍କୁ ଭାରତକୁ ନିମନ୍ତ୍ରଣ କରିଥିଲେ ଏବଂ ପରେ ସେ କିଛି ବର୍ଷ ପାଇଁ ଦିଲ୍ଲୀରେ ରହୁଥିଲେ। ଏହା ପରେ ଶେଖ ହସିନା ୧୯୮୧ମସିହାରେ ନିଜ ଦେଶ ବାଂଲାଦେଶକୁ ଫେରିଥିଲେ। ବାଂଲାଦେଶ ଯିବା ପରେ ଶେଖ ହସିନା ନିଜ ପାର୍ଟିକୁ ଫେରି ଦାୟିତ୍ୱ ଗ୍ରହଣ କରିଥିଲେ।

ଏବେ ପୁଣି ଦେଶରେ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ନେଇ ଆନ୍ଦୋଳନ ଚାଲିଥିଲା ବେଳେ ସେନା ଦେଶର କ୍ଷମତା ନିଜ ହାତକୁ ନେଇଛି ଏବଂ ହସିନା ଇସ୍ତଫା ଦେଇ ପୁଣିଥରେ ଦେଶ ଛାଡିଛନ୍ତି। ତେବେ ସେ ଭାରତରେ ଅଧିକ ସମୟ ନ ରହି ପାରନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ ସେ ଦିଲ୍ଲୀରେ ପହଞ୍ଚିବା ପରେ ଲଣ୍ଡନ ଯାଇପାରନ୍ତି।

The post ପିତାଙ୍କ ହତ୍ୟା ପରେ ଭାରତରେ ନେଇଥିଲେ ଶରଣ; ଏବେ ପୁଣି ଭାରତ ଭରଷା appeared first on Dharitri Odia News.