ଜଳିଗଲା କଣ୍ଟେନର: ଡ୍ରାଇଭର ଓ ହେଲପର ଜୀବନ୍ତ ଦଗ୍ଧ
ଜଳେଶ୍ବର:ବାଲେଶ୍ୱର ଜଳେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ଜଳିଗଲା କଣ୍ଟେନର।ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି।ଘଟଣା ଘଟିଛି ଜଳେଶ୍ୱର ଟୋଲଗେଟ ପାଖରେ।ଟୋଲଗେଟକୁ ଧକ୍କା ଦେଇଥିଲା ଦ୍ରୁତଗାମୀ କଣ୍ଟେନର।ପରେ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର। କଣ୍ଟେନର ଭିତରେ ଡ୍ରାଇଭର ଜୀବନ୍ତ ଓ ହେଲପର ଜଳି ଯାଇଥିବା ସନ୍ଦେହ କରାଯାଉଛି। ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଦୁର୍ଘଟଣା ଘଟିଛି।କଣ୍ଟେନରଟି ଚା ପତି ବୋଝେଇ କରି ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ପ୍ରବେଶ […]

ଜଳେଶ୍ବର:ବାଲେଶ୍ୱର ଜଳେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ଜଳିଗଲା କଣ୍ଟେନର।ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି।ଘଟଣା ଘଟିଛି ଜଳେଶ୍ୱର ଟୋଲଗେଟ ପାଖରେ।ଟୋଲଗେଟକୁ ଧକ୍କା ଦେଇଥିଲା ଦ୍ରୁତଗାମୀ କଣ୍ଟେନର।ପରେ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର। କଣ୍ଟେନର ଭିତରେ ଡ୍ରାଇଭର ଜୀବନ୍ତ ଓ ହେଲପର ଜଳି ଯାଇଥିବା ସନ୍ଦେହ କରାଯାଉଛି।
ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଦୁର୍ଘଟଣା ଘଟିଛି।କଣ୍ଟେନରଟି ଚା ପତି ବୋଝେଇ କରି ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ପ୍ରବେଶ ବେଳେ ବିଳମ୍ବିତ ରାତିରେ ହୋଇଛି ଦୁର୍ଘଟଣା।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଏବଂ ଜଳେଶ୍ବର ପୋଲିସର ତଦନ୍ତ ଜାରି ରହିଛି।