କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେପି, ଟିଏମ୍‌ସି ନେତା ଏବଂ ୨ ଡାକ୍ତରଙ୍କୁ ସମନ୍‌ ଜାରି

କୋଲକାତା: କୋଲକାତାରେ ଆର୍‌ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି କୋଲକାତା ପୁଲିସ ବିଜେପି ନେତ୍ରୀ ଲକେଟ ଚାଟାର୍ଜୀ ,ଟି ଏମ୍‌ସି ସାଂସଦ ସୁଖେନ୍ଦୁ ଶେଖର ରାୟ ଏବଂ ୨ ଜଣ ଡାକ୍ତରଙ୍କୁ ସମନ୍‌ କରିଛି। କୋଲକାତା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା‌ ମାମଲା ସଂକ୍ରାନ୍ତରେ ଅପପ୍ରଚାର କରୁଥିବା ଅଭିଯୋଗରେ ସେମାନଙ୍କୁ ଆଜି ଅପରାହ୍ନ ୩ଟାରେ ସମନ୍‌ କରାଯାଇଛି। ସୁଖେନ୍ଦୁ ଶେଖର ରାୟ ଦାବି କରିଛନ୍ତି ଯେ ଅଗଷ୍ଟ ୯ ତାରିଖରେ […]

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେପି, ଟିଏମ୍‌ସି ନେତା ଏବଂ ୨ ଡାକ୍ତରଙ୍କୁ ସମନ୍‌ ଜାରି

କୋଲକାତା: କୋଲକାତାରେ ଆର୍‌ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି କୋଲକାତା ପୁଲିସ ବିଜେପି ନେତ୍ରୀ ଲକେଟ ଚାଟାର୍ଜୀ ,ଟି ଏମ୍‌ସି ସାଂସଦ ସୁଖେନ୍ଦୁ ଶେଖର ରାୟ ଏବଂ ୨ ଜଣ ଡାକ୍ତରଙ୍କୁ ସମନ୍‌ କରିଛି। କୋଲକାତା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା‌ ମାମଲା ସଂକ୍ରାନ୍ତରେ ଅପପ୍ରଚାର କରୁଥିବା ଅଭିଯୋଗରେ ସେମାନଙ୍କୁ ଆଜି ଅପରାହ୍ନ ୩ଟାରେ ସମନ୍‌ କରାଯାଇଛି। ସୁଖେନ୍ଦୁ ଶେଖର ରାୟ ଦାବି କରିଛନ୍ତି ଯେ ଅଗଷ୍ଟ ୯ ତାରିଖରେ ପୀଡ଼ିତା ଡାକ୍ତରଙ୍କ ମୃତଦେହ ମିଳିବାର ୩ ଦିନ ପରେ ଅପରାଧ ସ୍ଥଳକୁ ଡଗ୍‌ ସ୍କ୍ବାଡ୍‌ ପଠାଯାଇଥିଲା। କିନ୍ତୁ ପୁଲିସ କହିଛି ଏଭଳି ଅପପ୍ରଚାର ମିଛ। ଅଗଷ୍ଟ ୯ ତାରିଖ ଦିନ ୨ ଥର ସ୍ନାଇଫର ଡଗ୍‌ ପଠାଯାଇଛି ଏବଂ ପରେ ଅଗଷ୍ଟ ୧୨ ତାରିଖ‌ରେ ପୁଣି ପଠାଯାଇଥିଲା। ଏଥିପାଇଁ ସୁଖେନ୍ଦୁ ଶେଖର ରାୟଙ୍କୁ ନୋଟିସ୍‌ ପଠାଯାଇଛି। ସେହିପରି ପୁଲିସ ୨ ଜଣ ଡାକ୍ତର କୁନାଲ ସରକାର ଏବଂ ସୁବର୍ନ ଗୋସ୍ବାମୀଙ୍କୁ ସମନ୍‌ କରିଛି। ଡାକ୍ତର ଗୋସ୍ବାମୀ ଦାବି କରିଛନ୍ତି ଯେ ସେ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେଖିଛନ୍ତି ଏବଂ ଏଥିରୁ ସେ ଡାକ୍ତରଙ୍କ ଶରୀରରେ ୧୫୦ ଗ୍ରାମ୍‌ ସିମେନ୍‌ ଥିବା ଜାଣିଛନ୍ତି। ଡାକ୍ତରଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସେ ଦାବି କରିଛନ୍ତି। କିନ୍ତୁ କୋଲକାତା ପୁଲିସ ଏହି ଦାବିକୁ ଖଣ୍ଡନ କରିଛି। ଏହା ମିଥ୍ୟା ଖବର ବୋଲି କୋଲକାତା ପୁଲିସ କହିଛି। ପୁଲିସ କହିଛି ଏଭଳି ଅପପ୍ରଚାର ସୋସିଆଲ ମିଡିଆରେ ବ୍ୟାପିବାଦ୍ବାରା ଲୋକଙ୍କ ମନରେ କ୍ରୋଧ ବଢ଼ୁଛି। ଏହା ଭିତ୍ତିହୀନ ଏବଂ ବିଭ୍ରାନ୍ତକାରୀ ବୋଲି ପୁଲିସ କହିଛି। ଘଟଣା‌ ସଂକ୍ରାନ୍ତରେ ଅପପ୍ରଚାର କରୁଥିବା ଅଭିଯୋଗରେ ପୁଲିସ ଆଜି ଏହି ସମନ୍‌ ଜାରି କରିଛି।