ଇଦ୍ ଶୁଭେଚ୍ଛା ଜଣାଇଲେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଇଦ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, ସମସ୍ତେ ଖୁସି ଏବଂ ସୁସ୍ଥ ରୁହନ୍ତୁ, ଇଦ୍ ମୁବାରକ। ଇଦ୍ କେରଳ ଏବଂ ଲଦାଖରେ ଆଜି ପାଳନ ହେଉଛି। ଅନ୍ୟପକ୍ଷେ ସମଗ୍ର ଦେଶରେ ଏପ୍ରିଲ ୧୧ ତାରିଖରେ ଇଦ୍ ପାଳନ ହେବ। ଉପବାସ ମାସ ରମଜାନ୍ ଶେଷ ହେଲେ ଇଦୁଲ ଫିତର ପାଳନ ହୁଏ। ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରେ ଭିନ୍ନ ଦିନରେ […]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଇଦ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, ସମସ୍ତେ ଖୁସି ଏବଂ ସୁସ୍ଥ ରୁହନ୍ତୁ, ଇଦ୍ ମୁବାରକ। ଇଦ୍ କେରଳ ଏବଂ ଲଦାଖରେ ଆଜି ପାଳନ ହେଉଛି। ଅନ୍ୟପକ୍ଷେ ସମଗ୍ର ଦେଶରେ ଏପ୍ରିଲ ୧୧ ତାରିଖରେ ଇଦ୍ ପାଳନ ହେବ। ଉପବାସ ମାସ ରମଜାନ୍ ଶେଷ ହେଲେ ଇଦୁଲ ଫିତର ପାଳନ ହୁଏ। ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରେ ଭିନ୍ନ ଦିନରେ ଏହି ଉତ୍ସବ ପାଳନ ହୋଇଥାଏ।