‘ଗୋପାଳ ପ୍ରକୃତ ଦୋଷୀ ନୁହେଁ, ତାକୁ ବେଲ୍‌ରେ ଛାଡ଼’

ଭୁବନେଶ୍ୱର,୨୦।୩: ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା ଦିନକୁ ଦିନ ନୂଆମୋଡ଼ ନେଉଛି। ବୁଧବାର ତାଙ୍କ ପତ୍ନୀ ମୀନତି ଦାସ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହାକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଏବେ ସରକାରଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଟାର୍ଗେଟ କରିଛନ୍ତି। ତାରା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରୁ ଲାଗୁଛି ଗୋପାଳ ପ୍ରକୃତ ଦୋଷୀ ନୁହନ୍ତି। ତା’ ହେଲେ ଗୋପାଳକୁ ବେଲ୍‌ରେ ଛାଡ଼ନ୍ତୁ, ଏହା ପଛରେ କିଏ […] The post ‘ଗୋପାଳ ପ୍ରକୃତ ଦୋଷୀ ନୁହେଁ, ତାକୁ ବେଲ୍‌ରେ ଛାଡ଼’ appeared first on Dharitri Odia News.

‘ଗୋପାଳ ପ୍ରକୃତ ଦୋଷୀ ନୁହେଁ, ତାକୁ ବେଲ୍‌ରେ ଛାଡ଼’

ଭୁବନେଶ୍ୱର,୨୦।୩: ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା ଦିନକୁ ଦିନ ନୂଆମୋଡ଼ ନେଉଛି। ବୁଧବାର ତାଙ୍କ ପତ୍ନୀ ମୀନତି ଦାସ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହାକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଏବେ ସରକାରଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଟାର୍ଗେଟ କରିଛନ୍ତି।

ତାରା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରୁ ଲାଗୁଛି ଗୋପାଳ ପ୍ରକୃତ ଦୋଷୀ ନୁହନ୍ତି। ତା’ ହେଲେ ଗୋପାଳକୁ ବେଲ୍‌ରେ ଛାଡ଼ନ୍ତୁ, ଏହା ପଛରେ କିଏ ଅଛି ତାକୁ ଧରନ୍ତୁ। ନବଙ୍କ ପରିବାରର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ନାହିଁ। ଏଣୁ ସିବିଆଇ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ କହିଛନ୍ତି।

କହିରଖୁଛୁ, ନବଙ୍କ ପତ୍ନୀ ମୀନତି ବୁଧବାର ସାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସ୍ବାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ତାଙ୍କ ଝିଅ ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁତ୍ର ବିଶାଳ ଦାସ ମଧ୍ୟ ଉପସ୍ଥିତ ଥିଲେ ।ଏହି ଭେଟ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେଉଁଭଳି ଭାବେ ଏହି ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ । ଘଟଣାରେ ସରକାର ସବୁ ଦିଗକୁ ପୁଣି ଥରେ ତନ୍ନ ତନ୍ନ କରି ପରୀକ୍ଷା କରିବେ ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ। ଆଇନର ମର୍ଯ୍ୟାଦା ମଧ୍ୟରେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଥିଲେ । ଅପରପକ୍ଷେ ବ୍ୟକ୍ତିଗତ ଭାବେ ଭେଟି ଏହି ଆଲୋଚନା କରିଥିବାରୁ ଏବଂ ନ୍ୟାୟ ମିଳିବାର ଭରସା ଦେଇଥିବାରୁ ମୀନତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

The post ‘ଗୋପାଳ ପ୍ରକୃତ ଦୋଷୀ ନୁହେଁ, ତାକୁ ବେଲ୍‌ରେ ଛାଡ଼’ appeared first on Dharitri Odia News.