‘ମୋ ଜୀବନ ଦେଶ ପାଇଁ ସମର୍ପିତ…’, ଇଡି କଷ୍ଟୋଡିରେ କେଜରିଓ୍ବାଲଙ୍କ ପ୍ରଥମ ବୟାନ
ନୂଆଦିଲ୍ଲୀ,୨୨।୩: ଇଡି ହେପାଜତକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ତାଙ୍କର ପ୍ରଥମ ବୟାନ ଦେଇଛନ୍ତି। ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇ ସେ କହିଛନ୍ତି ଯେ ମୁଁ ଜେଲ ଭିତରେ କିମ୍ବା ବାହାରେ ଥିଲେ ବି, ମୋ ଜୀବନ ଦେଶ ପାଇଁ ଉତ୍ସର୍ଗୀକୃତ। ଗୁରୁବାର ରାତିରେ ଗିରଫ ପରେ ଇଡି ଟିମ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କୋର୍ଟକୁ ନେଇଛନ୍ତି। ସେମାନଙ୍କୁ ମୁଖ୍ୟମନ୍ତ୍ରୀ ୧୦ଦିନର ହେପାଜତ ଦିଆଯାଉ ବୋଲି କାର୍ଟରୁ ଦାବି କରିଛନ୍ତି। ତଦନ୍ତକାରୀ ସଂସ୍ଥା କହିଛି […] The post ‘ମୋ ଜୀବନ ଦେଶ ପାଇଁ ସମର୍ପିତ…’, ଇଡି କଷ୍ଟୋଡିରେ କେଜରିଓ୍ବାଲଙ୍କ ପ୍ରଥମ ବୟାନ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୩: ଇଡି ହେପାଜତକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ତାଙ୍କର ପ୍ରଥମ ବୟାନ ଦେଇଛନ୍ତି। ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇ ସେ କହିଛନ୍ତି ଯେ ମୁଁ ଜେଲ ଭିତରେ କିମ୍ବା ବାହାରେ ଥିଲେ ବି, ମୋ ଜୀବନ ଦେଶ ପାଇଁ ଉତ୍ସର୍ଗୀକୃତ। ଗୁରୁବାର ରାତିରେ ଗିରଫ ପରେ ଇଡି ଟିମ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କୋର୍ଟକୁ ନେଇଛନ୍ତି। ସେମାନଙ୍କୁ ମୁଖ୍ୟମନ୍ତ୍ରୀ ୧୦ଦିନର ହେପାଜତ ଦିଆଯାଉ ବୋଲି କାର୍ଟରୁ ଦାବି କରିଛନ୍ତି। ତଦନ୍ତକାରୀ ସଂସ୍ଥା କହିଛି ଯେ ଦିଲ୍ଲୀର ମଦ ସ୍କାମ ମାମଲାରେ ଅରବିନ୍ଦ କେଜ୍ରିୱାଲ ମୁଖ୍ୟ ଷଡଯନ୍ତ୍ରକାରୀ। ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଇଡି ଏହି ପୁରା ଏପିସୋଡରେ ମନି ଟ୍ରେଲର ଅନୁସନ୍ଧାନ କରୁଛି।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଭାଜପାର ଦିଲ୍ଲୀ ୟୁନିଟ ଶୁକ୍ରବାର ଆମ ଆଦମୀ ପାର୍ଟିକୁ ନିନ୍ଦା କରିଛି। ଦିଲ୍ଲୀ ପ୍ରଦେଶ ଭାଜପା କହିଛି ଯେ ଦୁର୍ନୀତି ମାମଲାରେ ଏଏପି ନେତାଙ୍କୁ ଗିରଫ କରାଯାଇଛି ଏବଂ ଦଳ ସମସ୍ତ ନୈତିକତା ହରାଇଛି। ଦିଲ୍ଲୀ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚଦେବ ଦାବି କରିଛନ୍ତି ଯେ ଏକ୍ସାଇଜ ନୀତି ପ୍ରଣୟନ ତଥା କାର୍ଯ୍ୟକାରୀ କରିବାରେ ହୋଇଥିବା ଦୁର୍ନୀତି ବିଷୟରେ କେଜରିୱାଲ ଜାଣିଛନ୍ତି ଏବଂ ତାଙ୍କ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଦଳର ଏମପି ସଞ୍ଜୟ ସିଂଙ୍କୁ ଜେଲରେ ରଖିଛନ୍ତି।
The post ‘ମୋ ଜୀବନ ଦେଶ ପାଇଁ ସମର୍ପିତ…’, ଇଡି କଷ୍ଟୋଡିରେ କେଜରିଓ୍ବାଲଙ୍କ ପ୍ରଥମ ବୟାନ appeared first on Dharitri Odia News.