ED ଡେପୁଟି ଡାଇରେକ୍ଟର ନେଉଥିଲେ ଲାଞ୍ଚ: ୨୦ ଲକ୍ଷ ଟଙ୍କା ସହ ଧରିଲା CBI
ଭୁବନେଶ୍ୱର,୨୯।୫: ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗୁରୁବାର CBI ହାତରେ ଧରାପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ୨୦୧୩ ବ୍ୟାଚର ଆଇଆରଏସ୍ ଅଧିକାରୀ ତଥା ଇଡି ଡେପୁଟି ଡାଇରେକ୍ଟର ରଘୁବଂଶୀ ଇଡି ଚଢାଉର ଧମକ ଦେଇ ଜଣେ ବ୍ୟବସାୟୀଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ବ୍ୟବସାୟୀ ଜଣକ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(CBI)ର ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଶହୀଦନଗର ଅଞ୍ଚଳରେ ଅଭିଯୋଗକାରୀଙ୍କଠାରୁ ୨୦ […] The post ED ଡେପୁଟି ଡାଇରେକ୍ଟର ନେଉଥିଲେ ଲାଞ୍ଚ: ୨୦ ଲକ୍ଷ ଟଙ୍କା ସହ ଧରିଲା CBI appeared first on Dharitri Odia News.
ଭୁବନେଶ୍ୱର,୨୯।୫: ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗୁରୁବାର CBI ହାତରେ ଧରାପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ୨୦୧୩ ବ୍ୟାଚର ଆଇଆରଏସ୍ ଅଧିକାରୀ ତଥା ଇଡି ଡେପୁଟି ଡାଇରେକ୍ଟର ରଘୁବଂଶୀ ଇଡି ଚଢାଉର ଧମକ ଦେଇ ଜଣେ ବ୍ୟବସାୟୀଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।
ଏନେଇ ବ୍ୟବସାୟୀ ଜଣକ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(CBI)ର ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଶହୀଦନଗର ଅଞ୍ଚଳରେ ଅଭିଯୋଗକାରୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସିବିଆଇ ଅଧିକାରୀ ରଘୁବଂଶୀଙ୍କୁ ଧରିବାରେ ସଫଳ ହୋଇଥିଲେ।
The post ED ଡେପୁଟି ଡାଇରେକ୍ଟର ନେଉଥିଲେ ଲାଞ୍ଚ: ୨୦ ଲକ୍ଷ ଟଙ୍କା ସହ ଧରିଲା CBI appeared first on Dharitri Odia News.