ସହପାଠିନୀଙ୍କୁ ଗିଫ୍ଟ କଲେ ସୁନା ବିସ୍କୁଟ, କେଜିରେ ପଢୁଥିବା ଶିଶୁଙ୍କର ଅଜବ କାରନାମା
ବେଜିଂ,୪।୧: ଛୋଟପିଲା ଦୁଷ୍ଟାମୀ କରନ୍ତି। ଅଭିଭାବକଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ ଶିକ୍ଷକ ମଧ୍ୟ ପିଲାଙ୍କୁ ଏଥିପାଇଁ ଗାଳି ଦେଇ ବୁଝାନ୍ତି। ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମ୍ପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ୪-୫ବର୍ଷର ପିଲା ସ୍କୁଲରେ ତାଙ୍କ ସହପାଠିନୀଙ୍କ ସହ କିଛି ଏପରି କାଣ୍ଡ ଘଟାଇଛନ୍ତି ଜାଣିଲେ ତାଜୁବ ହୋଇଯିବେ। ପିଲାମାନେ ସେମାନଙ୍କ ସହପାଠୀଙ୍କୁ ତାଙ୍କ ଜନ୍ମଦିନ କିମ୍ବା ଫ୍ରେଣ୍ଡସିପ୍ ଡେ ଆସିଲେ ପରସ୍ପରକୁ ଉପହାର ଦିଅନ୍ତି। ବିସ୍କୁଟ […] The post ସହପାଠିନୀଙ୍କୁ ଗିଫ୍ଟ କଲେ ସୁନା ବିସ୍କୁଟ, କେଜିରେ ପଢୁଥିବା ଶିଶୁଙ୍କର ଅଜବ କାରନାମା appeared first on Dharitri Odia News.
ବେଜିଂ,୪।୧: ଛୋଟପିଲା ଦୁଷ୍ଟାମୀ କରନ୍ତି। ଅଭିଭାବକଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ ଶିକ୍ଷକ ମଧ୍ୟ ପିଲାଙ୍କୁ ଏଥିପାଇଁ ଗାଳି ଦେଇ ବୁଝାନ୍ତି। ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମ୍ପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ୪-୫ବର୍ଷର ପିଲା ସ୍କୁଲରେ ତାଙ୍କ ସହପାଠିନୀଙ୍କ ସହ କିଛି ଏପରି କାଣ୍ଡ ଘଟାଇଛନ୍ତି ଜାଣିଲେ ତାଜୁବ ହୋଇଯିବେ।
ପିଲାମାନେ ସେମାନଙ୍କ ସହପାଠୀଙ୍କୁ ତାଙ୍କ ଜନ୍ମଦିନ କିମ୍ବା ଫ୍ରେଣ୍ଡସିପ୍ ଡେ ଆସିଲେ ପରସ୍ପରକୁ ଉପହାର ଦିଅନ୍ତି। ବିସ୍କୁଟ ଠାରୁ ଆରମ୍ଭ କରି ଚକୋଲେଟ, ପେନ୍ ଇତ୍ୟାଦି ଉପହାର ଦେଇଥାନ୍ତି। କିନ୍ତୁ କେବେ ସୁନା ବିସ୍କୁଟ ଉପହାର ଦେଉଥିବାର ଶୁଣିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଛି ନା। ଆପଣଙ୍କ ପରି ପିଲାଟିର ଅଭିଭାବକ ମଧ୍ୟ ଏ ସମ୍ପର୍କରେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଚାଇନାର ସିଚୁଆନ ପ୍ରଦେଶର ଏକ ସ୍କୁଲର ଘଟଣା ଏବେ ଚର୍ଚ୍ଚାରେ ରହିଛି। କେଜିରେ ପଢୁଥିବା ଜଣେ ଶିଶୁ ତାଙ୍କ ସହପାଠିନୀଙ୍କୁ ମନ ଦେଇ ବସିଥିଲେ। ସେ ତାଙ୍କୁ ତାଙ୍କର ଭାବୀ ସ୍ତ୍ରୀ ଭାବିବା ଆରମ୍ଭ କରି ଦେଇଥିଲେ। ଦିନେ ଘରେ କାହାକୁ ନ ପଚାରି ସ୍କୁଲକୁ ସୁନା ବିସ୍କୁଟ ଆଣି ତାଙ୍କ ଭାବୀ ସ୍ତ୍ରୀଙ୍କୁ ଉପହାର ଦେଇଥିଲେ। ପରେ ଏହି ଘଟଣା ଜାଣିବା ପରେ ଝିଅ-ପୁଅଙ୍କ ଅଭିଭାବକ ହୋସ ଉଡିଯାଇଥିଲା।
ସୂଚନା ଥାଉ କି, ଏହି ୪-୫ବର୍ଷର ଶିଶୁଟି ତାଙ୍କ ସହପାଠିନୀଙ୍କୁ ୨ଟି ସୁନା ବିସ୍କୁଟ ଉପହାର ଦେଇଥିଲେ। ଉଭୟ ବିସ୍କୁଟର ଓଜନ ୨୦୦ ଗ୍ରାମ। ଏହାର ମୂଲ୍ୟ ପ୍ରାୟ ୧୫ ହଜାର ଡଲାର ଅର୍ଥାତ ପ୍ରାୟ ୧୨.୫ ଲକ୍ଷ ଟଙ୍କା। ଯେତେବେଳେ ଝିଅର ପିତାମାତା ଏସମ୍ପର୍କରେ ପୁଅର ପିତାମାତାଙ୍କୁ ସୂଚନା ଦେଲେ ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ପୁଅର ପିତାମାତା ସେହି ଦୁଇଟି ସୁନା ବିସ୍କୁଟ ତାଙ୍କ ଭାବୀ ବୋହୂ ପାଇଁ ରଖିଛନ୍ତି ବୋଲି କୁନିପୁଅଙ୍କୁ କହିଥିଲେ। ତେବେ ଏହାକୁ ଚିନ୍ତା କରି ପୁଅଟି ତାଙ୍କ ସହପାଠିନୀଙ୍କୁ ଏହି ସୁନା ବିସ୍କୁଟ ଉପହାର ଦେଇଥିଲେ। ବର୍ତ୍ତମାନ ଘଟଣାଟି ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
The post ସହପାଠିନୀଙ୍କୁ ଗିଫ୍ଟ କଲେ ସୁନା ବିସ୍କୁଟ, କେଜିରେ ପଢୁଥିବା ଶିଶୁଙ୍କର ଅଜବ କାରନାମା appeared first on Dharitri Odia News.