ମୁମ୍ବାଇ ବ୍ୟାଟରଙ୍କ ଦମଦାର ବ୍ୟାଟିଂ, ପଞ୍ଜାବ ସାମ୍ନାରେ ୨୦୪ ରନ ବିଜୟ ଲକ୍ଷ୍ୟ
ଅହମ୍ମଦାବାଦ: ଏଲିମିନେଟର ମ୍ୟାଚ୍ ପରି କ୍ଵାଲିଫାୟର-୨ରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟରଙ୍କ ପ୍ରଭାବଶାଳୀ ବ୍ୟାଟିଂ। ସବୁ ବ୍ୟାଟରଙ୍କ ଉପଯୋଗୀ ବ୍ୟାଟିଂ ବଳରେ ମୁମ୍ବାଇ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୨୦୩ ରନ କରିଛି। ସୂ୍ର୍ଯ୍ୟକୁମାର ଯାଦବ ୪୪ ରନ ଓ ତିଳକ ବର୍ମା ୪୪ ରନର ଦମଦାର ଇନିଂସ ଖେଳିଛନ୍ତି। ଜୋନି ବେୟାରଷ୍ଟୋ ୩୮ ଓ ନମନ ଧୀର ୩୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଫାଇନାଲ୍ ଯିବା ପାଇଁ ପଞ୍ଜାବ ସାମ୍ନାରେ ରହିଛି ୨୦୪ ରନର ବିଜୟ ଲକ୍ଷ୍ୟ ରହିଛି। ଏହି ମ୍ୟାଚ୍ ଜିତିବା ଦଳ ଫାଇନାଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇକୁ ୧୯ ରନ ସ୍କୋରରେ ବଡ଼ ଝଟକା ଲାଗିଥିଲା। ରୋହିତ ଶର୍ମା ୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଜୋନି ବେୟାରଷ୍ଟୋ ଓ ତିଳକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୧ ରନ ଯୋଡ଼ିଥିଲେ। ବେୟାରଷ୍ଟୋ ୨୪ ବଲରୁ ୩୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଏହା ପରେ ତିଳକ ଓ ସୂର୍ଯ୍ୟକୁମାର ଯାଦବ ଦଳର ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ଦୁହେଁ ୭୨ ରନ ଯୋଡ଼ି ଦଳର ସ୍କୋରକୁ ୧୪୨ ରନରେ ପହଞ୍ଚାଇଥିଲେ। ସୂର୍ଯ୍ୟକୁମାର ଯାଦବ ୨୬ ବଲରୁ ୪ ଚୌକା ଓ ୩ ଛକା ସହ ୪୪ ରନ କରିଥିଲ। ତାଙ୍କ ଆଉଟ୍ ପରେ କ୍ରିଜରେ ସେଟ୍ ତିଳକ ବର୍ମା ଆଉଟ୍ ହେବା ମୁମ୍ବାଇର ରନ ଗତିକୁ ମନ୍ଥର କରିଥିଲା। ତିଳକ ୨୯ ବଲର
ଅହମ୍ମଦାବାଦ: ଏଲିମିନେଟର ମ୍ୟାଚ୍ ପରି କ୍ଵାଲିଫାୟର-୨ରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟରଙ୍କ ପ୍ରଭାବଶାଳୀ ବ୍ୟାଟିଂ। ସବୁ ବ୍ୟାଟରଙ୍କ ଉପଯୋଗୀ ବ୍ୟାଟିଂ ବଳରେ ମୁମ୍ବାଇ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୨୦୩ ରନ କରିଛି। ସୂ୍ର୍ଯ୍ୟକୁମାର ଯାଦବ ୪୪ ରନ ଓ ତିଳକ ବର୍ମା ୪୪ ରନର ଦମଦାର ଇନିଂସ ଖେଳିଛନ୍ତି। ଜୋନି ବେୟାରଷ୍ଟୋ ୩୮ ଓ ନମନ ଧୀର ୩୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଫାଇନାଲ୍ ଯିବା ପାଇଁ ପଞ୍ଜାବ ସାମ୍ନାରେ ରହିଛି ୨୦୪ ରନର ବିଜୟ ଲକ୍ଷ୍ୟ ରହିଛି। ଏହି ମ୍ୟାଚ୍ ଜିତିବା ଦଳ ଫାଇନାଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇକୁ ୧୯ ରନ ସ୍କୋରରେ ବଡ଼ ଝଟକା ଲାଗିଥିଲା। ରୋହିତ ଶର୍ମା ୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଜୋନି ବେୟାରଷ୍ଟୋ ଓ ତିଳକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୧ ରନ ଯୋଡ଼ିଥିଲେ। ବେୟାରଷ୍ଟୋ ୨୪ ବଲରୁ ୩୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଏହା ପରେ ତିଳକ ଓ ସୂର୍ଯ୍ୟକୁମାର ଯାଦବ ଦଳର ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ଦୁହେଁ ୭୨ ରନ ଯୋଡ଼ି ଦଳର ସ୍କୋରକୁ ୧୪୨ ରନରେ ପହଞ୍ଚାଇଥିଲେ। ସୂର୍ଯ୍ୟକୁମାର ଯାଦବ ୨୬ ବଲରୁ ୪ ଚୌକା ଓ ୩ ଛକା ସହ ୪୪ ରନ କରିଥିଲ।
ତାଙ୍କ ଆଉଟ୍ ପରେ କ୍ରିଜରେ ସେଟ୍ ତିଳକ ବର୍ମା ଆଉଟ୍ ହେବା ମୁମ୍ବାଇର ରନ ଗତିକୁ ମନ୍ଥର କରିଥିଲା। ତିଳକ ୨୯ ବଲରୁ ୪୪ ରନ କରି ପାଭିଲିୟନ ଫେରିଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୫ ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ ଶେଷ ଆଡ଼କୁ ନମନ ଧୀର ୧୮ ବଲରୁ ୩୭ ରନର ବିସ୍ପୋରକ ଇନିଂସ ଖେଳିବାରୁ ମୁମ୍ବାଇ ୬ ଓ୍ଵିକେଟ୍ ହରାଇ ୨୦୩ ରନ କରି ପାରିଛି।