ବାଘ ମାରି ମାଂସ ଖାଇଲେ ଶିକାରୀ, ଗୁଳିଭର୍ତ୍ତି ବନ୍ଧୁକ ଜବତ, ବନ୍ଧାହେଲେ ୨
ଜି.ଉଦୟଗିରି,୩୦ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଗମ୍ଭାରୀଗୁଡ଼ା ଏବଂ ମାଲାନସୁଗା ଅଞ୍ଚଳରୁ ଦୁଇ ଜଣ ବାଘ ଶିକାରୀକୁ ଗିରଫ କରି କୋର୍ଟଚାଲାଣ କରିଛି ବନ ବିଭାଗ। ଏ ନେଇ ଶନିବାର ବନ ବିଭାଗ ଅଧିକାରୀଙ୍କ ସୂଚନାନୁସାରେ ଭବାନୀ ଶଙ୍କର ପ୍ରଧାନ(୨୩)ଙ୍କ ଠାରୁ ଏକ କଲରାପତରିଆ ବାଘ ଚମଡ଼ା ଜବତ ହୋଇଥିବା ବେଳେ ପ୍ରମୋଦ କୁମାର ପ୍ରଧାନଙ୍କ ଘରୁ ଏକ ଗୁଳି ଭର୍ତ୍ତି ହୋଇଥିବା ଦେଶୀ ବନ୍ଧୁକ ଜବତ ହୋଇଛି। ବାଘ ଚମଡ଼ାର ଲମ୍ବ ୨୩୯ […] The post ବାଘ ମାରି ମାଂସ ଖାଇଲେ ଶିକାରୀ, ଗୁଳିଭର୍ତ୍ତି ବନ୍ଧୁକ ଜବତ, ବନ୍ଧାହେଲେ ୨ appeared first on Dharitri Odia News.
ଜି.ଉଦୟଗିରି,୩୦ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଗମ୍ଭାରୀଗୁଡ଼ା ଏବଂ ମାଲାନସୁଗା ଅଞ୍ଚଳରୁ ଦୁଇ ଜଣ ବାଘ ଶିକାରୀକୁ ଗିରଫ କରି କୋର୍ଟଚାଲାଣ କରିଛି ବନ ବିଭାଗ। ଏ ନେଇ ଶନିବାର ବନ ବିଭାଗ ଅଧିକାରୀଙ୍କ ସୂଚନାନୁସାରେ ଭବାନୀ ଶଙ୍କର ପ୍ରଧାନ(୨୩)ଙ୍କ ଠାରୁ ଏକ କଲରାପତରିଆ ବାଘ ଚମଡ଼ା ଜବତ ହୋଇଥିବା ବେଳେ ପ୍ରମୋଦ କୁମାର ପ୍ରଧାନଙ୍କ ଘରୁ ଏକ ଗୁଳି ଭର୍ତ୍ତି ହୋଇଥିବା ଦେଶୀ ବନ୍ଧୁକ ଜବତ ହୋଇଛି। ବାଘ ଚମଡ଼ାର ଲମ୍ବ ୨୩୯ ସେ. ମି ରହିଥିବା ବେଳେ ବାଘର ଆନୁମାନିକ ବୟସ ୫ରୁ ୮ ବର୍ଷ ହେବ। ଗିରଫ ହୋଇଥିବା ୨ ସନ୍ଦିଗ୍ଧଙ୍କ ବୟାନ ଅନୁସାରେ ବାର୍ହା ଶିକାର ପାଇଁ ଫାଶ ପକାଯାଇଥିବା ଜାଲରେ ବାଘଟି ଫସି ଯାଇଥିଲା। ଉକ୍ତ ଫାଶରେ ବାଘଟି ଫସି ଯିବା ପରେ ଜବତ ହୋଇଥିବା ବନ୍ଧୁକ ଦ୍ୱାରା ଫେରାର୍ ଥିବା ଅନ୍ୟଜଣେ ସହଯୋଗୀ ଷଡ଼ଙ୍ଗୀ ପ୍ରଧାନ ଓ ଗିରଫ ହୋଇଥିବା ଭବାନୀ ପ୍ରଧାନ ବାଘ ମାରିଥିବା ନେଇ ଅଭିଯୁକ୍ତଙ୍କ ବୟାନ ଅନୁସାରେ ବନ ଅଧିକାରୀ କାଜଲ କୁମାରୀ ନାୟକ ସୂଚନା ଦେଇଛନ୍ତି। ଏହି ବାଘ ଶିକାରରେ ଅନ୍ୟ ସନ୍ଦିଗ୍ଧ ଷଡ଼ଙ୍ଗୀ ପ୍ରଧାନ, ହେମନ୍ତ ପ୍ରଧାନ, ଲଣ୍ଡା ପ୍ରଧାନ, ମୁଟେଙ୍ଗା ପ୍ରଧାନ ଫେରାର ରହିଛନ୍ତି। ତାଙ୍କୁ ଗିରଫ କରବା ପାଇଁ ତଲାସ ଜାରି ରହିଛି। ବନ ବିଭାଗ ଅଧିକାରୀ କାଜଲ ନାୟକ କେସ୍ ନମ୍ବର ୧୦୬/୨୪-୨୫ରେ ଏକ ମାମଲା ରୁଜୁ କରି ଗିରଫ ଦ୍ବୟଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛନ୍ତି।
ସୂଚନା ଥାଉକି, ବାଘ ଶିକାର କରି ବାଘ ମାରି ମାଂସ ଭାଗ ବାଣ୍ଟି ଖାଇ ଦେଇଥିବା ନେଇ ଗିରଫ ଅଭିଯୁକ୍ତମାନେ ସ୍ବୀକାର କରିଥିବା ସୂଚନା ଦେଇଛି ବନ ବିଭାଗ।
The post ବାଘ ମାରି ମାଂସ ଖାଇଲେ ଶିକାରୀ, ଗୁଳିଭର୍ତ୍ତି ବନ୍ଧୁକ ଜବତ, ବନ୍ଧାହେଲେ ୨ appeared first on Dharitri Odia News.