ରିଲ୍ସ ହେଲା କାଳ: ପାଣିରେ ବୁଡିଗଲେ ୨ ଛାତ୍ର
ଖୋର୍ଦ୍ଧା,୯ା୭(ପ୍ରଭାତ ପାଣିଗ୍ରାହୀ):ସେଲ୍ଫି ଓ ରିଲ୍ସ କରିବା କାଳ ହେଇଛି। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ବଡ଼ସାଉଁଳି କଳିଙ୍ଗ ମୁଣ୍ଡିଆ ପୋଖରୀରେ ସୋମବାର ସେଲ୍ଫି ନେବା ସହ ରିଲ୍ସ କରୁଥିବା ବେଳେ ଦୁଇ ଜଣ ଛାତ୍ର ବୁଡ଼ିଯାଇଥିଲେ। ତେବେ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ଉଦ୍ଧାର ଛାତ୍ର ସୁରଜ ସାମଲଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ନିଖୋଜ ଛାତ୍ର ହେଲେ ଖୋର୍ଦ୍ଧା ଅଞ୍ଚଳର ଓମ୍ ପ୍ରସାଦ ରଥ। ଖବରପାଇ […] The post ରିଲ୍ସ ହେଲା କାଳ: ପାଣିରେ ବୁଡିଗଲେ ୨ ଛାତ୍ର appeared first on Dharitri Odia News.
ଖୋର୍ଦ୍ଧା,୯ା୭(ପ୍ରଭାତ ପାଣିଗ୍ରାହୀ):ସେଲ୍ଫି ଓ ରିଲ୍ସ କରିବା କାଳ ହେଇଛି। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ବଡ଼ସାଉଁଳି କଳିଙ୍ଗ ମୁଣ୍ଡିଆ ପୋଖରୀରେ ସୋମବାର ସେଲ୍ଫି ନେବା ସହ ରିଲ୍ସ କରୁଥିବା ବେଳେ ଦୁଇ ଜଣ ଛାତ୍ର ବୁଡ଼ିଯାଇଥିଲେ। ତେବେ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ଉଦ୍ଧାର ଛାତ୍ର ସୁରଜ ସାମଲଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ନିଖୋଜ ଛାତ୍ର ହେଲେ ଖୋର୍ଦ୍ଧା ଅଞ୍ଚଳର ଓମ୍ ପ୍ରସାଦ ରଥ। ଖବରପାଇ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୋଖରୀ ଗଭୀରତା ୪୦ରୁ ୫୦ଫୁଟ ରହିଥିବା ଅନୁମାନ କରାଯାଉଛି। ରାତି ହୋଇଯିବାରୁ ଚାରିପଟେ ଲାଇଟ୍ ଲଗାଯାଇ ଉଦ୍ଧାର କାର୍ଯ୍ୟ ଚାଲିଛି। ପୋଲିସ ଉକ୍ତ ଅଞ୍ଚଳକୁ ନ ଯିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛି।
ସୂଚନା ମୁତାବକ, ଭୁବନେଶ୍ୱରସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇ ଜଣ ଛାତ୍ର ଓ ଜଣେ ଛାତ୍ରୀ ଏକ କାର୍ରେ ଖୋର୍ଦ୍ଧା ଯାଇଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଓମ୍ ପ୍ରସାଦ ସେମାନଙ୍କ ସାଥିରେ ତାପଙ୍ଗ ବଡ଼ସାଉଁଳି କଳିଙ୍ଗ ମୁଣ୍ଡିଆ ପୋଖରୀ ନିକଟକୁ ବୁଲିବାକୁ ଯାଇଥିଲେ। ତେବେ ସେମାନଙ୍କୁ ପୋଖରୀ ନିକଟକୁ ନ ଯିବାକୁ କାର୍ ଡ୍ରାଇଭର ମାନସ ରଞ୍ଜନ ଜେନା କହିଥିଲେ। ହେଲେ ସେମାନେ ଡ୍ରାଇଭରଙ୍କ କଥା ନ ମାନି ପୋଖରୀରେ ସେଲ୍ଫି ନେବା ସହ ରିଲ୍ସ କରୁଥିଲେ। ଏହି ସମୟରେ ଦୁଇ ଜଣ ଛାତ୍ର ବୁଡ଼ିଯାଇଥିଲେ। ଚିତ୍କାର ଶୁଣି କାର୍ ଡ୍ରାଇଭର ମାନସ ପହଞ୍ଚି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କ ସନ୍ଧାନ ପାଇ ନ ଥିଲେ। ଏହା ପରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ପ୍ରକାଶ ଯେ, ତାପଙ୍ଗ ମୁଣ୍ଡିଆରେ ପଥର ବ୍ଲାଷ୍ଟିଂ ଯୋଗୁ ଉକ୍ତ ଚାରିପଟ ଖାଲୁଆ ହୋଇଯାଇଛି। ବର୍ଷାଜଳ ସଂରକ୍ଷିତ ହେବା ପରେ ଏଠାରେ ପଙ୍କ, ଅନାବନା ଗଛଲତା ପଡ଼ି ଏହାର ଜଳ ନୀଳବର୍ଣ୍ଣ ରହିଛି। ଚାରିପଟ ପାହାଡ଼ ଏବଂ ମଝିରେ ନୀଳ ଜଳରାଶି ଯୋଗୁ ସୋସିଆଲ ମିଡିଆରେ ଓଡ଼ିଶାର ଲଦାଖ ବୋଲି ଭ୍ରମ ସୃଷ୍ଟି କରିଥିଲା। ଫଳରେ ଏହି ସ୍ଥାନ ଏକପ୍ରକାର ସେଲ୍ଫି ପଏଣ୍ଟ ପାଲଟିଥିଲା। ଏପରିକି ବହୁ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଶୁଟିଂ ହୋଇଛି। ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ବାହାର ରାଜ୍ୟର ପର୍ଯ୍ୟଟକମାନେ ମଧ୍ୟ ଏଠାକୁ ବୁଲିବାକୁ ଆସିଲେ। ୨୦୨୨ରେ ଏଠାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ପ୍ରଶାସନର ଚେତା ପଶିଥିଲା। ସେହି ସମୟରେ ଉପଜିଲାପାଳ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଥିଲେ। ତେବେ ଏହାର କିଛି ମାସ ପରେ ପୁଣି ଯୁବତୀଯୁବକମାନେ ସ୍ଥାନୀୟ ଯୁବକମାନଙ୍କୁ ହାତ କରି ଏଠାକୁ ଆସିବାକୁ ଲାଗିଲେ। ଏଠାରେ ସେଲ୍ପି ଏବଂ ରିଲ୍ସ ନିଶାରେ ଜୀବନ ଯାଉଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅନ୍ୟପଟେ ଘଟଣାର ତଦନ୍ତ ଜାରି ରହିଛି ବୋଲି ସଦର ଥାନା ଅଧିକାରୀ କାହ୍ନୁଚରଣ ସ୍ବାଇଁ କହିଛନ୍ତି।
The post ରିଲ୍ସ ହେଲା କାଳ: ପାଣିରେ ବୁଡିଗଲେ ୨ ଛାତ୍ର appeared first on Dharitri Odia News.