ନିର୍ଯ୍ୟାତିତ ASO ଙ୍କ ବଦଳି
ଭୁବନେଶ୍ୱର : ରାଜ୍ୟପାଳ ପୁଅଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO)ଙ୍କୁ ବଦଳି କଲେ ରାଜ୍ୟ ସରକାର । ରାଜ୍ୟପାଳ ଭବନରେ ASO ଭାବରେ ନିଯୁକ୍ତି ପାଇଥିବା ବୈକୁଣ୍ଠନାଥ ପ୍ରଧାନକୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଏବଂ ତାଙ୍କ ବନ୍ଧୁମାନେ ମିଶି ଗତ ୭ ତାରିଖ ଦିନ ମାଡ଼ ମାରିଥିଲେ । ରାଜ୍ୟପାଳଙ୍କ ପୁଅ ବିରୋଧରେ ଅଭିଯୋଗ ଆଣିଥିବା ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି । ସଂସଦୀୟ […]

ଭୁବନେଶ୍ୱର : ରାଜ୍ୟପାଳ ପୁଅଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO)ଙ୍କୁ ବଦଳି କଲେ ରାଜ୍ୟ ସରକାର । ରାଜ୍ୟପାଳ ଭବନରେ ASO ଭାବରେ ନିଯୁକ୍ତି ପାଇଥିବା ବୈକୁଣ୍ଠନାଥ ପ୍ରଧାନକୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଏବଂ ତାଙ୍କ ବନ୍ଧୁମାନେ ମିଶି ଗତ ୭ ତାରିଖ ଦିନ ମାଡ଼ ମାରିଥିଲେ । ରାଜ୍ୟପାଳଙ୍କ ପୁଅ ବିରୋଧରେ ଅଭିଯୋଗ ଆଣିଥିବା ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି । ସଂସଦୀୟ ବ୍ୟାପାର ବିଭାଗର ଏଏସ୍ଓ ବୈକୁଣ୍ଠନାଥ ରାଜ୍ୟପାଳଙ୍କ ସେକ୍ରେଟେରିଏଟରେ ନିୟୋଜିତ ଥିବାବେଳେ ତାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି। ଏନେଇ ସୋମବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାନୁସାରେ, ଗତ ୭ ଓ ୮ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ ସମୟରେ ତାଙ୍କର ରାଜଭବନ ରହଣିର ପ୍ରସ୍ତୁତି ତଦାରଖ ପାଇଁ ବୈକୁଣ୍ଠନାଥ ପୁରୀ ରାଜଭବନର ଇନ୍ଚାର୍ଜ ଭାବେ ଗତ ୫ତାରିଖରୁ ସେଠାରେ ରହିଥିଲେ। ୭ତାରିଖ ବିଳମ୍ବିତ ରାତ୍ରିରେ ଲଳିତ ନିଜର ୫ଜଣ ସହଯୋଗୀଙ୍କ ସହ ମିଶି ବୈକୁଣ୍ଠନାଥଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।
ଅନ୍ୟପଟେ ଏଏସଓଙ୍କୁ ମାଡ ମାମଲାରେ କି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସଂପର୍କରେ ରାଜଭବନ ପକ୍ଷରୁ କୌଣସି ସୂଚନା ମିଳିନାହିଁ । କଂଗ୍ରେସ ପକ୍ଷରୁ ଗତ ୧୧ ତାରିଖ ଦିନ ରାଜଭଭନ ସାମ୍ନାରେ ବିରୋଧ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ବିବାଦ ବଢିବା ପରେ ରାଜ୍ୟପାଳ ଏଏସଓଙ୍କୁ ଡକାଇ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଅଭିଯୁକ୍ତଙ୍କ ବିରୋଧରେ କି କାର୍ୟ୍ୟାନୁଷ୍ଠାନ ନିଆଗଲା ତାହା ଜଣାପଡି ନାହିଁ ।