ଭଡ଼ାଟିଆ ଦମ୍ପତିଙ୍କୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା
ତିହିଡ଼ି,୨୩ା୫(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଭାଟପଡ଼ା ଗ୍ରାମରେ ଘରଭଡ଼ା ନେଇ ରହୁଥିବା ଏକ ଦମ୍ପତିଙ୍କୁ ପଡ଼ୋଶୀ ବାପ, ପୁଅ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ଏକ ମାମଲା (ନଂ.୨୩୮/୨୪) ରୁଜୁ କରି ବାପ ଉଗ୍ରସେନ ମଳିକ ଓ ପୁଅ ବାବୁ ମଳିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଆକ୍ରମଣର ଶିକାର ହୋଇଥିବା ଭାଟପଡ଼ା ଗ୍ରାମର ଊର୍ମିଳା ବାରିକ୍ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ଭଡ଼ା ନେଇ […] The post ଭଡ଼ାଟିଆ ଦମ୍ପତିଙ୍କୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା appeared first on Dharitri Odia News.
ତିହିଡ଼ି,୨୩ା୫(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଭାଟପଡ଼ା ଗ୍ରାମରେ ଘରଭଡ଼ା ନେଇ ରହୁଥିବା ଏକ ଦମ୍ପତିଙ୍କୁ ପଡ଼ୋଶୀ ବାପ, ପୁଅ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ଏକ ମାମଲା (ନଂ.୨୩୮/୨୪) ରୁଜୁ କରି ବାପ ଉଗ୍ରସେନ ମଳିକ ଓ ପୁଅ ବାବୁ ମଳିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଆକ୍ରମଣର ଶିକାର ହୋଇଥିବା ଭାଟପଡ଼ା ଗ୍ରାମର ଊର୍ମିଳା ବାରିକ୍ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ଭଡ଼ା ନେଇ ରହୁଥିବା ଘର ଆଗରେ ବର୍ଷା ପାଣି ନିଷ୍କାସନ ପାଇଁ ଏକ ନାଳ ଅଛି। ସେହି ନାଳରୁ ତାଙ୍କ ଘରକୁ ପାଣି ଆସୁଥିବାରୁ ତାଙ୍କ ସ୍ବାମୀ ଏକ ବନ୍ଧ ତିଆରି କରିଥିଲେ।
ପଡ଼ୋଶୀ ଘରର ଏକ ଛୋଟ ପିଲା ବନ୍ଧକୁ ଭାଙ୍ଗି ଦେଇଥିଲା। ଏହାକୁ ନେଇ ସୋମବାର ସକାଳେ ସ୍ବାମୀ ନିରଞ୍ଜନ ଏବଂ ପଡ଼ୋଶୀ ଉଗ୍ରସେନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉଗ୍ରସେନ ଓ ତାଙ୍କ ପୁଅ ଉତ୍ତ୍ୟକ୍ତ ହୋଇ ନିରଞ୍ଜନ ଏବଂ ତାଙ୍କ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ଆହତ ଊର୍ମିଳା ଓ ତାଙ୍କ ସ୍ବାମୀ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଇ ଫେରିଥିବା ଜଣାପଡିଛି।
The post ଭଡ଼ାଟିଆ ଦମ୍ପତିଙ୍କୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା appeared first on Dharitri Odia News.