ପୁଣିଥରେ କ୍ଷମା ମାଗିଲେ ବାବା ରାମଦେବ, କହିଲେ ଆଉଥରେ ହେବନି ଭୁଲ
ନୂଆଦିଲ୍ଲୀ,୨୪।୪: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ (MD) ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବୁଧବାର (ଏପ୍ରିଲ ୨୪, ୨୦୨୪) କ୍ଷମା ମାଗିଛନ୍ତି। ଏକ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା ପତଞ୍ଜଳି ଖବରକାଗଜରେ ପ୍ରକାଶ ପାଇଛି। ଖବରକାଗଜରେ ପ୍ରକାଶିତ କ୍ଷମା ପ୍ରାର୍ଥନା ସୁପ୍ରିମକୋର୍ଟରେ ଚାଲିଛି ବୋଲି କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେ ଏକ କମ୍ପାନୀ ଭାବରେ ଏବଂ ବ୍ୟକ୍ତିଗତ ଭାବରେ ବିନା ସର୍ତ୍ତରେ କ୍ଷମା […] The post ପୁଣିଥରେ କ୍ଷମା ମାଗିଲେ ବାବା ରାମଦେବ, କହିଲେ ଆଉଥରେ ହେବନି ଭୁଲ appeared first on Dharitri Odia News.
ନୂଆଦିଲ୍ଲୀ,୨୪।୪: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ (MD) ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବୁଧବାର (ଏପ୍ରିଲ ୨୪, ୨୦୨୪) କ୍ଷମା ମାଗିଛନ୍ତି। ଏକ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା ପତଞ୍ଜଳି ଖବରକାଗଜରେ ପ୍ରକାଶ ପାଇଛି।
ଖବରକାଗଜରେ ପ୍ରକାଶିତ କ୍ଷମା ପ୍ରାର୍ଥନା ସୁପ୍ରିମକୋର୍ଟରେ ଚାଲିଛି ବୋଲି କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେ ଏକ କମ୍ପାନୀ ଭାବରେ ଏବଂ ବ୍ୟକ୍ତିଗତ ଭାବରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁ। ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଆମେ ଏହା କରୁଛୁ।
ଏହାସହ ଏହା ମଧ୍ୟ କୁହାଯାଇଛି ଯେ ୨୨ ନଭେମ୍ବର ୨୦୨୩ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ପାଇଁ ଆମେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛୁ। ଆମର ବିଜ୍ଞାପନ ପ୍ରକାଶନରେ ଭୁଲ ପାଇଁ ଆମେ କ୍ଷମା ମାଗୁଛୁ। ଏହା ଆମର ପ୍ରତିବଦ୍ଧତା ଯେ ଏପରି ଭୁଲ ଆଉ ପୁନରାବୃତ୍ତି ହେବ ନାହିଁ।
The post ପୁଣିଥରେ କ୍ଷମା ମାଗିଲେ ବାବା ରାମଦେବ, କହିଲେ ଆଉଥରେ ହେବନି ଭୁଲ appeared first on Dharitri Odia News.